Advertisment

ବରୁଣଙ୍କ ବାହାଘର ପାଇଁ ଘୁଞ୍ଚିଲା ‘ଷ୍ଟ୍ରିଟ୍‌ ଡ୍ୟାନ୍ସର 3’ର ରିଲିଜ୍‌ ତାରିଖ

ମୁମ୍ବାଇ: ‘ଷ୍ଟ୍ରିଟ୍‌ ଡ୍ୟାନ୍ସର 3’ ଫିଲ୍ମ ଦେଖିବା ଅପେକ୍ଷାରେ ଥିବା ବରୁଣ ଧୱନଙ୍କ ଫ୍ୟାନ୍‌ଙ୍କୁ ଏବେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏହାର ରିଲିଜ୍‌ ତାରିଖ ଏବେ ଘୁଞ୍ଚାଇ ଦିଆଯାଇଛି। ଏହି ଫିଲ୍ମରେ ଅଭିନେତା ବରୁଣ ଧୱନଙ୍କ ସହ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ। ଏନେଇ ଖୋଦ ବରୁଣ ମିଡିଆକୁ ସୂଚନା ଦେଇଛନ୍ତି। ପ୍ରଥମେ ଏହି ଫିଲ୍ମର ରିଲିଜ୍‌ ତାରିଖ ନଭେମ୍ବର ୮ରେ ଥିଲା। କିନ୍ତୁ ଏବେ ତାହା ୨୪ ଜାନୁଆରୀ […]

ବରୁଣଙ୍କ ବାହାଘର ପାଇଁ ଘୁଞ୍ଚିଲା ‘ଷ୍ଟ୍ରିଟ୍‌ ଡ୍ୟାନ୍ସର 3’ର ରିଲିଜ୍‌ ତାରିଖ

q11

Advertisment

ମୁମ୍ବାଇ: ‘ଷ୍ଟ୍ରିଟ୍‌ ଡ୍ୟାନ୍ସର 3’ ଫିଲ୍ମ ଦେଖିବା ଅପେକ୍ଷାରେ ଥିବା ବରୁଣ ଧୱନଙ୍କ ଫ୍ୟାନ୍‌ଙ୍କୁ ଏବେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏହାର ରିଲିଜ୍‌ ତାରିଖ ଏବେ ଘୁଞ୍ଚାଇ ଦିଆଯାଇଛି। ଏହି ଫିଲ୍ମରେ ଅଭିନେତା ବରୁଣ ଧୱନଙ୍କ ସହ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ। ଏନେଇ ଖୋଦ ବରୁଣ ମିଡିଆକୁ ସୂଚନା ଦେଇଛନ୍ତି। ପ୍ରଥମେ ଏହି ଫିଲ୍ମର ରିଲିଜ୍‌ ତାରିଖ ନଭେମ୍ବର ୮ରେ ଥିଲା। କିନ୍ତୁ ଏବେ ତାହା ୨୪ ଜାନୁଆରୀ ୨୦୨୦କୁ ଘୁଞ୍ଚାଇ ଦିଆଯାଇଛି।

Advertisment

publive-image

ଏହାର କାରଣ ଅନ୍ୟ କୌଣସି ଫିଲ୍ମ ନୁହେଁ ବରଂ ଏହା ବରୁଣ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶାଙ୍କ ବାହାଘର ପାଇଁ ଏହି ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଯାଇଛି। ଏହି କଥାକୁ ବରୁଣଙ୍କ ବାପା ଡେବିଡ୍‌ ଧାୱନ୍‌ ମାନିବାକୁ ନାରାଜ୍‌ । ମାତ୍ର ଏକ ରିପୋର୍ଟ ଅନୁସାରେ ବରୁଣ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲ୍‌ ଚଳିତ ବର୍ଷ ଡିସେମ୍ବରରେ ବାହା ହେବେ ବୋଲି ଚର୍ଚ୍ଚା ହେଉଛି।

publive-image

ହିନ୍ଦୁ ରିତୀନୀତିରେ ଏହି ବାହାଘର କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ବରୁଣ ଏବଂ ନତାଶାଙ୍କ ବାହାଘର ପାଇଁ ନିକ୍‌ ଏବଂ ପ୍ରିୟଙ୍କାଙ୍କ ବାହାଘର କରିଥିବା ପଣ୍ଡିତଙ୍କୁ କୁହାଯାଇଛି। ଏହା ସହ ନିକ୍‌ ଏବଂ ପ୍ରିୟଙ୍କାଙ୍କ ବାହାଘର ଭଳି ବରୁଣ ଏବଂ ନତାଶାଙ୍କ ବାହାଘର ବହୁ ଆଡମ୍ବରରେ ହେବ ବୋଲି କୁହାଯାଉଛି। ଏହି ବାହାଘରର କାର୍ଯ୍ୟକ୍ରମ ତିନିଦିନ ପର୍ଯ୍ୟନ୍ତ ଚାଲିବ।

Advertisment

https://www.instagram.com/p/BtfbFJ5nH1y/?utm_source=ig_web_copy_link

https://www.instagram.com/p/Bthp490nCZB/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe