Advertisment

ସତ୍ୟକୁ କେହି ହରାଇପାରିବେନି, ଏହା ପ୍ରମାଣିତ ହେବ: ବର୍ଷା

ଭୁବନେଶ୍ୱର: ଘର କଳି କୋର୍ଟରୁ ଯାଇ ଏବେ ସୋଶାଲ ମିଡିଆରେ ପହଞ୍ଚିଛି। ପ୍ରସିଦ୍ଧ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଏବେ ସୋଶାଲ ମିଡିଆରେ ନାଁ ନନେଇ ପୋଷ୍ଟ ପରେ ପୋଷ୍ଟ କରି ଚାଲିଛନ୍ତି। ଗତ କାଲି ଲେଖିଥିଲେ, ସତ୍ୟ କେବେ ଲୁଚିରହେନା। ଆଜି ଲେଖିଛନ୍ତି ସତ୍ୟକୁ କେହି ହରାଇପାରିବେନି। ଆଉ ଏହା ଖୁବଶୀଘ୍ର ପ୍ରମାଣିତ ହୋଇଯିବ ବୋଲି ସେ ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, […]

author-image
Subrat Kumar Nayak
ସତ୍ୟକୁ କେହି ହରାଇପାରିବେନି, ଏହା ପ୍ରମାଣିତ ହେବ: ବର୍ଷା

Varsha-FB

ଭୁବନେଶ୍ୱର: ଘର କଳି କୋର୍ଟରୁ ଯାଇ ଏବେ ସୋଶାଲ ମିଡିଆରେ ପହଞ୍ଚିଛି। ପ୍ରସିଦ୍ଧ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଏବେ ସୋଶାଲ ମିଡିଆରେ ନାଁ ନନେଇ ପୋଷ୍ଟ ପରେ ପୋଷ୍ଟ କରି ଚାଲିଛନ୍ତି।

Advertisment

ଗତ କାଲି ଲେଖିଥିଲେ, ସତ୍ୟ କେବେ ଲୁଚିରହେନା। ଆଜି ଲେଖିଛନ୍ତି ସତ୍ୟକୁ କେହି ହରାଇପାରିବେନି। ଆଉ ଏହା ଖୁବଶୀଘ୍ର ପ୍ରମାଣିତ ହୋଇଯିବ ବୋଲି ସେ ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, କୋର୍ଟ ନିଜ ପଦକ୍ଷେପ ନେବେ।

https://twitter.com/VarshaPriyadar3/status/1302968249487781890?s=20

ସେ ଏହି ପୋଷ୍ଟରେ ଲେଖିଛନ୍ତି, ‘ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ଆଶୀର୍ବାଦ ବଳରେ ମୁଁ ନୀରବତା ଭାଙ୍ଗିବାକୁ ଯାଉଛି। କେହି କାହାକୁ ମିଛରେ ଅଭିଯୁକ୍ତ ସଜାଇ ପାରିବେନି। ଓଡ଼ିଶାକୁ ଭଲପାଇବା ଏବଂ ସମସ୍ତଙ୍କୁ ଭଲ ପାଇବା। ଜୟ ଜଗନ୍ନାଥ।’ ଗତଥର ଜଗନ୍ନାଥଙ୍କ ଫଟୋ ଦେଇଥିଲେ ଏବଂ ଏଥର ନିଜ ଫଟୋ ଦେଇଛନ୍ତି।
ସେ ଲେଖିଥିଲେ, ଜଣେ କାହାକୁ ମିଛ ଓ ବିଭ୍ରାନ୍ତିକର ଅଭିଯୋଗ ଆଣି କାହାକୁ ଅପମାନିତ କରିବା ପୂର୍ବରୁ ଈଶ୍ବରଙ୍କୁ ଡରିବା ଉଚିତ। ମୋ ଭଗବାନଙ୍କ ଉପରେ ମୋର ବିଶ୍ବାସ ଅଛି। ଆଇନ ଉପରେ କିଛି ନାହିଁ। ଜୟ ଜଗନ୍ନାଥ ଲେଖିବା ସହ ଜଗନ୍ନାଥଙ୍କ ଏକ ଫଟୋ ସହ ସେ ପୋଷ୍ଟରେ ଲେଖିଥିଲେ, ‘ଏଭଳି କଠିନ ସମୟରେ ମୁଁ ସମସ୍ତଙ୍କ ଆଶୀର୍ବାଦ ମାଗୁଛି। ନୀରବତା ଭାଙ୍ଗିବାର ଚେଷ୍ଟା କରୁଛି। ସମସ୍ତଙ୍କୁ ସମ୍ମାନ ଓ ଭଲପାଇବା।’

Advertisment