Advertisment

ଦୁଇ ପ୍ରଯୋଜକ ଗୋଷ୍ଠୀ ହାତାହାତି, ଥାନାରେ ଲେଖିଲେ ଅଣ୍ଡରଟେକିଂ

ଆଜି ଉତ୍କଳ ସିନେ ଚାମ୍ପର ଅଫ କମର୍ସ-OCCର ସାମ୍ବାଦିକ ସମ୍ମିଳନୀ ବେଳେ ଦସ୍ତାଦସ୍ତି ଓ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

ଅଦ୍ୟତନ ହୋଇଛି
Two Film producer groups fight

Two Film producer groups fight

Advertisment

ସାମ୍ବାଦିକ ସମ୍ମିଳନୀରେ ଦୁଇ ପ୍ରଯୋଜକ ଗୋଷ୍ଠୀ ମୁହାଁମୁହିଁ ଘଟଣା । ନିଜ ନିଜ ଭିତରେ ମାମଲାର ସମାଧାନ କରିବାକୁ ଥାନାରେ ଅଣ୍ଡରଟେକିଂ ଲେଖି ମୁକୁଳିଛନ୍ତି ଦୁଇ ପ୍ରଯୋଜକ ଗୋଷ୍ଠୀ। ଆଜି ଉତ୍କଳ ସିନେ ଚାମ୍ପର ଅଫ କମର୍ସ-OCCର ସାମ୍ବାଦିକ ସମ୍ମିଳନୀ ବେଳେ ଦସ୍ତାଦସ୍ତି ଓ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରିସ୍ଥିତି ଏପରି ହେଲା କି ଶେଷରେ ପୁଲିସ୍ ପ୍ରଯୋଜକଙ୍କୁ ଧକ୍କା ଦେଇ ସେଠୁ ଥାନାକୁ ନେଇଥିଲା।

Advertisment

ଅଭିଯୋଗ ଅନୁସାରେ, ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମନମୁଖୀ କାର୍ଯ୍ୟ ଓ ତାସହ ବିଭିନ୍ନ ଅଭିଯୋଗ ନେଇ ଆଜି ସହିଦ୍‌ ନଗରର ଏକ ତାରକା ହୋଟେଲରେ ଗୋଟିଏ ଗୋଷ୍ଠୀ ପୁଲିସ ସହାୟତା ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ପ୍ରେସମିଟ୍  ଆରମ୍ଭ ହେବା କ୍ଷଣି ସଞ୍ଜୟ ନାୟକ ଓ ତାଙ୍କ ସମର୍ଥକ ଏଠାରେ ପହଞ୍ଚି ବିରୋଧ ଆରମ୍ଭ କରିଥିଲୋ ବିଧିବଦ୍ଧ ନିର୍ବାଚନ କାହିଁକି ହେଉନି, ସଂଘର ଟଙ୍କା ହେରଫେର ହିସାବ କାହିଁକି ଦିଆଯାଉନି ବୋଲି ଅଭିଯୋଗ ବାଢ଼ିଥିଲେ। ଫଳରେ ଉଭୟ ଗୋଷ୍ଠୀ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀ କୌଣସି ଟଙ୍କା ହେରଫେର ଓ ଅନିୟମିତତା ହୋଇନଥିବା କହୁଥିବା ବେଳେ ଅନ୍ୟଗୋଷ୍ଠୀ ୩ କୋଟି ଟଙ୍କା ହେରଫେର ଅଭିଯୋଗ କରିଛି। ମାମଲା ହାଇକୋର୍ଟରେ ଥିବା ବେଳେ କାହିଁକି ଝାମେଲା କରିବାକୁ ଆସିଛ ବୋଲି ପ୍ରେସ୍‌ମିଟ୍‌ ଡାକିଥିବା ପ୍ରଯୋଜକ ଗୋଷ୍ଠୀ ମତ ବାଢ଼ିଥିଲା। ଫଳରେ ଦୁଇ ପ୍ରଯୋଜକ ଗୋଷ୍ଠୀଙ୍କ ମଧ୍ୟରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲାା ପୁଲିସ ଘଟଣାକୁ ସମାଧାନ କରିବାକୁ ହସ୍ତକ୍ଷେପ କରିଥିଲା। ଉଭୟ ଗୋଷ୍ଠୀଙ୍କୁ ଭିଡ଼ିଭିଡ଼ି ସହିଦ୍‌ନଗର ଥାନାକୁ ନେଇ ବସାଇଥିଲା। ଏଠାରେ ପୁଲିସ ବିଭାଗ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା।

