ଉତ୍ତମ ମହାନ୍ତି: ଉତ୍ତମ ଅଭିନେତା, ଉତ୍ତମ ମଣିଷ

ଉତ୍ତମ ମହାନ୍ତିଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।

Uttam Mohanty

ସ୍ୱର୍ଗତ ଅଭିନେତା ଉତ୍ତମ ମହାନ୍ତି

Jitendra Garnayak
  • Published: Friday, 28 February 2025
  • Updated: 28 February 2025, 06:20 PM IST

Sports

Latest News

ଭୁବନେଶ୍ୱରର ସତ୍ୟନଗର ମଶାଣିରେ ଶୁକ୍ରବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଯାଇଛି ତାଙ୍କ ପାର୍ଥିବ ଶରୀର। ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ।

ଉତ୍ତମ ମହାନ୍ତିଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି। ଉତ୍ତମଙ୍କ ଶେଷ ଦର୍ଶନ କରିବାକୁ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆଜି ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଜମି ଥିଲା। ଏ ଭିଡ଼ରେ କେବଳ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକମାନେ ନଥିଲେ, ଥିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ ଓ ରାଜନେତା।

ଉତ୍ତମ ମହାନ୍ତି କେମିତି କଳାକାର ଥିଲେ, ତାହା ବର୍ଣ୍ଣନା କରିବାର କିଛି ଆବଶ୍ୟକତା ନାହିଁ। ଗୋଟିଏ ସମୟ ଥିଲା, ଯେତେବେଳେ ଓଡ଼ିଆ ଫିଲ୍ମ କହିଲେ ବୋଧହୁଏ ଉତ୍ତମ ମହାନ୍ତିଙ୍କୁ ହିଁ ବୁଝାଉଥିଲା। ତାଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରଥମ ସୁପରଷ୍ଟାର କୁହାଯାଏ। ହେଲେ ଏତେ ବଡ଼ ଅଭିନେତା ହୋଇଥିଲେ ହେଁ ଏଥିପାଇଁ ତାଙ୍କ ମନରେ ଟିକେ ହେଲେ ଗର୍ବ ନଥିଲା। ତାଙ୍କୁ ସୁପରଷ୍ଟାର କୁହାଯାଉଥିଲେ ହେଁ, ସେ କେବେ ନିଜକୁ ଷ୍ଟାର ବୋଲି ଭାବୁ ନଥିଲେ। ସେ ନିଜକୁ ଜଣେ ଅଭିନେତା ମାତ୍ର ଭାବୁଥିଲେ। କାରଣ ଉତ୍ତମ ମହାନ୍ତି ଜଣେ ଉତ୍ତମ ଅଭିନେତା ସହିତ ଜଣେ ଉତ୍ତମ ମଣିଷ ଥିଲେ। ଆଉ ଆଜି ଯେତେବେଳେ ସେ ଆମ ଗହଣରେ ନାହାନ୍ତି, ତାଙ୍କ ସହିତ କାମ କରିଥିବା ତଥା ତାଙ୍କୁ ଅତି ନିକଟରୁ ଜାଣିଥିବା ସମସ୍ତ କଳାକାର, ସଂଗୀତ ନିର୍ଦ୍ଦେଶକ, ନିର୍ଦ୍ଦେଶକ ତଥା ପଡ଼ୋଶୀମାନେ ‘ଉତ୍ତମ ମଣିଷ’ ଭାବେ ତାଙ୍କ ପାଖରେ ଥିବା ଗୁଣଟିକୁ ଝୁରି ହେଉଛନ୍ତି।

ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକମାନଙ୍କଠାରୁ ଶୁଣିବାକୁ ମିଳିଯେ ସାଧାରଣତଃ ଶୁଟିଂ ବେଳେ ଉପସ୍ଥିତ ଟେକ୍ନିସିଆନମାନଙ୍କୁ କୌଣସି ଅଭିନେତା ଭଲମନ୍ଦ ପଚାରନ୍ତି ନାହିଁ ଅବା ସେମାନଙ୍କ ଖିଆପିଆ କଥା ବୁଝନ୍ତି ନାହିଁ। କିନ୍ତୁ ଏ କ୍ଷେତ୍ରରେ ଉତ୍ତମ ମହାନ୍ତି ଥିଲେ ଭିନ୍ନ। ସେ ଶୁଟିଂ ସେଟ୍‌ରେ କଳାକାରଙ୍କ ସହିତ ଉପସ୍ଥିତ ଟେକ୍ନିସିଆନମାନଙ୍କ ସୁବିଧାଅସୁବିଧା କଥା ପଚାରନ୍ତି ଓ ସେମାନେ ଖାଇଲେଣି ନା ନାହିଁ ସେ କଥା ପଚାରନ୍ତି। ସାଧାରଣତଃ ସେ କେବେ ରାଗନ୍ତି ନାହିଁ। ଯଦି କେବେ ଶୁଟିଂ ସେଟ୍‌ରେ କାହା ଉପରେ ବିରକ୍ତ ହୁଅନ୍ତି, ତା’ହେଲେ ପଛରେ ଆସି ତାଙ୍କୁ ପଚାରନ୍ତି, ରାଗିଗଲ କି। ସେହିପରି ବଡ଼ ଷ୍ଟାର ହୋଇଗଲା ପରେ ମଧ୍ୟ ସେ ଉଭୟ ସିନିୟର ଓ ଜୁନିୟର କଳାକାରଙ୍କୁ ସମ୍ମାନ ଦେଉଥିଲେ। ଥରେ ଏକ ଶୁଟିଂ ସେଟ୍‌ରେ ଜଣେ ନିର୍ଦ୍ଦେଶକ ଉତ୍ତମଙ୍କୁ କହିଥିଲେ ଯେ ସେ ହେଉଛନ୍ତି ଜଣେ ଷ୍ଟାର। ଏହା ଜବାବରେ ଉତ୍ତମ କାଳେ କହିଥିଲେ ଯେ ଷ୍ଟାରମାନେ ବମ୍ବେ (ବର୍ତ୍ତମାନର ମୁମ୍ବାଇ)ରେ ରହନ୍ତି। ଆମେ ଅଭିନେତାରେ ଠିକ୍ ଅଛୁ।

ଆଜି ତାଙ୍କୁ ମନେ ପକାଇ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି, ଉତ୍ତମ ଭାଇଙ୍କର ଗୋଟିଏ ଭଲ ଗୁଣ ଥିଲା ଯେ ସେ ନୂଆ କଳାକାରମାନଙ୍କୁ ଓ ନୂଆ ଟେକ୍ନିସିଆନମାନଙ୍କୁ ସବୁ ବେଳେ ଉତ୍ସାହିତ କରନ୍ତି। ଆଗକୁ ବଢ଼ିବାକୁ ପ୍ରେରଣା ଦିଅନ୍ତି। ତେଣୁ ଆମର ରିୟଲ ସୁପରଷ୍ଟାର ଆମକୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କ ଅଭିନୟ କାଳକାଳ ପାଇଁ ବଞ୍ଚି ରହିବ। ସେ ଯାହା କରିଯାଇଛନ୍ତି, ତାହା ସମସ୍ତଙ୍କୁ ଅନୁପ୍ରାଣିତ କରିବ।

ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି, ଉତ୍ତମ ମହାନ୍ତି ଜଣେ ଲିଜେଣ୍ଡ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ତାଙ୍କର ୪ ଦଶନ୍ଧିର ଅବଦାନ ରହିଛି। ସେ ଜଣେ ଛୋଟ ମଣିଷ ନୁହନ୍ତି। କଳାକାର ହିସାବରେ ସେ ଲୋକଙ୍କ ହୃଦୟରେ ଯେତିକି ସ୍ଥାନ ପାଇଛନ୍ତି, ସେତିକି ସେ ମଣିଷ ହିସାବରେ ବି ସ୍ଥାନ ତିଆରି କରିଛନ୍ତି। ସେ ଯଦି କେବେ କାହାକୁ ଗାଳି କରିଥା’ନ୍ତି, ତା’ହେଲେ କେବଳ ଭଲ ପାଇଁ। ତାଙ୍କୁ ଦେଖି ଦେଖି ଆମେ ବଡ଼ ହୋଇଛୁ। ଯାହାକୁ ଦେଖିଲେ, ସେ ପଚାରନ୍ତି- କେମିତି ଅଛ। ସବୁ ଭଲ ନା ନାହିଁ। ତାଙ୍କର ଏହି ପଦେ ଦିପଦ କଥା ମଣିଷକୁ ନିଜର କରି ଦିଏ। ସେ ସମସ୍ତଙ୍କ ସୁବିଧା, ଅସୁବିଧା ବୁଝୁଥିଲେ।

ଅଭିନେତା ଶ୍ରୀତମ ଦାସ କହିଛନ୍ତି, ଆମ ମୁଣ୍ଡ ଉପରୁ ଛାତ ଚାଲିଗଲା ପରି ଲାଗୁଛି। ଶୁଟିଂ ସେଟ୍‌ରେ ସେ ପୂରା ଛୁଆ ହୋଇଯାଉଥିଲେ। ତାଙ୍କ ବୟସକୁ ସେ ଖାତିର କରୁ ନଥିଲେ। ଆମ ମାନସିକତା ସହିତ ସେ ନିଜ ମାନସିକତାକୁ ଖାପଖୁଆଇ କାମ କରୁଥିଲେ। ସେ ଆମକୁ ବଢ଼ିଆ ବାଟ ଦେଖାଇଛନ୍ତି। କାହାକୁ କେମିତି ବ୍ୟବହାର କରାଯିବ, ଚାଲିଚଳଣ କେମିତି ହେବା ଆବଶ୍ୟକ, ସଂଳାପ କେମିତି କୁହାଯିବ, ବସିବ କେମିତି, ଉଠିବ କେମିତି- ସବୁ ଶିଖାଇଛନ୍ତି। ଯେଉଁ ସମୟରେ ଯେଉଁ କଳାକାର ବା ଟେକ୍ନିସିଆନ ଅସୁବିଧାରେ ପଡ଼ିଛନ୍ତି, ଆଗେ ଯଦି କିଏ ସେମାନଙ୍କ ପାଇଁ ଛିଡ଼ା ହୋଇଥିବେ, ସେ ହେଉଛନ୍ତି ଉତ୍ତମ ମହାନ୍ତି। ସମସ୍ତଙ୍କୁ ସେ ଭଲ ପାଆନ୍ତି। ଏହା ମୁଁ ଜୀବନ ଯାକ ମନେ ରଖିବି। ଉଭୟ ଜୁନିୟର ଓ ସିନିୟର ଆର୍ଟିଷ୍ଟ ତାଙ୍କୁ ସମ୍ମାନ ଦେଉଥିଲେ। ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ବହୁତ ସମ୍ମାନ ଦିଅନ୍ତି। ଅଭିନୟରେ ସେ ଏକ ଅନୁଷ୍ଠାନ ଥିଲେ।

ଫିଲ୍ମ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା କହିଛନ୍ତି, ଉତ୍ତମ ମହାନ୍ତି ମୋ ଫିଲ୍ମରେ କାମ କରିଛନ୍ତି। ସେ ମୋତେ ‘ପଣ୍ଡା ବାବୁ’ ଡାକନ୍ତି। ତାଙ୍କର ଏହି ଡାକ ସବୁ ଦିନ ପାଇଁ ମନେ ରହିବ। ତାଙ୍କ ବାପାମା’ ତାଙ୍କୁ ଯେଉଁ ନାଁଟି ଦେଇଥିଲେ, ତାକୁ ସେ ସାର୍ଥକ କରିଥିଲେ। ସେ ଅତି ଉତ୍ତମ ଲୋକ ଥିଲେ। ୧୯୯୮ କି ୧୯୯୯ ମସିହାର କଥା। ଜଣେ ଡ୍ରାଇଭରଙ୍କ ଭାଇଙ୍କୁ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଡ୍ରାଇଭର ଜଣଙ୍କ ସେତେବେଳେ ଅସୁବିଧାରେ ଥା’ନ୍ତି। ରାତି ଗୋଟାଏ ବେଳେ ଉତ୍ତମ ମହାନ୍ତି ଯାଇ କ୍ୟାପିଟାଲ ହସ୍‌ପିଟାଲରେ ତାଙ୍କ ସହିତ ଠିଆ ହୋଇଥା’ନ୍ତି। ସେ ଜଣେ ଦରଦୀ ମଣିଷ ଥିଲେ।

କେବଳ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ବି ସେ ଥିଲେ ଭଲ ମଣିଷ। ତାଙ୍କ ହୃଦୟଟି ବହୁତ ବଡ଼ ଓ ନିର୍ମଳ ବୋଲି ସମସ୍ତେ କହୁଛନ୍ତି। ତାଙ୍କ ବନ୍ଧୁ ତଥା ତାଙ୍କ ସହିତ ପ୍ରାୟ ୫୦ ଫିଲ୍ମ କରିଥିବା ଅସିତ ପତି କହିଛନ୍ତି, ଉତ୍ତମ ମହାନ୍ତି ଜୀବନ ଯୁଦ୍ଧରେ ହାରିଗଲେ। କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଜିତିଛନ୍ତି। ସେ ଆମ ପାଇଁ ଅମର। ଯେତେବେଳେ ମୟୂରଭଞ୍ଜ ବା ବାରିପଦାରୁ କୌଣସି ବ୍ୟକ୍ତି ଯାଇ ତାଙ୍କୁ ଭେଟୁଥିଲେ, ସେ ପ୍ରଥମେ ପଚାରୁଥିଲେ ଖାଇଛ ନା ନାଇଁ? କେମିତି ଅଛ? କିଛି ଅସୁବିଧା ଅଛି କି? ଏଇ କଥା ସେ ପ୍ରଥମେ ପଚାରନ୍ତି। ଏଥିରୁ ଜାଣି ହୁଏ, ତାଙ୍କ ହୃଦୟଟି କେମିତି। ବାରିପଦା ଆସିଲେ ତାଙ୍କ ପୁରୁଣା ଖଟି ସ୍ଥାନକୁ ଯାଆନ୍ତି। ଉତ୍ତମ ମହାନ୍ତିର ହୃଦୟ ଉପରେ କେହି ଗାର ଟାଣିପାରିବେ ନାହିଁ।

ବରିଷ୍ଠ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି କହିଛନ୍ତି, ବହୁତ କଳାକାରଙ୍କ ସହିତ ମୁଁ କାମ କରିଛି। କିନ୍ତୁ ଉତ୍ତମ ମହାନ୍ତି ମଣିଷ ହିସାବରେ ବହୁତ ଭଲ। ତାଙ୍କ ହୃଦୟଟି ଖୁବ୍ ଭଲ। ଖାଇବାକୁ ଓ ଖୁଆଇବାକୁ ଭଲ ପାଉଥିଲେ। ଖାଇବା ଉପରେ ସବୁ ବେଳେ ଆଲୋଚନା କରୁଥିଲେ।

ହାସ୍ୟାଭିନେତା ପ୍ରଜ୍ଞା ଖଟୁଆ କହିଛନ୍ତି, ଉତ୍ତମ ମହାନ୍ତି ଆମକୁ ନିଜ ପୁଅ ଭଳି ସ୍ନେହ ଓ ଆଦର କରନ୍ତି। ଖାଇଲୁ କି ନାହିଁ, କ’ଣ କେମିତି କାମ ଚାଲିଛି, ଭଲ ଅଛ ନା ନାହିଁ- ଏମିତି ସବୁ ପଚାରନ୍ତି। ସେ ବହୁତ କେୟାରିଂ ମଣିଷ ଥିଲେ।

