Advertisment

ଏହି କ୍ରିକେଟର ପ୍ରେମରେ ଉର୍ବଶୀ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରମାନଙ୍କ ପ୍ରେମ କାହାଣୀ ପୁରୁଣା। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି। କିଛି ଅଭିନେତ୍ରୀ ପ୍ରେମ ପରେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିରାଟ କୋହଲି-ଅନୁଷ୍କା ଶର୍ମା, ହରଭଜନ-ଗୀତା ଏବଂ ହେଜେଲ–ଯୁବ୍‌ରାଜ୍‌ ଅନ୍ୟତମ। ତେବେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଅଫେୟାରକୁ ନେଇ ଅନେକ ଖବର ଆସେ। ସେମିତି ଜଣେ ଅଭିନେତ୍ରୀ ହେଲେ ଉର୍ବଶୀ ରୌତେଲା। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଫେୟାର୍‌ ନେଇ ଖୁବ୍‌ ଚର୍ଚ୍ଚା […]

ଅଦ୍ୟତନ ହୋଇଛି
ଏହି କ୍ରିକେଟର ପ୍ରେମରେ ଉର୍ବଶୀ!

ur

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରମାନଙ୍କ ପ୍ରେମ କାହାଣୀ ପୁରୁଣା। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି। କିଛି ଅଭିନେତ୍ରୀ ପ୍ରେମ ପରେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିରାଟ କୋହଲି-ଅନୁଷ୍କା ଶର୍ମାହରଭଜନ-ଗୀତା ଏବଂ ହେଜେଲ-ଯୁବ୍‌ରାଜ୍‌ ଅନ୍ୟତମ। ତେବେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଅଫେୟାରକୁ ନେଇ ଅନେକ ଖବର ଆସେ। ସେମିତି ଜଣେ ଅଭିନେତ୍ରୀ ହେଲେ ଉର୍ବଶୀ ରୌତେଲା। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଫେୟାର୍‌ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତିଏକାଠି ବୁଲାବୁଲି ଏବଂ ଡିନର୍‌ କରୁଥିବାର ଶୁଣିବାକୁ ମିଳୁଥିଲା। କିନ୍ତୁ ପରେ ଏସବୁ ମିଛ ବୋଲି ହାର୍ଦ୍ଦିକ୍‌ ଏବଂ ଉର୍ବଶୀ ସ୍ପଷ୍ଟ କରିଥିଲେ। ଏବେ ଉର୍ବଶୀଙ୍କ ନାଁ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ ନାଁରେ ଯୋଡା ଯାଉଛି।  

Advertisment

ସୂଚନା ମୁତାବକଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏବେ ଉର୍ବଶୀଙ୍କ ପ୍ରେମରେ ପଡ଼ି ଯାଇଥିବାର ଚର୍ଚ୍ଚା ହେଉଛି। ଦୁହେଁ ଏକାଠି ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି। ଗତ ମଙ୍ଗଳବାର ରାତି ୧୧ଟାରେ ଦୁହେଁ ଜୁହୁରେ ଥିବା ଏକ ରେସ୍ତୋରାଁରେ ପହଞ୍ଚିଥିଲେ। ସେଠାରେ ସେ ଡିନର କରିବା ସହ କିଛି ସମୟ ବିତାଇଥିଲେ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବୁଧବାର ଖେଳାଯିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ରିଷଭ ଉର୍ବଶୀଙ୍କ ସହ ଡିନର ଡେଟରେ ଯିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଅଛି ବୋଲି ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe