Advertisment

ବରୁଣ ଧୱନ ଓ ନୀତୁ ସିଂହଙ୍କୁ କରୋନା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ପୁଣି କରୋନା କବଳରେ ବଲିଉଡ ଅଭିନେତା ଓ ଅଭିନେତ୍ରୀ। ବରୁଣ ଧୱନ ଓ ନୀତୁ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଚଣ୍ଡିଗଡରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ଚାଲିଥିବା ବେଳେ ଏହି  ତିନି ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଅଭିନେତା ଅନୀଲ୍ କପୁରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। କେବଳ ସେତିକି ନୁହେଁ ଫିଲ୍ମର ନିର୍ଦ୍ଦେଶକ ରାଜ ମେହଟାଙ୍କ ରିପୋର୍ଟ ମଧ୍ୟ […]

ଅଦ୍ୟତନ ହୋଇଛି
ବରୁଣ ଧୱନ ଓ ନୀତୁ ସିଂହଙ୍କୁ କରୋନା

anil,-varun-and-nitu-covid-

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ପୁଣି କରୋନା କବଳରେ ବଲିଉଡ ଅଭିନେତା ଓ ଅଭିନେତ୍ରୀ। ବରୁଣ ଧୱନ ଓ ନୀତୁ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଚଣ୍ଡିଗଡରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ଚାଲିଥିବା ବେଳେ ଏହି  ତିନି ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଅଭିନେତା ଅନୀଲ୍ କପୁରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। କେବଳ ସେତିକି ନୁହେଁ ଫିଲ୍ମର ନିର୍ଦ୍ଦେଶକ ରାଜ ମେହଟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଫଳରେ ଶୁଟିଂକୁ ଅଧାରେ ଅଟକାଇ ଦିଆଯାଇଛି। କିନ୍ତୁ ଏହି ବଲିଉଡ ଷ୍ଟାରମାନ କରୋନା ହୋଇଥିବା ନେଇ ସାର୍ବଜନୀନ ଭାବେ କୌଣସି ସୂଚନା ଦେଇନାହାନ୍ତି।

Advertisment

ନିକଟରେ ନିତୁ ସିଂହ, ବରୁଣ ଧୱନ, ଅନିଲ କପୁର, କିଆରା ଆଡଭାନୀ ଏବଂ ଏହି ଫିଲ୍ମର ପୂରା ଟିମ ଶୁଟିଂ ପାଇଁ ଚଣ୍ଡିଗଡ଼ ବାହାରିଥିଲେ। ଶୁଟିଂକୁ ଯିବା ପୂର୍ବରୁ ଏମାନେ ଏକାଠି ଏକ ଫଟୋ ମଧ୍ୟ ଶେଆର କରିଥିଲେ। ଦୀର୍ଘ ଦିନର ବିରତି ଏବଂ ଋଷି କପୁରଙ୍କ ଦେହାନ୍ତି ପରେ ଏହି ଫିଲ୍ମ ଜରିଆ ନିତୁ ସିଂହ ପଥ୍ରମ କରି ବଡ଼ ପରଦାକୁ ଫେରିଛନ୍ତି। ଶୁକ୍ରବାର ଏମାନେ କରୋନା ପଜିଟିଭ ହୋଇଥିବା ନେଇ ଏକ ମିଡିଆ ରିପୋର୍ଟରୁ ସୂଚନା ମିଳିଛି।

‘ଯୁଗ ଯୁଗ ଜିଓ’ ଫିଲ୍ମର ଲିଡ଼୍ ରୋଲରେ ବରୁଣ ଧୱନ ଏବଂ କିଆରା ଆଡଭାନୀ ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଅନିଲ କପୁର ଏବଂ ନୀତୁ ସିଂହ ନଜର ଆସିବେ। ଗତ କିଛି ଦିନ ତଳେ କିଆରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବରୁଣ ଏ‍ବଂ ତାଙ୍କର ଏକ ଫଟୋ ସେୟାର କରିଥିଲେ । ଏଥିରେ ସେ ‘ହ୍ୟାପି ହଜବେଣ୍ଡ, ହ୍ୟାପି ଲାଇଫ’ କ୍ୟାପସନ ଲେଖିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe