babushan
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଷ୍ଟାର ହୁଅନ୍ତୁ କି ଓଲିଉଡ୍ ଷ୍ଟାର, ସମସ୍ତଙ୍କର ଫ୍ୟାନ୍ ଅଛନ୍ତି। ଦେଖାଯାଏ ବେଳେବେଳେ ଏହି ଫ୍ୟାନ୍ମାନେ ସେମାନଙ୍କ ପସନ୍ଦର କଳାକାରମାନଙ୍କୁ ନିଆରା ଉପହାର ଦେବାକୁ ପସନ୍ଦ କରନ୍ତି। କିଛି ଦିନ ତଳେ ଜଣେ ଯୁବକ କ୍ୟୁବ୍ରେ ବାବୁସାନ୍ଙ୍କର ଏକ ଛବି ତିଆରି କରିଥିଲେ, ଯାହା ଖୁବ୍ ସୁନ୍ଦର ଦେଖାଯାଉଥିଲା। ସେ ବାବୁସାନ୍ଙ୍କର ଜଣେ ବଡ଼ ଫ୍ୟାନ୍। ସେହିଭଳି ବାବୁସାନ୍ଙ୍କ ଆଉ ଦୁଇ ଜଣ ଫ୍ୟାନ୍ ବିସ୍କୁଟ୍ରେ ତାଙ୍କର ଏକ ଛବି କରିଛନ୍ତି। ଏହାକୁ ଦେଖି ବାବୁସାନ ବି ବେଶ୍ ଖୁସି ହୋଇଛନ୍ତି। ଆଉ ଏହି ଛବି ପ୍ରସ୍ତୁତ ହେଉଥିବା ବେଳର ଏକ ଭିଡିଓକୁ ସେ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି।
ଏହି ଭିଡିଓ ଶେଆର୍ କରି ବାବୁସାନ ଲେଖିଛନ୍ତି, ମୋ ସାନ ଭାଇ ଦେବୁସାନ ଓ ଦୀପୁସାନଙ୍କ ଏହି ଭଲପାଇବା ପାଇଁ ମୁଁ ବହୁତ ଖୁସି। ଶ୍ରୀ ସାଇ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/78888.jpg)