Advertisment

ନଚ୍‌ କେ ବାହାନେ ଟଚ୍‌: ରିଲିଜ୍‌ ହେଲା ‘ନଚ୍‌ ବଲିଏ’ର ପ୍ରୋମୋ

ମୁମ୍ବାଇ: ପପୁଲାର୍‌ ଡ୍ୟାନ୍ସ ରିଆଲିଟି ଶୋ’ ‘ନଚବଲିଏ’ ସିଜିନ୍‌ ୯ ବହୁତ ଶୀଘ୍ର  ଆରମ୍ଭ ହେବାକୁ ଯାଉଛି। ସଲ୍‌ମାନ୍‌ ଖାନ୍‌ ଏହି ଶୋ’କୁ ପ୍ରୟୋଜନା କରିବେ। ଚଳିତ ବର୍ଷ ଶୋ’ର ବିଷୟବସ୍ତୁ କିନ୍ତୁ ଟିକେ ହଟ୍‌କେ ରହିଛି। ଶୋ’ରେ ଏକ୍ସ କପଲ୍‌ ଡ୍ୟାନ୍ସ କରିବେ। ଏବେ ଶୋ’ର ପ୍ରୋମୋ ରିଲିଜ୍‌ କରାଯାଇଛି। ଷ୍ଟାର୍‌ପ୍ଲସ୍‌ର ଇନଷ୍ଟାଗ୍ରାମ ପେଜ୍‌ରେ ଏହି ପ୍ରୋମୋ ଶେଆର୍‌ କରାଯାଇଛି। ପ୍ରୋମୋଟି ମଧ୍ୟ ବହୁତ ଭଲ ହୋଇଛି। ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ […]

ନଚ୍‌ କେ ବାହାନେ ଟଚ୍‌: ରିଲିଜ୍‌ ହେଲା ‘ନଚ୍‌ ବଲିଏ’ର ପ୍ରୋମୋ

x11

Advertisment

ମୁମ୍ବାଇ: ପପୁଲାର୍‌ ଡ୍ୟାନ୍ସ ରିଆଲିଟି ଶୋ’ ‘ନଚବଲିଏ’ ସିଜିନ୍‌ ୯ ବହୁତ ଶୀଘ୍ର  ଆରମ୍ଭ ହେବାକୁ ଯାଉଛି। ସଲ୍‌ମାନ୍‌ ଖାନ୍‌ ଏହି ଶୋ’କୁ ପ୍ରୟୋଜନା କରିବେ। ଚଳିତ ବର୍ଷ ଶୋ’ର ବିଷୟବସ୍ତୁ କିନ୍ତୁ ଟିକେ ହଟ୍‌କେ ରହିଛି। ଶୋ’ରେ ଏକ୍ସ କପଲ୍‌ ଡ୍ୟାନ୍ସ କରିବେ। ଏବେ ଶୋ’ର ପ୍ରୋମୋ ରିଲିଜ୍‌ କରାଯାଇଛି।

Advertisment

ଷ୍ଟାର୍‌ପ୍ଲସ୍‌ର ଇନଷ୍ଟାଗ୍ରାମ ପେଜ୍‌ରେ ଏହି ପ୍ରୋମୋ ଶେଆର୍‌ କରାଯାଇଛି। ପ୍ରୋମୋଟି ମଧ୍ୟ ବହୁତ ଭଲ ହୋଇଛି। ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ଅଭିନୟ କରି ଚର୍ଚ୍ଚାରେ ରହିଥିବା ଉର୍ବସୀ ଡୋଲକିୟା ପ୍ରୋମୋରେ ଦେଖାଯାଉଛନ୍ତି। ଏହି ଶୋ’ଟି ଏକ୍ସ କପୁଲ୍‌ଙ୍କୁ ନେଇ ହେଉ ଥିବାରୁ ଉର୍ବଶୀଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି। ଏଥିରେ ତାଙ୍କ ଡ୍ୟାନ୍ସ ପାର୍ଟନର୍‌ଙ୍କ ମୁହଁ ଲୁଚାଯାଇଛି। ଏହି ଅବସରରେ ସେ  କହୁଛନ୍ତି ‘ ନଚ କେ ବାହାନେ ଟଚ୍‌ ’ । ପ୍ରୋମୋର ଶେଷ ଆଡକୁ ସଲ୍‌ମାନ୍‌ଙ୍କ ବ୍ରେସ୍‌ଲେଟ୍‌ ମଧ୍ୟ ଦେଖାଯାଉଛି।

https://www.instagram.com/p/Byz0elnFnn4/?utm_source=ig_web_copy_link

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଏଥର ‘ନଚ୍‌ ବଲିଏ’ରେ ଏକ୍ସ କପଲ୍‌ ଅର୍ଥାତ୍‌ ପରସ୍ପରଠୁ ଅଲଗା ହୋଇଯାଇଥିବା ଦମ୍ପତ୍ତିଙ୍କୁ ଆଣାଯାଇଛନ୍ତି। ସୂଚନା ଅନୁଯାୟୀ ଏହି ୫ଟି ଯୋଡ଼ି ମଧ୍ୟରୁ ୩ଟି ହେଉଛି ଏକ୍ସ କପଲ୍‌ଙ୍କ ଯୋଡ଼ି। ୩ଟି ଏକ୍ସ କପଲ ଯୋଡି ହେଉଛନ୍ତି ଏଲି ଗୋନି ଓ ନତାଶା ଷ୍ଟେକୋଭିକ୍, ମଧୂରିମା ତୁଲି ଓ ବିଶାଲ୍ ଆଦିତ୍ୟ ସିଂହ ଏବଂ ଅନୁଜ ସଚଦେବ୍ ଓ ଉର୍ବସୀ ଢୋଲକିୟା।

Advertisment

ଏଥର ଶୋ’ର ଜଜ୍‌ ପ୍ୟାନେଲ ପାଇଁ ଅନେକ ବଲିଉଡ୍‌ ଷ୍ଟାରଙ୍କୁ ଅଫର୍‌ କରାଯାଇଛି। ଯେଉଁଥିରେ  କ୍ୟଟ୍ରିନା କୈଫ୍, ଶାହିଦ୍‌ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ୍‌, ରବିନା ଟଣ୍ଡନ, ଟାଇଗର  ସ୍ରଫ୍‌  ଓ ତାଙ୍କ ଗର୍ଲଫ୍ରେଣ୍ଡ ଦିଶା  ପଟାନୀ ସାମିଲ ଅଛନ୍ତି। ହେଲେ ଏବେ ଯାଏଁ କେହି ମଧ୍ୟ ଅଫିସିଆଲ ଏହାକୁ କନଫର୍ମ  କରି ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe