/odisha-reporter/media/post_attachments/uploads/2019/10/bigboss.jpg)
bigboss
ମୁମ୍ବାଇ: ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’ର ଚଳିତ ସିଜିନ୍ରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଗତ ଶନିବାର ସେମାନେ ‘ବିଗ୍ ବସ୍’ ଘରେ ଏଣ୍ଟ୍ରି କରିଥିଲେ। ସେମାନେ ହେଉଛନ୍ତି- ସୋଶାଲ୍ ମିଡିଆରେ ‘ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍ରେ ରାଜନୀତିକ ଡିବେଟ୍ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। ‘ବିବି’ ହାଉସ୍ରେ ଏହି ଦୁଇ ଜଣଙ୍କର ଏଣ୍ଟ୍ରି ପରେ ଏବେ ସେଠାରେ ଆହୁରି ବହୁତ ଡ୍ରାମା ଓ ଧମାକା ଦେଖିବାକୁ ମିଳିବ ବୋଲି କୁହାଯାଉଛି।
/odisha-reporter/media/post_attachments/wp-content/uploads/2019/10/Tehsin-Poonawala-asked-delhi-police-to-do-an-FIR-against-Joe-Naa-Bole-Jai-Shriram-Bhej-do-usko-kabristan-song.jpg)
ଅନ୍ୟପକ୍ଷରେ ଶନିବାର ଦିନ ‘ବିଗ୍ ବସ୍’ର ହୋଷ୍ଟ୍ ସଲ୍ମାନ୍ ଖାନ୍ ବହୁତ ରାଗି ଯାଇଥିଲେ। ବିଶେଷ କରି ପାରସ ଛାବ୍ରା ଓ ଶେଫାଳିଙ୍କର ଅଭଦ୍ରାମୀ ବଢ଼ିବାକୁ ଲାଗିଥିବାରୁ ସଲମାନ୍ ସେମାନଙ୍କୁ ବହୁତ ଗାଳି କରିଥିଲେ। ଏହା ବ୍ୟତୀତ ରଶ୍ମି ଓ ଦେବୋଲିନାଙ୍କ ଉପରେ ସେ ଖୁବ୍ ବର୍ଷି ଥିଲେ। ସଲମାନ କହିଥିଲେ, “ତୁମେମାନେ ସବୁବେଳେ କହୁଛ ଯେ ଆଉ ବିଗ୍ ବସ୍ ଘରେ ରହିବନି। ଆଜି ମୁଁ ବବି-ହାଉସ୍ର ଗେଟ୍ ଖୋଲି ଦେଉଛି, ଯିଏ ଯିବା କଥା ଯାଅ”। ଅନ୍ୟ ଜଣେ ପ୍ରତିଯୋଗୀ ଅସୀମ୍ଙ୍କୁ ବି ସଲ୍ମାନ୍ ଗାଳି କରିଥିଲେ। କାରଣ ସେ ‘ବିବି’ ଘରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