ସୂଚନା ମୁତାବକ, OCCର ୨୦୧୦-୧୧ ମସିହା ଠାରୁ ଏପର୍ଯ୍ୟନ୍ତ ବିଦ୍ଧିବଦ୍ଧ ନିର୍ବାଚନ ହୋଇନି। ଏହା ସାଙ୍ଗକୁ ସଂଘ ପାଣ୍ଠିର ଅପବ୍ୟବହାର ଅଭିଯୋଗ ହୋଇଛି। ସିନେ ପ୍ରଯୋଜକ ବସନ୍ତ ନାୟକ ଏହି ସଂଘ ଗଠନ କରିଥିଲେ। ତାଙ୍କ ଦେହାନ୍ତ ପର ଠାରୁ ନିର୍ବାଚନ ହୋଇନି। ଗୋଟିଏ ଗୋଷ୍ଠୀ ଏହି ସଂଘକୁ ନିଜ ଅକ୍ତିଆରରେ ରଖି ସଭାପତି, ସମ୍ପାଦକ ନିଯୁକ୍ତ କରୁଥିବା ଅଭିଯୋଗ ହୋଇଆସୁଛି। ଏଥିରେ ନୂଆ ସଦସ୍ୟ ହେଲେ ୫୦ ହଜାର ଟଙ୍କା ଫି’ ଦେବାକୁ ପଡ଼ୁଥିଲା। ମାସିକ ୫ ହଜାର ଟଙ୍କା ଚାନ୍ଦା ମଧ୍ୟ ଦେବାକୁ ପଡ଼ୁଥିଲା। ଏହି ପାଣ୍ଠି ବିନିଯୋଗ ନେଇ ଅନିୟମିତତା ଅଭିଯୋଗ ହୋଇଥିଲା।

Advertisment

ଓଡ଼ିଆ ସିନେମାର ମାନ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏଭଳି ବିବାଦ ଆଗକୁ ଅଲିଉଡ୍ ଉପରେ କି’ ପ୍ରଭାବ ପକାଇବ ତାହା ଆଲୋଚନାର ବିଷୟ ହୋଇଛି।

ଏନେଇ ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି, OCC ସଦସ୍ୟଙ୍କୁ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେବାକୁ କୁହାଯାଇଥିଲା। ହେଲେ ସେଠାରେ ପହଞ୍ଚି ଦେଖିବା ବେଳାକୁ ଓଡ଼ିଶା ପ୍ରଯୋଜକ ଆସୋସିଏସନ୍‌ ସଦସ୍ୟମାନେ ଏଠାରେ ବସିଥିବା ଦେଖିବାକୁ ମିଳିଥିଲା। ଏହି ଆସୋସିଏସନ୍ ବେଆଇନ୍। ଏହାର ନାମ ପଞ୍ଜୀକରଣ ହୋଇନି। ଯେଉଁମାନେ ମଞ୍ଚରେ ବସିଛନ୍ତି ସେମାନେ କିଏ ? ତାଙ୍କୁ କିଏ ନିର୍ବାଚିତ କରିଛି? ନିଜେ ନିଜେ ସେମାନେ କିପରି ନିର୍ବାଚିତ ହୋଇପାରିବେ? ବୋଲି ସଞ୍ଜୟ କହିଛନ୍ତି। 

ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି, ଯାହାକୁ ପ୍ରେସ୍‌ ମିଟ୍‌କୁ ଡକା ଯାଇ ନ ଥିଲା। ସେମାନେ ଜବରଦସ୍ତି ଏଠାରେ ପହଞ୍ଚି ବିଶୃଙ୍ଖଳା କରିଛନ୍ତି। ସେମାନେ ବିଭିନ୍ନ ପ୍ରକାର ଅଭିଯୋଗ ଲଗାଇଥିବାରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ସେମାନେ ଘଟଣା ନେଇ ମାମଲା ମଧ୍ୟ କରିଛନ୍ତି। ଯଦି ଆଇନର ଆଶ୍ରୟ ନେଇଛନ୍ତି, ତେବେ ଆସି ଝାମେଲା କରିବା କ’ଣ ଦରକାର ? ସଂଘରେ କିଛି ହେରଫେର ହୋଇନି। ମାମଲା ଏଡିଏମ୍‌ କୋର୍ଟରେ ଅଛି।

ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି, ଯଦି କିଛି ବିବାଦ ବା ସମସ୍ୟା ରହିଛି ତାହାକୁ ଆଲୋଚନା କରି ସମାଧାନ କରାଯାଇପାରିଥାଆନ୍ତା। ମାତ୍ର ଗୋଟିଏ ପକ୍ଷ ପ୍ରେସ୍‌ମିଟ୍‌ରେ ପକ୍ଷ ରଖୁଥିବା ବେଳେ ଅପରଗୋଷ୍ଠୀ ପହଞ୍ଚି ଝାମେଲା କରିବା ଉଚିତ୍ ନୁହେଁ।

Film Maker Film Industry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe