Advertisment

ସୁଶାନ୍ତଙ୍କ ଘରକୁ ଯାଇଁ ସାନ୍ତ୍ୱନା ଦେଲେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ

ପାଟଣା: ବଲିଉଡ୍ ଅଭିନେତା ଶସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ଫ୍ୟାନମାନଙ୍କୁ ଏହା ଏକ ବଡ଼ ଝଟକାଦେଇଛି। ଗତ ଜୁନ୍ ୧୪ରେ ସୁଶାନ୍ତ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାର ପରଦିନ ଅର୍ଥାତ ଜୁନ ୧୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା, ଯେଉଁଥିରେ ତାଙ୍କ ପରିବାର ସମେତ କିଛି ନିକଟତର ବନ୍ଧୁ ସାମିଲ୍ ଥିଲେ। https://www.instagram.com/p/Bv3IxAgFauc/?utm_source=ig_web_copy_link ଅନେକ ଫିଲ୍ମ ଷ୍ଟାର, କ୍ରିକେଟରଙ୍କ ସମେତ ରାଜମେତାମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ଘରକୁ ଯାଇଁ ସାନ୍ତ୍ୱନା ଦେଲେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ

sushant

Advertisment

ପାଟଣା: ବଲିଉଡ୍ ଅଭିନେତା ଶସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ଫ୍ୟାନମାନଙ୍କୁ ଏହା ଏକ ବଡ଼ ଝଟକାଦେଇଛି। ଗତ ଜୁନ୍ ୧୪ରେ ସୁଶାନ୍ତ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାର ପରଦିନ ଅର୍ଥାତ ଜୁନ ୧୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା, ଯେଉଁଥିରେ ତାଙ୍କ ପରିବାର ସମେତ କିଛି ନିକଟତର ବନ୍ଧୁ ସାମିଲ୍ ଥିଲେ।

Advertisment

https://www.instagram.com/p/Bv3IxAgFauc/?utm_source=ig_web_copy_link

ଅନେକ ଫିଲ୍ମ ଷ୍ଟାର, କ୍ରିକେଟରଙ୍କ ସମେତ ରାଜମେତାମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଗତକାଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଟଣାସ୍ଥିତ ସୁଶାନ୍ତଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟି ଅଭିନେତାଙ୍କ ପିତା ଓ ଭଉଣୀକୁ ସମବେଦନା ଜଣାଇଥିଲେ।  ଟ୍ୱିଟରରେ ଏହି ସମୟର ଫଟୋ ଶେଆର୍ କରି ସେ ଲେଖିଛନ୍ତି, ‘ ସୁଶାନ୍ତ ସିଂହ ରାଜପୁତଙ୍କ ପାଟନାସ୍ଥିତ ଘର ପରିଦର୍ଶନ କଲି। ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲି ଓ ମୋର ସମବେଦନା ଜ୍ଞାପନ କଲି। ମହାନ ପ୍ରତିଜ୍ଞା ସହିତ ଜଣେ ସୁପର ପ୍ରତିଭାବାନ ଅଭିନେତାଙ୍କୁ ଏପରି ଦୁର୍ଭାଗ୍ୟଜନକ ଅନ୍ତ ଦେଖିବାକୁ ପଡ଼ିଲା। ତାଙ୍କ ମୃତ୍ୟୁ ସହିତ ଚଳଚ୍ଚିତ୍ରରେ କ୍ରିଏଟିଭ୍ ଅଭିନୟର ମଧ୍ୟ ଅଭାବ ହୋଇଗଲା। ତାଙ୍କୁ ବହୁତ ଉଚ୍ଚତା ହାସଲ କରିବାର ଥିଲା ସେ ଆହୁରି ଅଧିକ ସଫଳତାର ଯୋଗ୍ୟ ଥିଲେ।‘

https://twitter.com/rsprasad/status/1273946702261579783?s=20

ଏହା ପୂର୍ବରୁ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପ୍ରକାଶ ପାଇବା ପରେ ପୂର୍ବତନ ସାଂସଦ ପପୁ ଯାଦବ ମଧ୍ୟ ପାଟଣାରେ ତାଙ୍କ ଘରକୁ ଯାଇ ପରିବାରକୁ ଭେଟିଥିଲେ। ସୁଶାନ୍ତ ପ୍ରଥମେ ଷ୍ଟାରପ୍ଲର ସିର୍‌ଏଲ୍ ‘କିସ୍ ଦେଶ ମେ ହୈ ମେରା ଦିଲ୍’ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ହେଲେ ସିରିଏଲ୍ ‘ପବିତ୍ର ରିସ୍ତା’ କରିବା ପରେ ସେ ଘରେ ଘରେ ପରିଚିତ ହେଲେ। ଏହାପରେ ୨୦୧୩ରେ ସେ ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘କାଏ ପୋ ଚେ’ ସହ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ସେ ବହୁତ ହିଟ୍ ଫିଲ୍ମ କରିଛନ୍ତି। ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’, ଯାହାକି ଚଳିତ ବର୍ଷ ମେ ୮ରେ ପରଦାରେ ଆସିବାର ଥିଲା କିନ୍ତୁ ମହାମାରୀ କରୋନାଭାଇରସ୍ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe