Advertisment

ବିବାଦ ନେଇ ମୁହଁ ଖୋଲିଲେ ଉତ୍କଳ ସିନେ ଚାମ୍ବର ଇଣ୍ଡଷ୍ଟ୍ରି ସମ୍ପାଦକ

ୟୁସିସିଆଇରେ ଥିବା ସିନେ ପ୍ରଯୋଜକଙ୍କ ବୈଠକ ଆଜି ବସିଥିଲା। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ୟୁସିସିଆଇ ସମ୍ପାଦକ ଗଙ୍ଗାଧର ରେଡ୍ଡୀ କହିଛନ୍ତି, ଆମେ ଆଜି ଏକତ୍ରିତ ହୋଇଥିଲୁ।

Cine

Cine

Advertisment

ବିବାଦ ଆଉ ବିବାଦ ହୋଇନାହିଁ। ସେ ଅନ୍ୟ ଆଡେ ଗଲାଣି। ବିବାଦ ଶିଳ୍ପ ଭିତରୁ ବାହାରି ରାଜ୍ୟ ସ୍ତରକୁ ଗଲାଣି। ଜଣେ ଆସି ଦାୟିତ୍ୱହୀନ ମନ୍ତବ୍ୟ ଦେଇଦେଲେ କ’ଣ ଦି’ ଭାଗ ହୋଇଯିବ କି ବୋଲି ପ୍ରଶ୍ନ କରିଛନ୍ତି ୟୁସିସିଆଇ ସମ୍ପାଦକ ଗଙ୍ଗାଧର ରେଡ୍ଡୀ।

Advertisment

ୟୁସିସିଆଇରେ ଥିବା ସିନେ ପ୍ରଯୋଜକଙ୍କ ବୈଠକ ଆଜି ବସିଥିଲା। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ୟୁସିସିଆଇ ସମ୍ପାଦକ ଗଙ୍ଗାଧର ରେଡ୍ଡୀ କହିଛନ୍ତି, ଆମେ ଆଜି ଏକତ୍ରିତ ହୋଇଥିଲୁ। ଓଡ଼ିଆ ସିନେମା କିଭଳି ବାହାର ରାଜ୍ୟରେ ରିଲିଜ ହୋଇପାରିବ? କିପରି ଭଲ ଭାବରେ ଡିଷ୍ଟ୍ରିବ୍ୟୁସନ ହେବ? ରାଜ୍ୟରେ ଥିବା ୭୦ଟି ସିନେମା ହଲ୍‌ରେ କିପରି ମିଳିତ ଭାବେ ଫିଲ୍ମ ରିଲିଜ ହୋଇପାରିବ? ଗୋଟିଏ ସିନେମାର ବିଜନେସ୍‌ ଯେପରି ଅନ୍ୟ ସିନେମାର ବିଜନେସ୍‌କୁ ପ୍ରଭାବିତ ନକରିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।

ଶ୍ରୀ ରେଡ୍ଡୀ ଆହୁରି କହିଛନ୍ତି, ସିନେମା ହଲର ସମସ୍ୟା ରହିଛି। ବାହାର ଫିଲ୍ମ ସହ ଓଡ଼ିଆ ଫିଲ୍ମ ଟକ୍କର ଦେବା ସମ୍ଭବ ହେଉନାହିଁ। ଯେଉଁଥିପାଇଁ ପଦକ୍ଷେପ ନେବାକୁ ହେବ। ଚଳଚ୍ଚିତ୍ର ଶିଳ୍ପ କେଉଁ ବିଭାଗ ଅଧୀନରେ ଆସୁଛି, ତାହାର ଏଯାଏ କ୍ଲାରିଟି ନାହିଁ। ସରକାର ଏଥିପାଇଁ ସହଯୋଗ କଲେ ଭଲ ହୁଅନ୍ତା। ବାହାର ଲୋକ ଫିଲ୍ମ କରି ସବ୍‌ସିଡି ନେଉଛନ୍ତି। କିନ୍ତୁ ଆମ ପାଇଁ ନାହିଁ। ଆଜିର ବୈଠକ ସିନେମାକୁ ନେଇ ଥିବା ବିବାଦକୁ ନେଇ ନୁହେଁ ବୋଲି କହିଛନ୍ତି ୟୁସିସିଆଇ ସମ୍ପାଦକ।

Advertisment

ସେହିପରି ୟୁସିସିଆଇ ସଦସ୍ୟ ଅଖିଳ ପଟ୍ଟନାୟକ କହିଛନ୍ତି, କୌଣସି ଅସୁବିଧା ଥିଲେ, ପ୍ରଥମେ ଘରେ ଆଲୋଚନା କରିବାର ଥିଲା। ବାହାରକୁ ବିଶେଷ କରି ମିଡିଆକୁ ଯିବା ଆଗରୁ ଆସୋସିଏସନ୍‌ ଭିତରେ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା। ଏବେ ମଧ୍ୟ ସମୟ ଅଛି ପରସ୍ପର ସହ ଆଲୋଚନା କରି ସମାଧାନ କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe