Advertisment

ସୌରିନ୍ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଚିଠି ଲେଖିଲା ପୁଲିସ

ଓଡ଼ିଶା ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରି ଦେବା ପରେ ତାଙ୍କୁ ପୁଲିସ ଗିରଫ କରିବାର ସମ୍ଭାବନା ବଢ଼ିଯାଇଛି। ତେଣୁ ସେ ନିଖୋଜ ହୋଇଯାଇଛନ୍ତି।

author-image
Jitendra Garnayak
Sourin Bhatt

Sourin Bhatt

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ପାଇଁ କଟକ ମହିଳା ଥାନା ପକ୍ଷରୁ ଚିଠି ଲେଖାଯାଇଛି। କୋଲକାତାର ବ୍ୟାଙ୍କ ଅଫ୍ ବରୋଦା ଓ କର୍ପୋରେସନ୍ ବ୍ୟାଙ୍କକୁ ଏହି ଚିଠି କରାଯାଇଛି।

Advertisment

ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ତାଙ୍କଠାରୁ ଟଙ୍କା ନେଇ ନ ଫେରାଇବା ମାମଲାରେ କଟକ ମହିଳା ଥାନା ପୁଲିସ୍ ସୌରିନ ଭଟ୍ଟଙ୍କୁ ଖୋଜୁଥିବା ବେଳେ ତାଙ୍କର ପତ୍ତା ମିଳୁନାହିଁ। ଓଡ଼ିଶା ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରି ଦେବା ପରେ ତାଙ୍କୁ ପୁଲିସ ଗିରଫ କରିବାର ସମ୍ଭାବନା ବଢ଼ିଯାଇଛି। ତେଣୁ ସେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଛି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବା ପାଇଁ ଚାପ ପକାଇବାକୁ ତାଙ୍କର ବ୍ୟାଙ୍କ ଆଉଣ୍ଟ ଫ୍ରିଜ୍‌ କରିବା ଭଳି ପଦକ୍ଷେପ ନିଆଯାଇଛି।

କଟକର ଜୋନ୍‌-୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ସୌରିନ ଭଟ୍ଟ ଯେପରି ଦେଶ ଛାଡ଼ି କେଉଁଆଡ଼େ ଯାଇପାରିବେ ନାହିଁ, ସେଥିପାଇଁ କ୍ରାଇମବ୍ରାଞ୍ଚ ଜରିଆରେ ତାଙ୍କ ନାଁରେ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରାଯାଇଛି। ତାଙ୍କର କୋଲକାତା ସ୍ଥିତ ଘରକୁ ପୁଲିସର ଏକ ଚାରି ଜଣିଆ ଟିମ୍ ଯାଇଥିଲେ। ତାଙ୍କର କୋଲକାତା ସ୍ଥିତ ଘର ସହିତ ତାଙ୍କ ସାଙ୍ଗଙ୍କ ଘର ଓ ଦୁଇ ତିନିଟି ଜାଗାରେ ରେଡ୍ କରାଯାଇଥିଲା। ସୌରିନ ଭଟ୍ଟ କେଉଁଠି ଅଛନ୍ତି, ସେନେଇ ଆମେ ତନାଘନା ଜାରି ରଖିଛୁ।

Advertisment

ଏସିପି କହିଛନ୍ତି, ଏବେ ଆମେ ଆଉ ଏକ ପଦକ୍ଷେପ ନେଇଛୁ। ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ପାଇଁ କହିଛୁ। ଦିନେ ଦୁଇ ଭିତରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯିବ। ପ୍ରଥମତଃ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଅଭିଯୋଗ ରହିଛି। ସେହିପରି ଆତ୍ମସମର୍ପଣ କରିବା ପାଇଁ ତାଙ୍କ ଉପରେ ଚାପ ପକାଇବାକୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ କୁହାଯାଇଛି। କାରଣ ଏହି ମାମଲାରେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଙ୍କର ଗିରଫଦାରୀ ପାଇଁ ଆମେ ଚେଷ୍ଟା କରୁଛୁ। ଆମେ କୋଲକାତା ପୁଲିସ ସହିତ ମଧ୍ୟ ଯୋଗାଯୋଗରେ ଅଛୁ। ସୌରିନଙ୍କୁ ଖୋଜିବାକୁ କୋଲକାତା ପୁଲିସ ମଧ୍ୟ ପ୍ରୟାସ କରୁଛି।

Odisha Police Police Sourin Bhatt