twinkle akshaya
ମୁମ୍ବାଇ: ଵଲିଉଡ଼ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ଅଭିନୟ ଛାଡ଼ି, ଲେଖାଲେଖି କ୍ଷେତ୍ରରେ ସକ୍ରିୟ ଅଛନ୍ତି। ନିକଟରେ ଏକ ଆକର୍ଷଣୀୟ ଚାଟ୍ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି|
ଚାଟ୍ ଆଜିଠୁ ୨୫ ବର୍ଷ ତଳର। ସେହି ସମୟରେ ଟ୍ୱିଙ୍କଲ୍ ବବି ଦେଓଲଙ୍କ ସହ 'ବର୍ସାତ୍' ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ଟ୍ୱିଙ୍କଲଙ୍କୁ ତାଙ୍କ ପ୍ରଥମ ଲାଇଭ୍ ଚାଟରେ ପଚରାଯାଇଥିଲା ଯେ, ଆପଣ ୧୦ ବର୍ଷ ପରେ ନିଜକୁ କେଉଁଠାରେ ଦେଖନ୍ତି? ଏହାର ଉତ୍ତରରେ ଟ୍ୱିଙ୍କଲ୍ କହିଥିଲେ- ଆଶା କରୁଛି ୧୦ ବର୍ଷ ପରେ ମୁଁ ମୋର ୨ ପିଲା, ଗୋଟିଏ କୁକୁର ଏବଂ ବୋଧହୁଏ ସ୍ୱାମୀଙ୍କ ସହିତ ବସିଥିବି। ନିକଟରେ ଟ୍ୱିଙ୍କଲ୍ ଏହି ଚାଟର ସ୍କ୍ରିନ ସଟ୍ ଶେୟାର କରି ଲେଖିଛନ୍ତି।
https://www.instagram.com/p/B_MIh37jv10/?igshid=1ckrmw5lbuqv5
ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ସ୍କ୍ରିନ୍ ସଟ୍ ଶେୟାର କରି ଟ୍ୱିଙ୍କଲ ଲେଖିଛନ୍ତି, "ଏହା ପ୍ରାୟ ୨୫ ବର୍ଷ ତଳର। ମୁଁ ମୋର ପ୍ରଥମ ଲାଇଭ୍ ଚାଟ୍ ଟ୍ରାନ୍ସକ୍ରିପ୍ କରିଛି। ଦୁଇ ଦଶନ୍ଧି ପରେ ଆଜି ମୋର ଦୁଇଟି ସନ୍ତାନ, ଗୋଟିଏ କୁକୁର ଓ ଆଉ ସ୍ୱାମୀ ମଧ୍ୟ। ଉକ୍ତ ଚାଟ୍ ସମୟରେ ମୁଁ ନିଶ୍ଚିତ ନ ଥିଲି ଯେ ମୁଁ ଏସବୁ ଚାହୁଁଛି।''
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/twinkle-akshaya.jpg)