/odisha-reporter/media/post_attachments/uploads/2022/06/Varsha.jpg)
Varsha
କଟକ(ଓଡ଼ିଶା ରିପୋର୍ଟର): କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଆଜି ବର୍ଷାଙ୍କର ସାକ୍ଷ୍ୟଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ କେତେକ ଆପତ୍ତି ଜନକ ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା। ଏହି ପ୍ରସଙ୍ଗରେ ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିଲା ଭଳି କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ବର୍ଷାଙ୍କ ଓକିଲ।
ଅନ୍ୟପକ୍ଷରେ କେଉଁ ଭାଷାରେ ବର୍ଷା ଉତ୍ତର ଦେବେ, ତାକୁ ନେଇ ବିବାଦ ଦେଖାଯାଇଥିଲା। ଫଳରେ ଆଜି ଅସମ୍ପୂର୍ଣ୍ଣ ରହିଲା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପକ୍ରିୟା। ଆସନ୍ତାକାଲି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ତେବେ ବର୍ଷା ସାକ୍ଷ୍ୟ ଗ୍ରହଣ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।
ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା କହିଛନ୍ତି, ରେସପୋଣ୍ଡେଣ୍ଟ କିଛି ଉତ୍ତର ଓଡ଼ିଆରେ ଦେଉଛନ୍ତି। ଯେଉଁ ଆଇନ୍ଜୀବୀ ରାଜ୍ୟ ବାହାରୁ ଆସୁଛନ୍ତି, ସେମାନେ ଓଡ଼ିଆ ଭାଷା ବୁଝି ପାରୁନାହାନ୍ତି। ତେଣୁ ଜଣେ ଟ୍ରାନ୍ସଲେଟର ଦେବା ପାଇଁ ମୁଁ କୋର୍ଟଙ୍କୁ ଅନୁରୋଧ କରିଛି। ଆଜି କୋର୍ଟରେ ବହୁ କମ୍ କ୍ରସ୍ ଏକ୍ଜାମିନ୍ ହେଲା। ଆସନ୍ତାକାଲି ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। କାଲି ଦିନ ସାରା କ୍ରସ୍ ଏକ୍ଜାମିନ ହେବ ବୋଲି ଗୀତା ଲୁଥ୍ରା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
