ଉର୍ମିଲାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ ନାୟିକା ତଥା ରାଜନେତା ଉର୍ମିଲା ମାତୋଣ୍ଡକରଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ । ବୁଧାବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଅକାଉଣ୍ଟ ହ୍ୟାକ ହେବା ପରେ ଉର୍ମିଲା ମହାରାଷ୍ଟ୍ର ପୁଲିସ ସାଇବର ସେଲ୍‌ରେ ଏନେଇ ଅଭିଯୋଗ କରିଛନ୍ତି । ଉର୍ମିଲା ଟୁଇଟ୍ କରି ତାଙ୍କ ଆକାଉଣ୍ଟ କିଭଳି ହ୍ୟାକ ହେଲା ସେ ନେଇ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ”ମୋର […]

URMILA

URMILA

Madhupriya Mistry
  • Published: Thursday, 17 December 2020
  • Updated: 17 December 2020, 03:00 PM IST

Sports

Latest News

ମୁମ୍ବାଇ: ବଲିଉଡ ନାୟିକା ତଥା ରାଜନେତା ଉର୍ମିଲା ମାତୋଣ୍ଡକରଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ । ବୁଧାବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଅକାଉଣ୍ଟ ହ୍ୟାକ ହେବା ପରେ ଉର୍ମିଲା ମହାରାଷ୍ଟ୍ର ପୁଲିସ ସାଇବର ସେଲ୍‌ରେ ଏନେଇ ଅଭିଯୋଗ କରିଛନ୍ତି ।

ଉର୍ମିଲା ଟୁଇଟ୍ କରି ତାଙ୍କ ଆକାଉଣ୍ଟ କିଭଳି ହ୍ୟାକ ହେଲା ସେ ନେଇ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ''ମୋର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି । କିଛି ଦୁର୍ବୃତ୍ତ ପ୍ରଥମେ ଆପଣଙ୍କୁ ଡାଇରେକ୍ଟ ମେସେଜ କରୁଛନ୍ତି । ପରେ କିଛି ଷ୍ଟେପକୁ ଫଲୋ କରିବା ପାଇଁ କହୁଛନ୍ତି । ଏହାପରେ ଆକାଉଣ୍ଟ ଭେରିଫାଇ କରି ହ୍ୟାକ କରିଦେଉଛନ୍ତି ।''


ଉର୍ମିଲାଙ୍କ ଆକାଉଣ୍ଟ ହ୍ୟାକ୍‌ ହେବା ପରେ ସମସ୍ତ ପୋଷ୍ଟ ଡିଲିଟ ହୋଇଯାଇଛି । ସେଥିରେ ସେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଶେଆର କରୁଥିବା ବେଳେ ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ କିଛି ତଥ୍ୟ ବା ଫଟୋ ନାହିଁ ।

ସୂଚନାଯୋଗ୍ୟ ଯେ, ଉର୍ମିଲା ପ୍ରଥମ ଏଭଳି ସେଲିବ୍ରିଟି ନୁହନ୍ତି, ଯାହାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇଛି । ତାଙ୍କ ପୂର୍ବରୁ ସୁସ୍ମିତା ସେନଙ୍କ ଝିଅ ରେନିଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ୍‌ ହୋଇସାରିଛି । ସେହିପରି ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନଙ୍କ ମଧ୍ୟ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ନିକଟରେ ଅଭିଯୋଗ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos