‘ବିଗ୍‌ ବସ୍‌’ ଘରେ ଏଣ୍ଟ୍ରି କଲେ ଦୁଇ ନୂଆ ସଦସ୍ୟ

ମୁମ୍ବାଇ: ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ର ଚଳିତ ସିଜିନ୍‌ରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଗତ ଶନିବାର ସେମାନେ ‘ବିଗ୍ ବସ୍‌’ ଘରେ ଏଣ୍ଟ୍ରି କରିଥିଲେ। ସେମାନେ ହେଉଛନ୍ତି- ସୋଶାଲ୍‌ ମିଡିଆରେ ‘ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ରାଜନୀତିକ ଡିବେଟ୍‌ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। ‘ବିବି’ ହାଉସ୍‌ରେ ଏହି ଦୁଇ ଜଣଙ୍କର ଏଣ୍ଟ୍ରି ପରେ ଏବେ ସେଠାରେ ଆହୁରି […]

bigboss

Chinmayee Roy
  • Published: Monday, 28 October 2019
  • , Updated: 28 October 2019, 11:34 AM IST

ମୁମ୍ବାଇ: ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ର ଚଳିତ ସିଜିନ୍‌ରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଗତ ଶନିବାର ସେମାନେ ‘ବିଗ୍ ବସ୍‌’ ଘରେ ଏଣ୍ଟ୍ରି କରିଥିଲେ। ସେମାନେ ହେଉଛନ୍ତି- ସୋଶାଲ୍‌ ମିଡିଆରେ ‘ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ରାଜନୀତିକ ଡିବେଟ୍‌ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। ‘ବିବି’ ହାଉସ୍‌ରେ ଏହି ଦୁଇ ଜଣଙ୍କର ଏଣ୍ଟ୍ରି ପରେ ଏବେ ସେଠାରେ ଆହୁରି ବହୁତ ଡ୍ରାମା ଓ ଧମାକା ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଶନିବାର ଦିନ ‘ବିଗ୍‌ ବସ୍’ର ହୋଷ୍ଟ୍‌ ସଲ୍‌ମାନ୍ ଖାନ୍ ବହୁତ ରାଗି ଯାଇଥିଲେ।  ବିଶେଷ କରି ପାରସ ଛାବ୍ରା ଓ ଶେଫାଳିଙ୍କର ଅଭଦ୍ରାମୀ ବଢ଼ିବାକୁ ଲାଗିଥିବାରୁ ସଲମାନ୍ ସେମାନଙ୍କୁ ବହୁତ ଗାଳି କରିଥିଲେ। ଏହା ବ୍ୟତୀତ ରଶ୍ମି ଓ ଦେବୋଲିନାଙ୍କ ଉପରେ ସେ ଖୁବ୍ ବର୍ଷି ଥିଲେ। ସଲମାନ କହିଥିଲେ, “ତୁମେମାନେ ସବୁବେଳେ କହୁଛ ଯେ ଆଉ ବିଗ୍ ବସ୍‌ ଘରେ ରହିବନି। ଆଜି ମୁଁ ବବି-ହାଉସ୍‌ର ଗେଟ୍‌ ଖୋଲି ଦେଉଛି, ଯିଏ ଯିବା କଥା ଯାଅ”। ଅନ୍ୟ ଜଣେ ପ୍ରତିଯୋଗୀ ଅସୀମ୍‌ଙ୍କୁ ବି ସଲ୍‌ମାନ୍ ଗାଳି କରିଥିଲେ। କାରଣ ସେ ‘ବିବି’ ଘରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ।

Related story