ମୁମ୍ବାଇ: ଟେଲିଭିଜନ ବ୍ୟକ୍ତିତ୍ୱ ତଥା ସୋଶାଲ ମିଡିଆ ପ୍ରଭାବଶାଳୀ ଉର୍ଫି ଜାଭେଦ୍ ବିଜେପି ନେତ୍ରୀ ଚିତ୍ରା ୱାଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଉର୍ଫିଙ୍କ ବିରୋଧରେ ଚିତ୍ରା ଅଶାଳୀନ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ବିଜେପିର ମହିଳା ମୋର୍ଚ୍ଚା ସଭାପତି ଚିତ୍ରାଙ୍କ ବିରୋଧରେ ସେ ପୁଲିସରେ ମଧ୍ୟ ଅଭିଯୋଗ କରିଛନ୍ତି। ଚିତ୍ରା ୱାଗ ସର୍ବସାଧାରଣରେ ତାଙ୍କୁ ଅପମାନିତ କଲା ଭଳି ମନ୍ତବ୍ୟ ଦେଇଥିବା ଉର୍ଫି ଜାଭେଦ ଅଭିଯୋଗ କରିଛନ୍ତି। ଚିତ୍ରାଙ୍କ ମନ୍ତବ୍ୟ ତାଙ୍କୁ ଆକ୍ରମଣ ପାଇଁ ଉସକେଇଲାଭଳି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଶୁକ୍ରବାର ଦିନ ଉର୍ଫି ଜାଭେଦ ମହାରାଷ୍ଟ୍ର ମହିଳା ଆୟୋଗରେ ପହଞ୍ଚି ଅଧ୍ୟକ୍ଷା ରୁପାଲି ଚକ୍ରକରଙ୍କୁ ଭେଟିଛନ୍ତି । ଏଥିସହ ଉର୍ଫି ସୁରକ୍ଷା ପାଇଁ କମିଶନଙ୍କୁ ଅନୁରୋଧ କରିଛନ୍ତି । ଗତ ଜାନୁଆରି ୪ରେ ବିଜେପି ନେତ୍ରୀ ଚିତ୍ରା ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ପୋଷାକକୁ ନେଇ କଟୁ ସମାଲୋଚନା କରିଥିଲେ। ସେ ତାଙ୍କ ଟ୍ଵିଟ୍ରେ ଲେଖିଥିଲେ, ଅଧା ଉଲଗ୍ନ ମହିଳାମାନେ ରାସ୍ତାରେ ଖୋଲାଖୋଲି ଚାଲୁଛନ୍ତି। ଏହା ଆମ ମହାରାଷ୍ଟ୍ରର ସଂସ୍କୃତି କି? ଏହି ଟିପ୍ପଣୀ ମୋ ଜୀବନ ପ୍ରତି ବିପଦ ରହିଛି ବୋଲି ଉର୍ଫି କହିଛନ୍ତି।