Devoleena-Bhattachargee
ମୁମ୍ବାଇ: ଗୋଟିଏ ପଟେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଥିବା ଯୋଗୁ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିବା ବେଳେ ଅନ୍ୟପଟେ ଏ ସମ୍ପର୍କରେ ରୋକଠୋକ୍ ମନ୍ତବ୍ୟ ଦେଉଥିବା ବଲିଉଡ୍ କୁଇନ୍ କଙ୍ଗନା ରଣାଓ୍ୱତ ବନାମ ମହାରାଷ୍ଚ୍ର ସରକାର ଡ୍ରାମା ମଧ୍ୟ ଜୋର୍ ଧରିଛି । ନିଜ ଆହ୍ୱାନ କ୍ରମେ ଆଜି ଅର୍ଥାତ୍ ସେପ୍ଟେମ୍ବର 9ରେ କଙ୍ଗନା ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ହେଲେ ଏପଟେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସ୍ ‘ମଣିକର୍ଣ୍ଣିକା ଫିଲ୍ମସ୍’ରେ ବେଆଇନ୍ କାର୍ଯ୍ୟ ଚାଲିଥିବା ଦର୍ଶାଇ ବିଏମସି ତାହାକୁ ଭାଙ୍ଗିବା ଆରମ୍ଭ କରି ସମ୍ପୂର୍ଣ୍ଣ ଡ୍ରାମାକୁ ଭିନ୍ନ ଏକ ମୋଡ଼ ଦେଇଛି ।
ଏନେଇ ଚାରିଆଡ଼ୁ ବିଏମସି ସମେତ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରାଯାଉଥିବା ବେଳେ ସୋଶାଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଏମସି ଦ୍ୱାରା କଙ୍ଗନାଙ୍କ ଅଫିସ ଭଙ୍ଗାରୁଜାର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି । ଅନେକ ସେଲିବ୍ରିଟି ଏନେଇ ନିଜ ପ୍ରତିକ୍ରିୟା ରଖୁଛନ୍ତି ।
ଲୋକପ୍ରିୟ ଟିଭି ଅଭିନେତ୍ରୀ ଦୋବୋଲିନା ଭଟ୍ଟାଚାର୍ଯ୍ୟ ଟ୍ୱିଟ୍ କରି ଲେଖିଛନ୍ତି, 'ବିନାଶ କାଳେ ବିପରୀତ ବୁଦ୍ଧି'। ଏହାପରେ ସେ ଆଉ ଏକ ଟ୍ୱିଟ୍ କରି ଲେଖିଛନ୍ତି, 'ଏହା ଅତ୍ୟନ୍ତ ଦୁଃଖଦାୟକ'। କେବଳ ଏତିକି ନୁହେଁ ଦେବୋଲିନା ' ଡେଥ୍ ଅଫ୍ ଡେମୋକ୍ରେସି' ହାସଟ୍ୟାଗ୍ ମଧ୍ୟ ଦେଇଛନ୍ତି ।
ସୂଚନାଯୋଗ୍ୟ, କଙ୍ଗନାଙ୍କ ଅଫିସରେ ବେଆଇଇନ କାର୍ଯ୍ୟ ଚାଲିଥିବା କହି ବିଏମସି ଟିମ୍ ବାନ୍ଦ୍ରା ପାଲି ହିଲ୍ ବଙ୍ଗଳାଠାରେ ପହଞ୍ଚି ବୁଲଡୋଜର ଏବଂ ଖନନ ମେସିନ୍ ସାହାଯ୍ୟରେ ଭଙ୍ଗାରୁଜା ଆରମ୍ଭ କରିଥିଲା । ଏନେଇ କଙ୍ଗନା କହିଛନ୍ତି ଯେ, ମୁଁ କେବେ ଭୁଲ କରି ନାହିଁ । ମୋର ଶତ୍ରୁମାନେ ସେମାନଙ୍କ ପ୍ରମାଣ କରିଦେଲେ ଯେ, ମୁମ୍ବାଇକୁ ମୁଁ କାହିଁକି ପିଓକେ ସହ ତୁଳନା କରିଥିଲି ବୋଲି ସେ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/Devoleena-Bhattachargee.jpg)