URMILA
ମୁମ୍ବାଇ: ବଲିଉଡ ନାୟିକା ତଥା ରାଜନେତା ଉର୍ମିଲା ମାତୋଣ୍ଡକରଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ । ବୁଧାବାର ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଅକାଉଣ୍ଟ ହ୍ୟାକ ହେବା ପରେ ଉର୍ମିଲା ମହାରାଷ୍ଟ୍ର ପୁଲିସ ସାଇବର ସେଲ୍ରେ ଏନେଇ ଅଭିଯୋଗ କରିଛନ୍ତି ।
ଉର୍ମିଲା ଟୁଇଟ୍ କରି ତାଙ୍କ ଆକାଉଣ୍ଟ କିଭଳି ହ୍ୟାକ ହେଲା ସେ ନେଇ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ''ମୋର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । କିଛି ଦୁର୍ବୃତ୍ତ ପ୍ରଥମେ ଆପଣଙ୍କୁ ଡାଇରେକ୍ଟ ମେସେଜ କରୁଛନ୍ତି । ପରେ କିଛି ଷ୍ଟେପକୁ ଫଲୋ କରିବା ପାଇଁ କହୁଛନ୍ତି । ଏହାପରେ ଆକାଉଣ୍ଟ ଭେରିଫାଇ କରି ହ୍ୟାକ କରିଦେଉଛନ୍ତି ।''
ଉର୍ମିଲାଙ୍କ ଆକାଉଣ୍ଟ ହ୍ୟାକ୍ ହେବା ପରେ ସମସ୍ତ ପୋଷ୍ଟ ଡିଲିଟ ହୋଇଯାଇଛି । ସେଥିରେ ସେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଶେଆର କରୁଥିବା ବେଳେ ଏବେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ କିଛି ତଥ୍ୟ ବା ଫଟୋ ନାହିଁ ।
ସୂଚନାଯୋଗ୍ୟ ଯେ, ଉର୍ମିଲା ପ୍ରଥମ ଏଭଳି ସେଲିବ୍ରିଟି ନୁହନ୍ତି, ଯାହାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଛି । ତାଙ୍କ ପୂର୍ବରୁ ସୁସ୍ମିତା ସେନଙ୍କ ଝିଅ ରେନିଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇସାରିଛି । ସେହିପରି ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନଙ୍କ ମଧ୍ୟ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ନିକଟରେ ଅଭିଯୋଗ ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/URMILA.jpg)