Advertisment

ଦେଶ ପାଇଁ ଜୀବନ ଦେଲେ ଅଭିନେତା

କିଭ୍‌: ଦୀର୍ଘ ୧୪ ଦିନ ହେଲା ରୁଷ-ୟୁକ୍ରେନ୍‌ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ରୁଷ ମିସାଇଲ୍‌ ମାଡ କରୁଛି। ୟୁକ୍ରେନ୍‌ର ଅନେକ ସହରରେ ବିସ୍ଫୋରଣ ଜାରି ରଖିଛି ରୁଷ। ବଡ ବଡ ବିଲ୍ଡିଂ ସବୁ ନଷ୍ଟ ହୋଇଥିବା ବେଳେ ଯୁଦ୍ଧରେ ଅନେକ ଜୀବନ ମଧ୍ୟ ହରାଇଲେଣି। ଏହାରି ଭିତରେ ଜଣେ ଅଭିନେତା ନିଜ ଦେଶ ପାଇଁ ଜୀବନ ହରାଇଛନ୍ତି। ୟୁକ୍ରେନ୍‌ର ୩୩ ବର୍ଷୀୟ ଅଭିନେତା ପାଶ ଲି। ଯୁଦ୍ଧ ଆରମ୍ଭ ହେବା ଦିନ […]

ଅଦ୍ୟତନ ହୋଇଛି
ଦେଶ ପାଇଁ ଜୀବନ ଦେଲେ ଅଭିନେତା

pasha-lee

Advertisment

କିଭ୍‌: ଦୀର୍ଘ ୧୪ ଦିନ ହେଲା ରୁଷ-ୟୁକ୍ରେନ୍‌ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ରୁଷ ମିସାଇଲ୍‌ ମାଡ କରୁଛି। ୟୁକ୍ରେନ୍‌ର ଅନେକ ସହରରେ ବିସ୍ଫୋରଣ ଜାରି ରଖିଛି ରୁଷ। ବଡ ବଡ ବିଲ୍ଡିଂ ସବୁ ନଷ୍ଟ ହୋଇଥିବା ବେଳେ ଯୁଦ୍ଧରେ ଅନେକ ଜୀବନ ମଧ୍ୟ ହରାଇଲେଣି। ଏହାରି ଭିତରେ ଜଣେ ଅଭିନେତା ନିଜ ଦେଶ ପାଇଁ ଜୀବନ ହରାଇଛନ୍ତି।

Advertisment

ୟୁକ୍ରେନ୍‌ର ୩୩ ବର୍ଷୀୟ ଅଭିନେତା ପାଶ ଲି। ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ସେ ନିଜ ଅଭିନୟ କ୍ୟାରିଅରକୁ ଛାଡି ବନ୍ଧୁକ ଧରିଥିଲେ। ସେ ୟୁକ୍ରେନ୍‌ର ଟେରିଟୋରିଆଲ ଡିଫେନ୍ସ ୟୁନିଟ୍‌ରେ ସାମିଲ ହୋଇଥିଲେ। ନିଜ ଦେଶକୁ ରକ୍ଷା କରିବା ପାଇଁ ରୁଷ ସେନାକୁ ମୁହଁତୋଡ ଜବାବ ଦେଉଥିଲେ ପାଶ ଲି। ସେ ଫ୍ରଣ୍ଟ ଲାଇନ୍‌ରେ ଠିଆ ହୋଇ ସେନା ଆଦେଶ ପାଳନ କରୁଥିଲେ। ଏହି ସମୟରେ ମାର୍ଚ୍ଚ ୬ ତାରିଖ ଦିନ ଇରପିନ୍‌ ଉପରେ ରୁଷ ବୋମା ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣରେ ପାଶ ଲିଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ଓଡେସା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୂଚନା ଦିଆଯାଇଛି।

How Did Pasha Lee Die? What Was His Cause Of Death?

ପାଶ ଲି ୟୁକ୍ରେନ୍‌ର ଜଣେ ଜଣାଶୁଣା ଅଭିନେତା ଥିଲେ। ସେ ଅଭିନୟ କରିବା ସହ ଡବିଂ, ସିଙ୍ଗିଙ୍ଗ ଏବଂ କମ୍ପୋଜିଂରେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଥିଲେ। ସେ କୋଲେସୋ ଥିଏଟରରେ ମଧ୍ୟ ଭାଗ ନେଇସାରିଛନ୍ତି। ଏଥିସହ ସେ ଅନେକ ଫିଲ୍ମ ଏବଂ କମିର୍ସିଆଲରେ ମଧ୍ୟ ନଜର ଆସିସାରିଛନ୍ତି।

Advertisment

ସୂଚନା ମୁତାବକ, ଏହି ୟୁକ୍ରେନ୍‌ ଅଭିନେତା ଭଳି ଏବେ ଅନେକ ସଲେବ୍ରିଟି ଓ ସାଧାରଣ ନାଗରିକମାନେ ମଧ୍ୟ ୟୁକ୍ରେନ୍‌କୁ ରକ୍ଷା କରିବା ପାଇଁ ହତିଆର ଉଠାଇଛନ୍ତି। ମହିଳା ଏବଂ ଛୋଟ ଛୁଆଙ୍କୁ ଛାଡି ପୁରୁଷମାନେ ନିଜ ଦେଶ ପାଇଁ ଯୁଦ୍ଧରେ ସାମିଲ ହୋଇଛନ୍ତି।  ଗୋଟିଏ ପଟେ ହଜାର ହଜାର ସଂଖ୍ୟାରେ ଲୋକେ ଦେଶ ଛାଡି ପଳାୟନ କରୁଥିବା ବେଳେ ଅନ୍ୟପଟେ ୟୁକ୍ରେନ୍‌ ବଞ୍ଚାଇବା ପାଇଁ କିଛି ଲୋକେ ପୁଣି ଫେରୁଛନ୍ତି।

The Hobbit' And 'Lion King' Actor, 33-Year-Old Pasha Lee, Who Quit To Defend Ukraine Killed In Battle

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe