Advertisment

ଭାଇରାଲ୍‌ ହେଉଛି ଉର୍ବଶୀଙ୍କ ଦେଶୀ ଲୁକ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଗ୍ଲାମସର ଲୁକ୍‌ ପାଇଁ ବି-ଟାଉନରେ ଚର୍ଚ୍ଚିତ। ପ୍ରତିଦିନ ତାଙ୍କର କିଛି ନା କିଛି ଫଟୋ ସୋଶାଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସାମ୍ନାକୁ ଆସିଥାଏ। ଏହି ଫଟୋଗୁଡିକରେ ତାଙ୍କର ହଟ୍‌ ଲୁକ୍‌ ସାଙ୍ଗକୁ ଗ୍ଲାମରସ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳେ। କିନ୍ତୁ ନିକଟରେ ତାଙ୍କର ଏଭଳି ଏକ ଫଟୋ ସାମ୍ନାକୁ ଆସିକୁ, ଯାହାକୁ ଦେଖିଲେ ହଠାତ୍‌ ସେ ଉର୍ବଶୀ ବୋଲି ଚିହ୍ନି ହେଉନି। ତାଙ୍କର ଏହି ଫଟୋ ଏବେ ସୋଶାଲ […]

ଭାଇରାଲ୍‌ ହେଉଛି ଉର୍ବଶୀଙ୍କ ଦେଶୀ ଲୁକ୍‌

urvashi

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଗ୍ଲାମସର ଲୁକ୍‌ ପାଇଁ ବି-ଟାଉନରେ ଚର୍ଚ୍ଚିତ। ପ୍ରତିଦିନ ତାଙ୍କର କିଛି ନା କିଛି ଫଟୋ ସୋଶାଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସାମ୍ନାକୁ ଆସିଥାଏ। ଏହି ଫଟୋଗୁଡିକରେ ତାଙ୍କର ହଟ୍‌ ଲୁକ୍‌ ସାଙ୍ଗକୁ ଗ୍ଲାମରସ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳେ। କିନ୍ତୁ ନିକଟରେ ତାଙ୍କର ଏଭଳି ଏକ ଫଟୋ ସାମ୍ନାକୁ ଆସିକୁ, ଯାହାକୁ ଦେଖିଲେ ହଠାତ୍‌ ସେ ଉର୍ବଶୀ ବୋଲି ଚିହ୍ନି ହେଉନି। ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରଲ ହେବାରେ ଲାଗିଛି।publive-image

Advertisment

ସର୍ବଦା ହଟ୍‌ ଲୁକ୍‌ରେ ରହୁଥିବା ଅଭିନେତ୍ରୀ ଉର୍ବଶୀଙ୍କ ସାମ୍ନାକୁ ଆସିଛି ଦେଶୀ ଲୁକ୍‌। ପୁରାପୁରି ସିମ୍ପୁଲ ଲୁକରେ ନଜର ଆସିଛନ୍ତି ଉର୍ବଶୀ। ଏହି ଫଟୋକୁ ଅଭିନେତ୍ରୀ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋରେ ଉର୍ବଶୀ ପିଚ୍‌ କଲର୍‌ର ସାଲୱାର ପିନ୍ଧିଥିବା ବେଳେ ଧଳା ରଙ୍ଗର ଓଢ଼ଣୀ ପକାଛନ୍ତି। କେବଳ ସେତିକି ନୁହେଁ ଲମ୍ବା ବେଣି ସହ ମଥାରେ ସିନ୍ଦୂର ମଧ୍ୟ ପିନ୍ଧିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚକିତ ହୋଇପଡିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଉର୍ବଶୀ ତାଙ୍କ ଅପ୍‌କମିଂ ପ୍ରୋଜେକ୍ଟରେ ଜଣେ ବିବାହିତ ମହିଳା ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।

Advertisment


'ସନମ୍‌ ରେ', 'ଭର୍ଜିନ ଭାନୁପ୍ରିୟା', 'ହେଟ ଷ୍ଟୋରୀ-୪', 'ସିଙ୍ଗ ସାହବ ଦି ଗ୍ରେଟ୍‌' ଭଳି ବଲିଉଡ ଫିଲ୍ମରେ ଉର୍ବଶୀ କାମ କରିସାରିଛନ୍ତି। ଏବେ ନିକଟରେ ତାଙ୍କର ଏକ ମ୍ୟୁଜିକ ଭିଡିଓ ଆଲବମ୍‌ 'ବୋ ଚାନ୍ଦ କାହାଁ ସେ ଲାଓଗି' ଆସିଥିଲା। ଯେଉଁଥିରେ ତାଙ୍କ ଅପୋଜିଟ୍‌ରେ ଟିଭି ଷ୍ଟାର ମୋସିନ ଖାନ୍‌ ନଜର ଆସିଥିଲେ। ଆଗକୁ ତାଙ୍କର ତାମିଲ ରିମେକ୍‌ ଫିଲ୍ମ 'ଥିରୁତୁ ପାଏଲି-୨' ଆସୁଛି। କେବଳ ସେତିକି ନୁହେଁ ଇଜିପ୍ଟିଆନ ସୁପରଷ୍ଟାରଙ୍କ ସହ ଏକ ଇଣ୍ଟରନ୍ୟାସନାଲ ପ୍ରଜୋକ୍ଟରେ ମଧ୍ୟ ସେ ନଜର ଆସିବେ ବୋଲି ସୂଚନା ରହିଛି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe