Advertisment

ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ମୁହଁ ଖୋଲିଲେ ବର୍ଷା

ଭୁବନେଶ୍ୱର: ଅନୁଭବଙ୍କ ସହ ବିବାଦକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ବର୍ଷା। ଏକ ଦୁଇ ପୃଷ୍ଠାର ପୋଷ୍ଟ ସହ ବର୍ଷା ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ଅନୁଭବ ପୋଷ୍ଟ କରିଥିବା ଗଣେଷ ପୂଜା ଭିଡିଓ କଥା ମଧ୍ୟ ସ୍ଥାନ ପାଇଛି। ଜୟ ଜଗନ୍ନାଥରୁ ଏହି ଚିଠି ଆରମ୍ଭ କରିଛନ୍ତି। ଏଥିରେ ଆରମ୍ଭରୁ ବାହାଘର କଥା ଲେଖିଛନ୍ତି। ତେବେ ଦୁର୍ଭାଗ୍ୟବଶତଃ ତାଙ୍କ ସ୍ୱାମୀ ତାଙ୍କ ଉପରେ ଆଣିଥିବା ମିଥ୍ୟାରୋପ ତାଙ୍କୁ ଗଭୀର ଆଘାତ ଦେବା ସହ ତାଙ୍କ […]

ଅଦ୍ୟତନ ହୋଇଛି
ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ମୁହଁ ଖୋଲିଲେ ବର୍ଷା

Varsha-Odia

Advertisment

ଭୁବନେଶ୍ୱର: ଅନୁଭବଙ୍କ ସହ ବିବାଦକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ବର୍ଷା। ଏକ ଦୁଇ ପୃଷ୍ଠାର ପୋଷ୍ଟ ସହ ବର୍ଷା ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ଅନୁଭବ ପୋଷ୍ଟ କରିଥିବା ଗଣେଷ ପୂଜା ଭିଡିଓ କଥା ମଧ୍ୟ ସ୍ଥାନ ପାଇଛି।

Advertisment

ଜୟ ଜଗନ୍ନାଥରୁ ଏହି ଚିଠି ଆରମ୍ଭ କରିଛନ୍ତି। ଏଥିରେ ଆରମ୍ଭରୁ ବାହାଘର କଥା ଲେଖିଛନ୍ତି। ତେବେ ଦୁର୍ଭାଗ୍ୟବଶତଃ ତାଙ୍କ ସ୍ୱାମୀ ତାଙ୍କ ଉପରେ ଆଣିଥିବା ମିଥ୍ୟାରୋପ ତାଙ୍କୁ ଗଭୀର ଆଘାତ ଦେବା ସହ ତାଙ୍କ ନାରୀତ୍ବକୁ ଅସମ୍ମାନ କରିଛି ବୋଲି ବର୍ଷା କହିଛନ୍ତି।
ମୋର ଶାଶୁଘର, ଏଠାକୁ ବାହା ହୋଇ ଆସିଛି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏଠାରେ ରହିବାର ଅଧିକାର ମୋର ଅଛି ବୋଲି ସେ କହିଛନ୍ତି। ଘରୋଇ ହିଂସାର ଶିକାର ହୋଇଥିଲେ ବି ଆଇନ ସାହାଯ୍ୟରେ ସମାଧାନ ଚାହୁଁଛି ବୋଲି ସେ କହିଛନ୍ତି। ବର୍ଷା ଆହୁରି ମଧ୍ୟ କହିଛନ୍ତି, ମୁଁ ମିଡିଆ ଆଗରେ ଘରର ଗୁମର କଥା ପଦାରେ ପକାଇବାକୁ ଚାହୁଁନଥିଲି। ମୋ ଦୁଇ ପରିବାରର ମର୍ଯ୍ୟାଦା ଓ ସ୍ୱାମୀ ଙ୍କ ସମ୍ମାନ ପାଇଁ ଚୁପ୍ ରହିଥିଲି। ଏଥିପାଇଁ ପାରିବାରିକ ଜୀବନରେ ଝଡ଼ ପ୍ରଶ୍ନର ଉତ୍ତରରେ ସବୁ ଭଲ ବୋଲି ସେ କହିଥିବା ସ୍ବୀକାର କରିଛନ୍ତି।

ଅନୁଭବ ଏହି ଘଟଣାକୁ ବାରମ୍ବାର ବ୍ୟକ୍ତିଗତ ମାମଲା କହୁଥିବାବେଳେ ବର୍ଷା ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ସ୍ୱାମୀ ବର୍ତ୍ତମାନ ମିଡିଆକୁ କହୁଛନ୍ତି ବ୍ୟକ୍ତିଗତ ବ୍ୟାପାର, ରାଜନୈତିକ ନୁହେଁ। ଯଦି ରାଜନୈତିକ ନୁହେଁ ନିଜର MP ପ୍ୟାଡରେ କାହିଁକି ପ୍ରେସରିଲିଜ୍ କରିଛନ୍ତି ବୋଲି ବର୍ଷା ପ୍ରଶ୍ନ କରିଛନ୍ତି।

Advertisment

ଅନୁଭବଙ୍କ ଭଲ ପାଇବାକୁ ନେଇ ସେ କହିଛନ୍ତି, ଯଦି ମୋତେ ଭଲ ପାଉଛନ୍ତି ତାହା ହେଲେ ୨ଟି ନମ୍ବରକୁ ବ୍ଲକ୍ କରିଛନ୍ତି କାହିଁକି। ମୋ ଜନ୍ମଦିନରେ ମୋତେ ଶୁଭେଚ୍ଛା କାହିଁକି ଜଣାଇ ନାହାନ୍ତି ବୋଲି ମଧ୍ୟ ବର୍ଷା ପ୍ରଶ୍ନ ଉଠାଇଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଗୋଟିଏ ପରେ ଗୋଟିଏ ପରକୀୟା ପ୍ରୀତି ପାଇଁ କଷ୍ଟ ପାଇ ଚାଲିଥିଲେ ମଧ୍ୟ ବାହାଘରୁ ଭାଙ୍ଗିଦେବାକୁ ଚାହିଁନାହିଁ। ବରଂ ଘର ସଜାଡ଼ିବାର ଆତ୍ମବିଶ୍ବାସ ନେଇ ବଞ୍ଚିଛି। ବର୍ଷା ଲେଖିଛନ୍ତି, ମୁଁ ଅନୁଭବଙ୍କୁ ବାହା ହେଇଛି। ବାହାଘର ଓ ମଥାର ସିନ୍ଦୂର ମୋ ପାଇଁ ଖେଳଘର ନୁହେଁ। ବର୍ଷା ଲେଖିଛନ୍ତି, ତାଙ୍କ ସ୍ୱାମୀ ଅବାଟକୁ ଚାଲିଯାଇଛନ୍ତି।

ଅନୁଭବ ଅପଲୋଡ୍ କରିଥିବା ଗଣେଷ ପୂଜା ଭିଡିଓକୁ ନେଇ ବର୍ଷା କହିଛନ୍ତି, ‘କିଛି ସମୟ ଆଗରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ମୋ ସ୍ୱାମୀ ନିଜେ ପ୍ରମାଣିତ କରିଛନ୍ତି ମୁଁ କିପରି ମୋ ଶାଶୁଘର ଲୋକଙ୍କ ସହିତ ମିଶିକି ଚଳୁଛି, ଯାହାକି ତାଙ୍କ ନିଜ ପିଟିସନରେ ଲିଖିତ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ କରୁଛି। ଘରୋଇ ହିଂସା ଚବିଶ ଘଣ୍ଟା ହୋଇନଥାଏ। ବରଂ କିଛି ଘଟଣାକୁ ନେଇ ହୋଇଥାଏ। ଦରକାର ପଡ଼ିଲେ, ସେମିତି କିଛି ଘଟଣାର ପ୍ରମାଣ ମୁଁ କୋର୍ଟକୁ ଦେବି।’

ଶେଷରେ ସେ ଲେଖିଛନ୍ତି, ‘ମୋ ବାହାଘରକୁ ବଞ୍ଚାଇବାକୁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରି ଚାଲିବି। ଏଥିପାଇଁ ଆପଣମାନଙ୍କର ସମସ୍ତଙ୍କର ଆଶୀର୍ବାଦ ମୋର ନିହାତି ଦରକାର।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe