Advertisment

ବର୍ଷା ପ୍ରିୟଦର୍ଶିନୀଙ୍କ ‘ୱାଇଫ୍‌’ ସତ ନା କାହାଣୀ

‘ୱାଇଫ୍‌’କୁ ନେଇ ବର୍ଷା କହିଛନ୍ତି, ମୁଁ ଚାହୁଁଥିଲି ଲୋକମାନେ ଏହି ଫିଲ୍ମକୁ ଦେଖନ୍ତୁ। ଏଥିରେ ଗୋଟିଏ ସକାରାତ୍ମକ ବାର୍ତ୍ତା ରହିଛି। ବିବାହର ମହତ୍ୱ ଓ ଗୁରୁତ୍ୱ ଉପରେ ଏଥିରେ ଗୋଟିଏ ଭଲ ବାର୍ତ୍ତା ରହିଛି। ଚଳଚ୍ଚିତ୍ରରେ ମାହି ଓ ଯୁବରାଜଙ୍କ କାହାଣୀ ରହିଛି।

author-image
Manoranjan Sial
VARSHA PRIYADARSHINI

VARSHA PRIYADARSHINI

ନୂଆବର୍ଷରେ ଆସୁଛି ବର୍ଷା ପ୍ରିୟଦର୍ଶିନୀଙ୍କ ‘ୱାଇଫ୍‌’। ଜାନୁଆରୀ ୩ ତାରିଖରେ ବଡ଼ ଦରଦାକୁ ଆସିବ ଏହି ଫିଲ୍ମ। ଏଥିରେ ବର୍ଷା ମୁଖ୍ୟ ଚରିତ୍ରରେ ଥିବା ବେଳେ ନିଜେ ସହ ପ୍ରଯୋଜିକା ଅଛନ୍ତି। ଏହାର କାହାଣୀ ସତ ଘଟଣା ଉପରେ ଆଧାରିତ ନା କାଳ୍ପନିକ, ତାକୁ ନେଇ ନାନା ଚର୍ଚ୍ଚା ହେଉଛି। ତେବେ ପୂରା ଫିଲ୍ମ ବଡ଼ ପରଦାକୁ ଆସିବା ପରେ ଉଠିବ ପର୍ଦ୍ଦା।

Advertisment

ଚର୍ଚ୍ଚାହେଉଛି ମାହି ଚରିତ୍ରରେ ଥିବା ବର୍ଷାଙ୍କର ପ୍ରେମ ବିବାହ ହେଉଛି। ସ୍ୱାମୀ ଯୁବରାଜ ତାଙ୍କର ଜଣେ ବିଜ୍‌ନେସ୍‌ ମ୍ୟାନ୍‌। ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାରରେ ଉଠୁଛି ଅଶାନ୍ତିର ଝଡ଼। ଆଉ ଯୁବରାଜ ଜଣେ ସାମ୍ୱାଦିକାଙ୍କ ପ୍ରେମରେ ପଡ଼ୁଛନ୍ତି। ତାଙ୍କ ପ୍ରେମରେ ଉବୁଟୁବୁ ହେଉଛି। ଏହାକୁ ମାହି ଓ ଯୁବରାଜଙ୍କ ପାରିବାରିକ ସମ୍ପର୍କରେ ଉଠିଥିବା ଅଶାନ୍ତିର ଝଡ଼କୁ ନେଇ ଆଗକୁ ବଢ଼ୁଛି ଫିଲ୍ମର କାହାଣୀ।

‘ୱାଇଫ୍‌’କୁ ନେଇ ବର୍ଷା କହିଛନ୍ତି, ମୁଁ ଚାହୁଁଥିଲି ଲୋକମାନେ ଏହି ଫିଲ୍ମକୁ ଦେଖନ୍ତୁ। ଏଥିରେ ଗୋଟିଏ ସକାରାତ୍ମକ ବାର୍ତ୍ତା ରହିଛି। ବିବାହର ମହତ୍ୱ ଓ ଗୁରୁତ୍ୱ ଉପରେ ଏଥିରେ ଗୋଟିଏ ଭଲ ବାର୍ତ୍ତା ରହିଛି। ଚଳଚ୍ଚିତ୍ରରେ ମାହି ଓ ଯୁବରାଜଙ୍କ କାହାଣୀ ରହିଛି। ଜଣେ ଯଦି ହାତ ବଢ଼ାଏ ଓ ଆଉ ଜଣେ ଯଦି ହାତ ନଧରିବ, ତାହାହେଲେ ସଂସାର ରଥ ଆଗକୁ ବଢ଼ିବ ନାହିଁ। ଜଣେ ଯଦି ନିଜର ଅହଙ୍କାର ଓ ଜିଦ୍‌ରେ ଅଟଳ ରହିବ, ତାହାହେଲେ ସମାଧାନର ରାସ୍ତା ବାହାରି ପାରିବ ନାହିଁ। ଦର୍ଶକଙ୍କୁ କହିବି ନୂଆ ବାର୍ତ୍ତା ନେଇ ନୂଆବର୍ଷରେ ଆସୁଛି ‘ୱାଇଫ୍‌’। ଲୋକମାନା ଫିଲ୍ମ ଦେଖନ୍ତୁ ଓ ଆଶୀର୍ବାଦ ଦିଅନ୍ତୁ ବୋଲି ବର୍ଷା କହିଛନ୍ତି।

Advertisment

ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ। ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ। ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଓ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ। ଆଜି ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ଅନେକ ସାଟେଲାଇଟ ନ୍ୟୁଜ ଟେଲିଭିଜନ ଚ୍ୟାନେଲର ମୁଖ୍ୟ ସମ୍ପାଦକ, ରିପୋର୍ଟର୍ସ, ସୋଶାଲ ମିଡ଼ିଆ ରିପୋର୍ଟର୍ସ, ବଲିଉଡର ନାମିଦାମୀ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ସିନେ ସମୀକ୍ଷକ ପ୍ରମୁଖ ଫିଲ୍ମକୁ ଦେଖିଛନ୍ତି। ଜାନୁଆରୀ ୩ ତାରିଖରେ ଫିଲ୍ମଟି ବଡ଼ ପରଦାକୁ ଆସିବ।

Entertainment Ollywood Odia Film