Advertisment

ଛୋଟ ପରଦାରୁ ବଡ଼ ପରଦା

ମୁମ୍ବାଇ: ଗତ ବର୍ଷ ବଲିଉଡ୍‌ରେ ମୌନି ରୟ, ରାଧିକା ମଦନ ପରି ଅନେକ ଟେଲି ଷ୍ଟାର୍ ଡେବ୍ୟୁ କରିଥଲେ। ‌ଏଥର ମଧ୍ୟ କିଛି ଟେଲିଭିଜନ୍‌ ଦୁନିଆର ଲୋକପ୍ରିୟ କଳାକାର ବଲିଉଡ୍‌ରେ ଥାପିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ନିଜ ଡେବ୍ୟୁ ଫିଲ୍ମରେ ଏତେ ଚମତ୍କାର ଅଭିନୟ କରିଛନ୍ତି ଯେ ଏବେ ତାଙ୍କ ହାତରେ ଗଦାଗଦା ଅଫର୍‌ ରହିଛି। ଆସନ୍ତି ଜାଣିବା ସେମିତି କିଛି ସେଲେବ୍ରିଟିଙ୍କ ବିଷୟରେ। ମୃଣାଳ ଠାକୁର: ସିରିଏଲ୍‌ ‘କୁମ୍‌କୁମ୍‌ ଭାଗ୍ୟ’ରୁ ଲୋକପ୍ରିୟତା ହାସଲ କରିଥିବା ମୃଣାଳ […]

ଅଦ୍ୟତନ ହୋଇଛି
ଛୋଟ ପରଦାରୁ ବଡ଼ ପରଦା

new-faces

Advertisment

ମୁମ୍ବାଇ: ଗତ ବର୍ଷ ବଲିଉଡ୍‌ରେ ମୌନି ରୟ, ରାଧିକା ମଦନ ପରି ଅନେକ ଟେଲି ଷ୍ଟାର୍ ଡେବ୍ୟୁ କରିଥଲେ। ‌ଏଥର ମଧ୍ୟ କିଛି ଟେଲିଭିଜନ୍‌ ଦୁନିଆର ଲୋକପ୍ରିୟ କଳାକାର ବଲିଉଡ୍‌ରେ ଥାପିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ନିଜ ଡେବ୍ୟୁ ଫିଲ୍ମରେ ଏତେ ଚମତ୍କାର ଅଭିନୟ କରିଛନ୍ତି ଯେ ଏବେ ତାଙ୍କ ହାତରେ ଗଦାଗଦା ଅଫର୍‌ ରହିଛି। ଆସନ୍ତି ଜାଣିବା ସେମିତି କିଛି ସେଲେବ୍ରିଟିଙ୍କ ବିଷୟରେ।

Advertisment

publive-imageମୃଣାଳ ଠାକୁର: ସିରିଏଲ୍‌ ‘କୁମ୍‌କୁମ୍‌ ଭାଗ୍ୟ’ରୁ ଲୋକପ୍ରିୟତା ହାସଲ କରିଥିବା ମୃଣାଳ ହ୍ରିତ୍ୱିକ୍ ରୋଶନ୍‌ଙ୍କ ଫିଲ୍ମ ‘ସୁପର ୩୦’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ଭିନୟ କରିଥିଲେ। ମୃଣାଲ୍‌ଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା। ବଲିଅଡ୍‌ର ଏନେକ ଫିଲ୍ମ ନିର୍ମାତା ଏବେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି।

publive-imageଅଙ୍କିତା ଲୋଖଣ୍ଡେ: ଟେଲିଭିଜନ ସିରିଏଲ୍‌ ‘ପବିତ୍ର ରିସ୍ତା’ରୁ ଲୋକପ୍ରିୟତା ହାସଲ କରିଥିବା ଅଙ୍କିତା ଲୋଖଣ୍ଡେ କଙ୍ଗନା ରଣାୱତ୍‌ଙ୍କ ସହିତ ଫିଲ୍ମ ‘ମଣିକର୍ଣ୍ଣିକା’ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏଥିରେ ସେ ‘ଝଲ୍‌କରୀ ବାଇ’ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ।

Advertisment

publive-imageନନ୍ଦୀଶ୍‌ ସିଂହ ସାନ୍ଧୁ: ଟେଲିଭିଜନ୍‌ ସିରିଏଲ୍‌ ‘ଉତ୍ତରନ୍‌’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିବା ନନ୍ଦୀଶ୍‌ ଫିଲ୍ମ ‘ସୁପର୍‌ ୩୦’ରେ ଡେବ୍ୟୁ କରିଥିଲେ। ଏଥିରେ ସେ ହ୍ରିତ୍ୱିକଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ଅଭିନୟ ବେଶ୍ ଚମତ୍କାର୍ ଥିଲା।
publive-imageବିଶାଲ୍‌ ଜେଠ୍‌ୱା: ଟେଲି ଅଭିନେତା ବିଶାଲ୍‌ ରାନୀ ମୁଖାର୍ଜୀଙ୍କ ପିଲ୍ମ ‘ମର୍ଦ୍ଦାନୀ ୨’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମରେ ସେ ଜଣେ କ୍ରିମିନାଲ୍‌ ଭୂମିକାରେ ଅଭିନୟ କରିଛନ୍ତି। ବିଶାଲ୍‌ଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ପ୍ରଥମ ଫିଲ୍ମରେ ତାଙ୍କ ଚମତ୍କାର ଅଭିନୟ ପାଇଁ ତାଙ୍କୁ ଢେର୍‌ ପ୍ରଶଂସା ମିଳୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe