Advertisment

ସାରାଙ୍କୁ ଚୋରଣୀ କହିଲେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲିଖାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ। ସର୍ବ ସମ୍ମୁଖରେ ସାରାଙ୍କୁ ବରୁଣ ଚୋରଣୀ ବୋଲି କହିଛନ୍ତି। ତେବେ ବରୁଣ ସାରାଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ କାହିଁକି ଆଣିଛନ୍ତି ? ଅପକମିଂ ଫିଲ୍ମ ‘କୁଲି ନମ୍ବର-୧’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବରୁଣ-ସାରା। ଏହି ସମୟରେ ଅଭିନେତ୍ରୀ ସାରା ତାଙ୍କ କୋ-ଷ୍ଟାର ବରୁଣଙ୍କ ସହ ଅନେକ ନୂଆ ପୁରୁଣା ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସାରାଙ୍କୁ ଚୋରଣୀ କହିଲେ ବରୁଣ

Varun-sara

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲିଖାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ। ସର୍ବ ସମ୍ମୁଖରେ ସାରାଙ୍କୁ ବରୁଣ ଚୋରଣୀ ବୋଲି କହିଛନ୍ତି। ତେବେ ବରୁଣ ସାରାଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ କାହିଁକି ଆଣିଛନ୍ତି ?

Advertisment

ଅପକମିଂ ଫିଲ୍ମ 'କୁଲି ନମ୍ବର-୧'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବରୁଣ-ସାରା। ଏହି ସମୟରେ ଅଭିନେତ୍ରୀ ସାରା ତାଙ୍କ କୋ-ଷ୍ଟାର ବରୁଣଙ୍କ ସହ ଅନେକ ନୂଆ ପୁରୁଣା ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି।  ନିକଟରେ ସାରା ତାଙ୍କ ଇନଷ୍ଟାଗ୍ରାମରେ ବରୁଣ ଓ ତାଙ୍କର ଏକ ଫଟୋ ଶେଆର କରି କ୍ୟାପସନରେ ମଜାଳିଆ ଢ଼ଙ୍ଗରେ ଏକ ସାଏରୀ ଲେଖିଛନ୍ତି। ସାରାଙ୍କ ଏହି ସାଏରୀକୁ ଦେଖି ବରୁଣ ତାଙ୍କୁ କମେଣ୍ଟ କରି 'ତୁ ଚୋରଣୀ' ବୋଲି କହିଛନ୍ତି।

Advertisment


ଆଉ ଅଳ୍ପ କିଛି ଦିନ ପରେ ରିଲିଜ ହେବ ଫିଲ୍ମ 'କୁଲି ନମ୍ବର-୧'। ଏଥିରେ ବରୁଣ ଧୱନ ଓ ସାରା ଅଲ୍ଲି ଖାନ ଲିଡ ରୋଲରେ ଅଛନ୍ତି । ଏହି ଫିଲ୍ମଟି ଗୋବିନ୍ଦାଙ୍କ ଫିଲ୍ମ  'କୁଲି ନମ୍ବର-୧'ର ରିମେକ୍‌। ସେପଟେ ସାରା ଏହି ଫିଲ୍ମ ପରେ ଏବେ ତାଙ୍କ ଅପକମିଂ ଫିଲ୍ମ 'ଅତରଙ୍ଗୀ ରେ'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ସେ ପ୍ରଥମ ଥର ନଜର ଆସିବେ।

ସେହିପରି ବରୁଣ ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଅପକମିଂ ପ୍ରୋଜେକ୍ଟ 'ଯୁଗ ଯୁଗ ଜିୟୋ'ର ଶୁଟିଂ ସେଟ୍‌କୁ ଫେରିଛନ୍ତି । ଏହି ଫିଲ୍ମରେ ଅନୀଲ କପୁର, ନୀତୁ କପୁର ଓ କିଆରା ଆଡଭାନୀ ପ୍ରମୁଖ ଲିଡ୍‌ ରୋଲରେ ଅଛନ୍ତି।

Bollywood