ପଡ଼ୋଶୀମାନେ କହିଛନ୍ତି ଯେ ଉତ୍ତମ ଭାଇଙ୍କ ବିଷୟରେ ଯେତେ କହିଲେ ବି କମ୍ ପଡ଼ିବ। ତାଙ୍କ ଭଳି ମଣିଷଟିଏ ଆଜିକାଲି ମିଳିବା କଷ୍ଟ। ଯେତେବେଳେ ଯେଉଁଠି ଦେଖିବେ କେମିତି ଅଛ ବୋଲି ପଚାରିବେ। ସେ କେବଳ ପଡ଼ୋଶୀଙ୍କୁ ନୁହେଁ, ସମସ୍ତଙ୍କୁ ସ୍ନେହ କରନ୍ତି। ସାନବଡ଼ ସେ ଦଖନ୍ତିନି। ସମସ୍ତଙ୍କ ସହିତ ମିଶନ୍ତି।

ଅନ୍ୟ କଳାକାରଙ୍କୁ ସମ୍ମାନ ଓ ପ୍ରଶଂସା କରନ୍ତି

ପୂର୍ବରୁ ଆମେ ଲେଖିଛୁ, ଉତ୍ତମ ମହାନ୍ତିଙ୍କୁ ଓଡ଼ିଆ ଫିଲ୍ମୀ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ବୋଲି କୁହାଯାଉଥିଲେ ହେଁ, ସେ ନିଜକୁ କେବେ ଷ୍ଟାର ବୋଲି ଭାବନ୍ତି ନାହିଁ। ସେ ନିଜକୁ ଜଣେ କଳାକାରଟିଏ ବୋଲି ଭାବୁଥିଲେ। ନିଜେ ଜଣେ ବଡ଼ ଅଭିନେତା ହୋଇଥିଲେ ହେଁ ଅନ୍ୟ ଅଭିନେତାମାନଙ୍କୁ ପ୍ରଶଂସା କରନ୍ତି ଓ ସେମାନଙ୍କୁ ସମ୍ମାନ ମଧ୍ୟ ଦିଅନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ତଥା ତାଙ୍କ ସହିତ କାର୍ଯ୍ୟ କରିଥିବା ଲୋକଙ୍କଠାରୁ ଶୁଣିବାକୁ ମିଳେ ଯେ ସେ ସ୍ୱର୍ଗତ ବିଜୟ ମହାନ୍ତିଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରୁଥିଲେ। ସ୍ୱର୍ଗତ ହେମନ୍ତ ଦାସଙ୍କ ଅଭିନୟକୁ ପ୍ରଶଂସା କରିବା ସହିତ ତାଙ୍କଠାରୁ ସଂଳାପ କହିବାର ଶୈଳୀ ଶିଖୁଥିଲେ। ସ୍ୱର୍ଗତ ଦୁଃଖୀରାମ ସ୍ୱାଇଁ ତଥା ଅନ୍ୟାନ୍ୟ ଅନେକ କଳାକାରଙ୍କ ଅଭିନୟ ତାଙ୍କୁ ଭଲ ଲାଗୁଥିଲା ଓ ଏ କଥାକୁ ସେ ଖୋଲା ହୃଦୟରେ ଅନ୍ୟମାନଙ୍କୁ କହୁଥିଲେ। ସହ କଳାକାର ତଥା ବୟସରେ ବଡ଼ କଳାକାରଙ୍କଠାରୁ କିଛି ନୂଆ ଶିଖିବାରେ ଉତ୍ତମ ଆଦୌ ସଂକୋଚ କରୁ ନଥିଲେ। ତାହା ତାଙ୍କ ଅନ୍ୟତମ ବଡ଼ ଗୁଣ ବୋଲି କୁହାଯାଏ।

ଉତ୍ତମଙ୍କ ସହିତ ବିତି ଥିବା ଦିନଗୁଡ଼ିକୁ ମନେ ପକାଇ ବର୍ଷୀୟାନ ହାସ୍ୟାଭିନେତା ଜୟୀ ରାମ ସାମଲ କହିଛନ୍ତି, ମୁଁ ତାଙ୍କୁ ଦେଖି ନଥିଲେ ବି, ସେ ମୋତେ ଯେଉଁଠି ଦେଖିବେ ନିଶ୍ଚିତ ଗାଡ଼ିରୁ ଓହ୍ଲାଇ ମୋ ପାଖକୁ ଆସିବେ। ରାସ୍ତାର ଦୁଇ ପାର୍ଶ୍ୱରେ ଆମେ ଦୁହେଁ ଥିବୁ। ରାସ୍ତା ଭିଡ଼ ଥିବ। ତଥାପି ମୋତେ ଦେଖିଲା ମାନେ ସେ ମୋ ପାଖକୁ ଆସିବେ ଓ ପାଦ ଧୂଳି ନେବେ। ମୁଁ ତ ତାଙ୍କୁ ଦେଖି ନଥାଏ। ତେଣୁ ସେ ବି ଚାହିଁଥିଲେ ନଦେଖିଲା ଭଳି ଅଭିନୟ କରି ମୋତେ ଏଡ଼ାଇ ଯାଇପାରିଥା’ନ୍ତେ। କିନ୍ତୁ ସେ ସେମିତି କରନ୍ତିନି। ସେ ଆମ ସମସ୍ତଙ୍କର ପ୍ରିୟ ହୋଇ ରହିବେ। କଳାକାର କଳାକର। ତା’ ପରିଶ୍ରମ ବୃଥା ଯାଏନି। ଉତ୍ତମଙ୍କ ଅଭିନୟ ସବୁ ବେଳେ ଅଭୁଲା ହୋଇ ରହିଯିବ। ଉତ୍ତମ ସର୍ବୋତ୍ତମ।

ଫିଲ୍ମ କ୍ୟାରିୟର ଓ ପୁରସ୍କାର

ନିର୍ଦ୍ଦେଶକ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ ମହାନ୍ତି। ୧୯୭୭ ମସିହାରେ ‘ଅଭିମାନ’ ରିଲିଜ୍ ହୋଇଥିଲା ଓ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା। ତା’ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସେ ୧୩୫ଟି ଓଡ଼ିଆ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଦଣ୍ଡା ବାଳୁଙ୍ଗା, ଅକ୍ଷୟ ତୃତୀୟା, ଆରତି, ଅସ୍ତରାଗ, ଭକ୍ତ ସାଲବେଗ, ଅଭିଳାଷ, ଝିଅଟିଏ ସୀତା ପରି, ରାମ ରହିମ, ଜାଇ ଫୁଲ, ଜନନୀ, ଚକା ଭଉଁରୀ, ଜଗା ହାତରେ ପଘା, ମମତା ମାଗେ ମୂଲ, ପୂଜା ଫୁଲ, ସମୟ ବଡ଼ ବଳବାନ, ସହରୀ ବାଘ, ଏଇ ଆମ ସଂସାର, ଜୋର ଯାର ମୂଲକ ତାର, ପକା କମ୍ବଳ ପୋତ ଛତା, ବଧୂ ନିରୂପମା, ଚକା ଆଖି ସବୁ ଦେଖୁଛି, ଏଇ ତ ଦୁନିଆ, ଗୋଲାମଗିରି, ମିଛ ମାୟା ସଂସାର, ଫୁଲ ଚନ୍ଦନ, ସୁନା ଚଢ଼େଇ, ତୁଣ୍ଡ ବାଇଦ, ଯାହାକୁ ରଖିବେ ଅନନ୍ତ, ବଡ଼ ଭାଉଜ, ପୁଅ ମୋର କଳା ଠାକୁର, ଦଇବ ଦଉଡ଼ି, ପରଦେଶୀ ଚଢ଼େଇ, ଶାସ୍ତି, ପଞ୍ଚୁ ପାଣ୍ଡବ, କପାଳ ଲିଖନ ଓ ଅକୁହା କଥା ପ୍ରମୁଖ। ସେ କିଛି ଟେଲି ଫିଲ୍ମ ଓ ଧାରାବାହିକରେ ମଧ୍ୟ କାମ କରିଛନ୍ତି। ଧାରାବାହିକ ‘ସାରା ଆକାଶ’ରେ ତାଙ୍କର ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ଥିଲା।

ଫୁଲ ଚନ୍ଦନ, ଝିଅଟି ସୀତା ପରି, ଦଣ୍ଡା ବାଳୁଙ୍ଗା ଓ ସୁନା ଚଢ଼େଇ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିପରି ‘ତୋ ବିନୁ ଅନ୍ୟଗତି ନାହିଁ’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୧୯୯୯ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story