Advertisment

ସୋନମଙ୍କ 'ଦୀପାବଳି' ଟ୍ୱିଟ୍, ଜବାବ ଦେଲେ ଅଶୋକ ପଣ୍ଡିତ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲୋକମାନେ ରବିବାର ରାତି 9ଟାରେ ଘରର ଲାଇଟ୍ ବନ୍ଦ କରି 9ମିନିଟ୍ ପାଇଁ ଦୀପ, ମହମବତୀ ଓ ମୋବାଇଲ ଫ୍ଲାସ୍ ଲାଇଟ୍ ଜଳାଇଲେ। ହେଲେ ଅନେକ ସ୍ଥାନରେ ଲୋକେ ବାଣ ମଧ୍ୟ ଫୁଟାଇଥିଲେ। ଏନେଇ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଟ୍ୱିଟ୍ କରି ନିଜର କ୍ରୋଧ ପ୍ରକାଶ କରିଥିଲେ, ଯାହାକୁ ନେଇ ବଲିଉଡ୍ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତଙ୍କର ତାଙ୍କ ସହ ବଚସା ହୋଇଯାଇଛି। ସୋନମଙ୍କୁ […]

ସୋନମଙ୍କ 'ଦୀପାବଳି' ଟ୍ୱିଟ୍, ଜବାବ ଦେଲେ ଅଶୋକ ପଣ୍ଡିତ୍

ashoke_sonam

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲୋକମାନେ ରବିବାର ରାତି 9ଟାରେ ଘରର ଲାଇଟ୍ ବନ୍ଦ କରି 9ମିନିଟ୍ ପାଇଁ ଦୀପ, ମହମବତୀ ଓ ମୋବାଇଲ ଫ୍ଲାସ୍ ଲାଇଟ୍ ଜଳାଇଲେ। ହେଲେ ଅନେକ ସ୍ଥାନରେ ଲୋକେ ବାଣ ମଧ୍ୟ ଫୁଟାଇଥିଲେ। ଏନେଇ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଟ୍ୱିଟ୍ କରି ନିଜର କ୍ରୋଧ ପ୍ରକାଶ କରିଥିଲେ, ଯାହାକୁ ନେଇ ବଲିଉଡ୍ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତଙ୍କର ତାଙ୍କ ସହ ବଚସା ହୋଇଯାଇଛି। ସୋନମଙ୍କୁ ଅଶୋକ ମୁହଁ ବନ୍ଦ କରିଦେଲା ଭଳି ଜବାବ ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ କଦ୍ଦର୍ଥ କରି କେତେଜଣ ବାଣ ଫୁଟାଇଥିଲେ। ଏନେଇ ସୋନମ ଟ୍ୱିଟ୍ କରି କହିଲେ ଯେ, "ଲୋକେ ବାଣ ଫୁଟାଉଛନ୍ତି।କୁକୁରମାନ ବାହାରକୁ ଯାଉଛନ୍ତି। ଏହାକୁ ଦୀପାବଳି ବୋଲି ଭାବୁଛନ୍ତି କି? ମୁଁ ଦ୍ୱନ୍ଦ୍ୱରେ ଅଛି।"

Advertisment

ଏହାପରେ ଅଶୋକ ସୋନମଙ୍କୁ ଜବାବ୍ ଦେଇ ଟ୍ୱିଟ୍ କରିଛନ୍ତି। ଏବଂ ଉଭୟଙ୍କ ମଧ୍ୟରେ ଯୁକ୍ତି ମଧ୍ୟ ହୋଇଯାଇଛି। ସେ ଲେଖିଛନ୍ତି ଯେ, "ସୋନମ ଜୀ, କେବଳ ଦୀପାବଳିରେ ନୁହେଁ ସେଲିବ୍ରେସନ କଲାବେଳେ ମଧ୍ୟ ଲୋକେ ବାଣ ଫୁଟାନ୍ତି। ଏଭଲି କଠିନ ପରିସ୍ଥିତିରେ ଲୋକମାନେ ଟିକେ ଖୁସି ରହିବାକୁ ଚେଷ୍ଟା କରୁଛନ୍ତି। ଅତି କମରେ ତବଲୀଗୀ ଜମାତ ଭଳି ଭୂତାଣୁ ସଂକ୍ରମଣ ତ କରୁନାହାନ୍ତି ସେମାନେ। ହୁଏତ ଆପଣ ବାଣ ଫୁଟାଇବାକୁ ଛାଡ଼ି ଆତଙ୍କବାଦ ଭଳି ଏହି କାର୍ଯ୍ୟକୁ ବିରୋଧ କରିଥାନ୍ତେ।"

ତେବେ ଅଶୋକଙ୍କ ଏଭଳି ଜବାବ୍ ପରେ ସୋନମ ଲେଖିଛନ୍ତି, "ସାମାଜିକ ଦୂରତ୍ୱ ନିହାତି ଆବଶ୍ୟକ ଅଶୋକ ଜୀ। ଏହା ମଧ୍ୟ ସୁନିଶ୍ଚିତ କର ଯେ କୌଣସି ସାମ୍ପ୍ରଦାୟିକ ବିବାଦ ନ ହେଉ। ଫଳରେ ସରକାର ଭଲ କାମରେ ଧ୍ୟାନ ଦେଇପାରିବେ, ଯେପରି ସେ କରୁଛନ୍ତି। ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଏବଂ ଭଲ ଓ ଦୟାଳୁ ହେବାରେ ବିଶ୍ୱାସ ରଖନ୍ତି। ଆପଣ ଏ କଥାରେ ନିଶ୍ଚୟ ରାଜି ହେବେ।"

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe