Advertisment

ଜେଲରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ

ମହିଳା ସାମ୍ୱାଦିକଙ୍କ ଅଭିଯୋଗ କ୍ରମେ କମିଶନରେଟ୍‌ ପୁଲିସ୍‌ ଟୁଟୁ ନାୟକଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଜେଲ୍‌ ପଠାଇ ଦେଇଥିଲା। ସେ ୪ ଦିନ ଧରି ଝାରପଡ଼ା ଜେଲ୍‌ରେ ରହିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Tutu Nayak & Debasmita

ଆଜି ଜେଲ୍‌ରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ। ମହିଳା ସାମ୍ବାଦିକଙ୍କୁ ମାଡ଼ ମରା ଅଭିଯୋଗରେ ଜେଲ ଯାଇଥିଲେ ଟୁଟୁ। ତାଙ୍କୁ ଜାମିନ ମିଳିଲା ପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରୁ ମୁକୁଳିଛନ୍ତି।

Advertisment

ପ୍ରଯୋଜକ ଟୁଟୁ ନାୟକଙ୍କୁ ଭୁବନେଶ୍ୱର SDJM କୋର୍ଟ ଜାମିନ ଦେଇଥିଲେ। ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଜାମିନ ପାଇଥିଲେ କୋର୍ଟ। ଟୁଟୁଙ୍କୁ ଗତ ଶୁକ୍ରବାର ଗିରଫ କରିଥିଲା ଖାରବେଳ ନଗର ଥାନା ପୁଲିସ। ଭୁବନେଶ୍ୱରରେ ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ସୋ’ ଚାଲିଥିବା ବେଳେ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଟୁଟୁଙ୍କ ବିରୋଧରେ ଏତଲା ହୋଇଥିଲା।

ମହିଳା ସାମ୍ୱାଦିକଙ୍କ ଅଭିଯୋଗ କ୍ରମେ କମିଶନରେଟ୍‌ ପୁଲିସ୍‌ ଟୁଟୁ ନାୟକଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଜେଲ୍‌ ପଠାଇ ଦେଇଥିଲା। ସେ ୪ ଦିନ ଧରି ଝାରପଡ଼ା ଜେଲ୍‌ରେ ରହିଥିଲେ। ଆଜି ଜାମିନ ମିଳିବା ପରେ ଜେଲ୍‌ରୁ ବାହାରିଛନ୍ତି ଟୁଟୁ ନାୟକ।

Advertisment
Entertainment