ଝୁଲନ୍ତା କାର୍‌ରେ ଫସିଗଲେ ବରୁଣ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ବରୁଣ ଧାବନ୍‌ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫିଲ୍ମ ‘କୁଲି ନମ୍ୱର ୧’ର ସେଟ୍‌ରେ ଗୋଟିଏ ଷ୍ଟଣ୍ଟ୍‌ ସିନ୍‌ର ଶୁଟିଂ କରୁଥିବା ବେଳେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ପୁନେର ଏକ ଅଞ୍ଚଳରେ ବରୁଣଙ୍କର ଏହି ସିନ୍‌ର ଶୁଟିଂ କରାଯାଉଥିଲା। ସିନ୍‌ରେ ପାହାଡ଼ରେ ଝୁଲି ରହିଥିବା କାର୍‌ ଭିତରେ ତାଙ୍କୁ କିଛି କ୍ଲୋଜ୍‌ ଅପ୍‌ ଶଟ୍‌ ଦେବାର ଥିଲା। କିନ୍ତୁ ଅଚାନକ କାର୍‌ର ଡୋର୍‌ ବନ୍ଦ ହୋଇ ଯାଇଥିଲା ଏବଂ ବରୁଣ […]

varun

Puspanjali Panda
  • Published: Thursday, 28 November 2019
  • , Updated: 28 November 2019, 10:13 AM IST

ମୁମ୍ୱାଇ: ବଲିଉଡ୍‌ ଅଭିନେତା ବରୁଣ ଧାବନ୍‌ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫିଲ୍ମ ‘କୁଲି ନମ୍ୱର ୧’ର ସେଟ୍‌ରେ ଗୋଟିଏ ଷ୍ଟଣ୍ଟ୍‌ ସିନ୍‌ର ଶୁଟିଂ କରୁଥିବା ବେଳେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା।

ପୁନେର ଏକ ଅଞ୍ଚଳରେ ବରୁଣଙ୍କର ଏହି ସିନ୍‌ର ଶୁଟିଂ କରାଯାଉଥିଲା। ସିନ୍‌ରେ ପାହାଡ଼ରେ ଝୁଲି ରହିଥିବା କାର୍‌ ଭିତରେ ତାଙ୍କୁ କିଛି କ୍ଲୋଜ୍‌ ଅପ୍‌ ଶଟ୍‌ ଦେବାର ଥିଲା। କିନ୍ତୁ ଅଚାନକ କାର୍‌ର ଡୋର୍‌ ବନ୍ଦ ହୋଇ ଯାଇଥିଲା ଏବଂ ବରୁଣ କାର୍‌ ଭିତରେ ଫସି ଯାଇଥିଲେ।

ଏହି ଷ୍ଟଣ୍ଟ୍‌ ଶୁଟିଂ ସମୟରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଅଚାନକ ଏମିତି ଘଟିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ କାର୍‌ର ଡୋର୍ ବନ୍ଦ ହୋଇଯିବା ପରେ ବରୁଣ ଆଦୌ ବ୍ୟସ୍ତ ହୋଇ ନଥିଲେ। ଷ୍ଟଣ୍ଟମ୍ୟାନ୍‌ ତାଙ୍କୁ ଝୁଲନ୍ତା କାର୍‌ ଭିତରରୁ ବାହାରକୁ କାଢ଼ିବା ପାଇଁ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ସେ ଭୟଭୀତ ନହୋଇ ତା’ ଭିତରେ ଅପେକ୍ଷା କରି ରହିଥିଲେ। ଶେଷରେ ବହୁତ ଚେଷ୍ଟା ପରେ ଝୁଲନ୍ତା କାର୍‌ରୁ ବରୁଣଙ୍କୁ ବାହାରକୁ ଅଣାଯାଇଥିଲା।

ମିଡିଆ ରିପୋର୍ଟ ଅନୁସାରେ ଏହି ଷ୍ଟଣ୍ଟ ସିନ୍‌ର ଶଟ୍‌ ଦେଇ ସାରିବା ପରେ ହିଁ ବରୁଣଙ୍କ କାର୍‌ର ଡୋର୍‌ ଜାମ୍‌ ହୋଇଯାଇଥିଲା ଏବଂ ଖୋଲି ନଥିଲା। ‘କୁଲି ନମ୍ୱର ୧’ ଫିଲ୍ମରେ ବରୁଣଙ୍କ ବିପକ୍ଷରେ ସାରା ଅଲି ଖାନ୍‌ ଅଛନ୍ତି। ବରୁଣଙ୍କ ପିତା ଡେଭିଡ୍‌ ଧାବନ୍‌ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି।

 

Related story