ଧ୍ୟାନିଙ୍କୁ କେହି ଦେଲେନି ଧ୍ୟାନ; ରାଗି ଯାଇ ଛାଡ଼ିଲେ ଶୋ’

ମୁମ୍ବାଇ: ‘ୟେ ତେରି ଗଲିଆଁ’ ସିରିଏଲ୍‌ରୁ ବାହାରି ଯାଇଛନ୍ତି ରେନୀ ଧ୍ୟାନି। ପ୍ରାୟ ବର୍ଷେ ଧରି ସେ ଏହି ଧାରାବାହିକରେ କାମ କରିବା ପରେ ଏଥିରୁ ଓହରି ଯାଇଛନ୍ତି। ‘ବିୟ୍ୟୁଟି’ ଚରିତ୍ରରେ ଅଭିନୟ କରୁଥିବା ରେନୀ ଧାରାବାହାକର କାହାଣୀର ଗତିକୁ ନେଇ ଅସନ୍ତୁଷ୍ଟ ଥିଲେ। ତା’ସହିତ ତାଙ୍କ ଚରିତ୍ରକୁ ଗୁରୁତ୍ୱ ଦିଆଯାଉ ନଥିଲା ବୋଲି ସେ ଅନୁଭବ କରିଥିଲେ। ଏପରିକି ଆଗକୁ ତାଙ୍କ ଚରିତ୍ରକୁ ଆହୁରି ଗୌଣ କରି ଦିଆଯାଇଥା’ନ୍ତା ବୋଲି ଅନୁଭବ କରିବା ପରେ ସେ […]

qwq

Biswobandita Swain
  • Published: Saturday, 17 August 2019
  • , Updated: 17 August 2019, 02:57 PM IST

ମୁମ୍ବାଇ: ‘ୟେ ତେରି ଗଲିଆଁ’ ସିରିଏଲ୍‌ରୁ ବାହାରି ଯାଇଛନ୍ତି ରେନୀ ଧ୍ୟାନି। ପ୍ରାୟ ବର୍ଷେ ଧରି ସେ ଏହି ଧାରାବାହିକରେ କାମ କରିବା ପରେ ଏଥିରୁ ଓହରି ଯାଇଛନ୍ତି। ‘ବିୟ୍ୟୁଟି’ ଚରିତ୍ରରେ ଅଭିନୟ କରୁଥିବା ରେନୀ ଧାରାବାହାକର କାହାଣୀର ଗତିକୁ ନେଇ ଅସନ୍ତୁଷ୍ଟ ଥିଲେ। ତା’ସହିତ ତାଙ୍କ ଚରିତ୍ରକୁ ଗୁରୁତ୍ୱ ଦିଆଯାଉ ନଥିଲା ବୋଲି ସେ ଅନୁଭବ କରିଥିଲେ। ଏପରିକି ଆଗକୁ ତାଙ୍କ ଚରିତ୍ରକୁ ଆହୁରି ଗୌଣ କରି ଦିଆଯାଇଥା’ନ୍ତା ବୋଲି ଅନୁଭବ କରିବା ପରେ ସେ ଏଥିରୁ ବାହାରି ଯିବା ଭଲ ବୋଲି ମନେ କଲେ।

ସେ କହିଛନ୍ତି,‘ମୋତେ ଯେଉଁ ଚରିତ୍ର ଦିଆଯାଇଥିଲା, ସେଥିରେ ମୁଁ ମୋ ଅଭିନୟ ଦକ୍ଷତା ଦେଖାଇବାକୁ ଆଉ କିଛି ସୁଯୋଗ ନଥିଲା। ମୁଁ ଏକାଧିକ କଳାକାରଙ୍କ ମଧ୍ୟରେ ହଜି ଯିବାକୁ ଚାହୁଁ ନଥିଲି। ମୁଁ କେବଳ ଭଲ ପୋଷାକ ଓ ଘରକୁ ପଇସା ନେବାକୁ ଅଭିନୟ କରେ ନାହିଁ। ମୁଁ ଜଣେ କଳାକାର। ମୁଁ ଚ୍ୟାଲେଜିଂ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରେ।’

ରେନୀ କହିଛନ୍ତି,‘ମୋତେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଦିଆଯାଇଥିଲା। କିନ୍ତୁ ପରେ କାହାଣୀ ବଦଳିଗଲା ଓ ମୋ ଚରିତ୍ରର ଗୁରୁତ୍ୱ କମିଗଲା। ଧାରାବାହିକରେ ମୁଁ ଏକ ସାଧାରଣ ଚରିତ୍ର ହୋଇଗଲି। ତେଣୁ ଆଉ ସେଠାରେ ରହିବାକୁ ଚାହିଁଲି ନାହିଁ।’

ଶୁଟିଂ ସେଟ୍‌ରେ ବିଳମ୍ବରେ ପହଞ୍ଚିବା କଥାକୁ ରେନୀ ପୂରା ମିଛ ବୋଲି କହିବା ସହିତ ଶୋ’ ଛାଡ଼ିବାକୁ ସେ ମାସକ ଆଗରୁ ପ୍ରଯୋଜନା ସଂସ୍ଥାକୁ ଜଣାଇ ସାରିଥିଲେ ବୋଲି କହିଛନ୍ତି।

Related story