Urmila-Kangna
ମୁମ୍ବାଇ: ମୁମ୍ବାଇ ଓ ବଲିଉଡ୍ ସମ୍ପର୍କରେ ମନ୍ତବ୍ୟକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର। ‘ରଙ୍ଗିଲା ଗର୍ଲ’ କହିଛନ୍ତି ଯେ ଯଦି କଙ୍ଗନା ଡ୍ରଗସ୍ ସେବନ ବିରୋଧରେ ଯୁଦ୍ଧ ଲଢ଼ିବାକୁ ଚାହୁଁଛନ୍ତି, ତେବେ ସେ ପ୍ରଥମେ ନିଜ ରାଜ୍ୟ ହିମାଚଳପ୍ରଦେଶରୁ ଏହି ଅଭିଯାନ ବିଧିବଦ୍ଧ ଭାବେ ଆରମ୍ଭ କରନ୍ତୁ।
ଉର୍ମିଳାଙ୍କ କହିବା କଥା, ବଲିଉଡର ଡ୍ରଗସ ଲିଙ୍କ୍ ସମ୍ପର୍କରେ କଙ୍ଗନାଙ୍କ ପାଖରେ ଯାହା ତଥ୍ୟ ଅଛି, ସେ ଏହାକୁ ପୁଲିସକୁ ଦେବା ଉଚିତ୍ । ଏପରିକି କଙ୍ଗନାଙ୍କୁ ଦିଯାଇଥିବା ଓ୍ୱାଇ ପ୍ଲସ୍ ସିକ୍ୟୁରିଟି ଉପରେ ମଧ୍ୟ ଉର୍ମିଳା ପ୍ରଶ୍ନ ଉଠାଇଛନ୍ତି।
ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର ସହ ତୁଳନା କରି କଙ୍ଗନା କରିଥିବା ଟ୍ୱିଚ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉର୍ମିଳା କହିଛନ୍ତି ଯେ ଏହି ସହରର ଝିଅ ଭାବେ ମୁମ୍ବାଇକୁ ନେଇ କୌଣସି ଆପତ୍ତିଜନକ ଟିପ୍ପଣୀକୁ ସେ ଆଦୌ ବରଦାସ୍ତ କରିପାରିବେ ନାହିଁ। କଙ୍ଗନାଙ୍କ ଏପରି ମନ୍ତବ୍ୟ କେବଳ ମୁମ୍ବାଇ ସହର ନୁହେଁ ବରଂ ସାରା ମହାରାଷ୍ଟର ବାସିନ୍ଦାଙ୍କ ପ୍ରତି ଅପମାନ ବୋଲି ଉର୍ମିଳା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/Urmila-Kangna.jpg)