Advertisment

ଶାହରୁଖ୍‌ ଓ ସଲ୍‌ମାନ୍‌ଙ୍କୁ ବି ପଛରେ ପକାଇଲେ ଉର୍ବଶୀ !

ମୁମ୍ୱାଇ : ଆଉ ଖୁବ୍ କମ୍ ଦିନରେ ସରିଯିବ ବର୍ଷ ୨୦୧୯। ଆଉ ନୂଆ ବର୍ଷ ୨୦୨୦କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳିବେ। ତା’ସହିତ ଭୋଜିଭାତର ବି ଆସର ଜମିବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବଲିଉଡ୍ କଳାକାରମାନେ ମଧ୍ୟ ପର୍ଫମାନ୍ସ କରିବେ। ତେବେ ଏହା ପୂର୍ବରୁ ଯେଉଁ ଖବରଟି ଆସିଛି, ଯଦି ତାହା ସତ ହୋଇଥାଏ, ତା’ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଉପରେ ଅନେକ ବଲିଉଡ୍ କଳାକାର ଈର୍ଷା କରିପାରନ୍ତି। […]

author-image
Puspanjali Panda
ଅଦ୍ୟତନ ହୋଇଛି
ଶାହରୁଖ୍‌ ଓ ସଲ୍‌ମାନ୍‌ଙ୍କୁ ବି ପଛରେ ପକାଇଲେ ଉର୍ବଶୀ !

urbasi

ମୁମ୍ୱାଇ : ଆଉ ଖୁବ୍ କମ୍ ଦିନରେ ସରିଯିବ ବର୍ଷ ୨୦୧୯। ଆଉ ନୂଆ ବର୍ଷ ୨୦୨୦କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳିବେ। ତା’ସହିତ ଭୋଜିଭାତର ବି ଆସର ଜମିବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବଲିଉଡ୍ କଳାକାରମାନେ ମଧ୍ୟ ପର୍ଫମାନ୍ସ କରିବେ। ତେବେ ଏହା ପୂର୍ବରୁ ଯେଉଁ ଖବରଟି ଆସିଛି, ଯଦି ତାହା ସତ ହୋଇଥାଏ, ତା’ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଉପରେ ଅନେକ ବଲିଉଡ୍ କଳାକାର ଈର୍ଷା କରିପାରନ୍ତି। କାରଣ ନୂଆ ବର୍ଷ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ନାଚିବା ପାଇଁ ଉର୍ବଶୀ ୩ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ମାତ୍ର ଘଣ୍ଟାଏ ପାଇଁ ନାଚିବାକୁ ସେ ଏହି ମୋଟ ଅଙ୍କର ପାରିଶ୍ରମିକ ନେବେ। ସୂଚନା ଅନୁସାରେ, ଭାରତରେ କୌଣସି ବଲିଉଡ୍ ଷ୍ଟାର କୌଣସି କାର୍ଯ୍ୟକ୍ରମରେ ଘଣ୍ଟାଏ ନାଚିବାକୁ ଏଯାଏ ୩ କୋଟି ଟଙ୍କା ନେଇ ନାହାନ୍ତି। ଏମିତିକି ଏ କ୍ଷେତ୍ରରେ ସେ ଶାହାରୁଖ୍ ଖାନ୍ ଓ ସଲ୍‌ମାନ୍‌ ଖାନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

https://www.instagram.com/p/B4652EIg7bw/?utm_source=ig_web_copy_link

ଏହା ବି ସୂଚନା ମିଳିଛି ଯେ ଉକ୍ତ ନୂଆବର୍ଷ କାର୍ଯ୍ୟକ୍ରମରେ ଉର୍ବଶୀ ତାଙ୍କର ଅନେକ ହିଟ୍‌ ସଙ୍ଗ୍‌ ଯେପରିକି ‘ଡ୍ୟାଡି ମମି’, ‘ହସୀନୋଁ କୀ ଦିବାନା’ ଓ ‘ପାଗଲପନ୍ତୀ’ରେ ଡ୍ୟାନ୍ସ କରିବେ। ଏହା ସହିତ ସେ ‘ବିଜ୍‌ଲୀ କୀ ତାର୍‌’ ଗୀତରେ ବି ନାଚିବେ।

https://www.instagram.com/p/B4pEP7agpzo/?utm_source=ig_web_copy_link

ସୂଚନାଯୋଗ୍ୟ, ନିକଟରେ ଉର୍ବଶୀଙ୍କୁ ଫିଲ୍ମ ‘ପାଗଲପନ୍ତୀ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ଜନ୍‌ ଅବ୍ରାହମ୍‌, ଅନୀଲ କପୁର, ଅରଶଦ ୱାରିସ୍, କୃତି ଖରବନ୍ଦା, ପୁଲ୍‌କିତ୍ ସମ୍ରାଟ ଓ ଇଲିଆନା ଡି କ୍ରୁଜ୍ ପ୍ରମୁଖ କଳାକାର ଅଭିନୟ ରହିଥିଲେ। ତେବେ ଫିଲ୍ମଟି ବକ୍ସ ଅଫିସ୍‌ରେ ସେମିତି କିଛି ଖାସ୍ କରିପାରିଲା ନାହିଁ। ଉର୍ବଶୀ ଏବେ ତାମିଲ ଫିଲ୍ମ ‘ଥିରୁଟୁ ପାୟାଲେ’ର ରିମେକ୍‌ରେ କାମ କରୁଛନ୍ତି।

Advertisment