ନିଆରା ଢ଼ଙ୍ଗରେ ଜେନିଫର୍‌ କଲେ ପ୍ରୋମୋ ଶୁଟ୍‌

ମୁମ୍ୱାଇ : ଟିଭି ଦୁନିଆର ଅଭିନେତ୍ରୀ ଜେନିଫର୍‌ ୱିଙ୍ଗେଟ୍‌ ସିରିଏଲ୍‌ ‘ବେହଦ୍‌’ରେ ଚମତ୍କାର ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଖୁବ୍‌ ଶୀଘ୍ର ଜେନିଫର୍‌ଙ୍କର ‘ବେହଦ୍‌-୨’ ସିକ୍ୱେଲ୍‌ ଆସିବାକୁ ଯାଉଛି। ‘ବେହଦ୍‌’ରେ ପ୍ରଥମ ଭାଗ ପାଇଁ ଜେନିଫର୍‌ ଯେତିକି ପରିଶ୍ରମ କରି ନିଜ ଚରିତ୍ରକୁ ଲୋକଲୋଚନକୁ ଆଣିଥିଲେ, ଦ୍ୱିତୀୟ ଭାଗରେ ମଧ୍ୟ ସେପରି ପରିଶ୍ରମ କରିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ‘ବେହଦ୍‌-୨’ର ପ୍ରୋମୋ ଶୁଟ୍‌ କରିବା ପାଇଁ ଜେନିଫର୍‌ ନିଜକୁ ଆଘାତ ପହଞ୍ଚାଇବାକୁ ମଧ୍ୟ ପଛାଇ […]

jeni

jeni

Puspanjali Panda
  • Published: Thursday, 14 November 2019
  • Updated: 14 November 2019, 12:48 PM IST

Sports

Latest News

ମୁମ୍ୱାଇ : ଟିଭି ଦୁନିଆର ଅଭିନେତ୍ରୀ ଜେନିଫର୍‌ ୱିଙ୍ଗେଟ୍‌ ସିରିଏଲ୍‌ ‘ବେହଦ୍‌’ରେ ଚମତ୍କାର ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଖୁବ୍‌ ଶୀଘ୍ର ଜେନିଫର୍‌ଙ୍କର ‘ବେହଦ୍‌-୨’ ସିକ୍ୱେଲ୍‌ ଆସିବାକୁ ଯାଉଛି। ‘ବେହଦ୍‌’ରେ ପ୍ରଥମ ଭାଗ ପାଇଁ ଜେନିଫର୍‌ ଯେତିକି ପରିଶ୍ରମ କରି ନିଜ ଚରିତ୍ରକୁ ଲୋକଲୋଚନକୁ ଆଣିଥିଲେ, ଦ୍ୱିତୀୟ ଭାଗରେ ମଧ୍ୟ ସେପରି ପରିଶ୍ରମ କରିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ‘ବେହଦ୍‌-୨’ର ପ୍ରୋମୋ ଶୁଟ୍‌ କରିବା ପାଇଁ ଜେନିଫର୍‌ ନିଜକୁ ଆଘାତ ପହଞ୍ଚାଇବାକୁ ମଧ୍ୟ ପଛାଇ ନାହାନ୍ତି। ସିରିଏଲର୍‌ ନିର୍ଦ୍ଦେଶକ ବିଜୟ ମୌର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗୋଟିଏ ଶଟ୍‌ରେ ଜେନିଫର୍‌ଙ୍କୁ ନଖରେ ଚଟାଣକୁ ସ୍କ୍ରାଚ୍‌ କରିବାର ଥିଲା। କିନ୍ତୁ ଏହି ଶଟ୍‌ ପାଇଁ ଜେନିଫର୍‌ ତାଙ୍କ ପ୍ରକୃତ ନଖର ବ୍ୟବହାର କରିଥିଲେ। ଏଥିପାଇଁ ତାଙ୍କ ନଖକୁ ଆଘାତ ମଧ୍ୟ ଲାଗିଥିଲା।

ଏପରିକି ‘ବେହଦ୍‌-୨’ର ପ୍ରୋମୋ ଶୁଟ୍‌କୁ ଜେନିଫର୍‌ ବିନା କୌଣସି ଅଭିଯୋଗରେ କରିଥିଲେ। ତେଣୁ ଶୋ’ ପ୍ରତି ଜେନିଫର୍‌ଙ୍କର କେତେ ନିଷ୍ଠା ରହିଛି, ତାହା ଏଥିରୁ ହିଁ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ‘ବେଦଦ୍‌-୨’ର ୩ଟି ପ୍ରୋମୋ ଭିଡିଓ ନିକଟରେ ରିଲିଜ୍‌ ହୋଇସାରିଛି। ଏହି ତିନୋଟିଯାକ ଭିଡିଓକୁ ଦର୍ଶକେ ପସନ୍ଦ ମଧ୍ୟ କରିଛନ୍ତି। ୨ ଡିସେମ୍ୱରରୁ ସିରିଏଲ୍‌ ‘ବେହଦ୍‌-୨’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି। ଏହି ସିରିଏଲ୍‌ରେ ଜେନିଫର୍‌ ଖଳନାୟିକା ‘ମାୟା’ ଚରିତ୍ରରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos