ଡବଲ୍ ରୋଲ୍‌ରେ ଆସୁଛନ୍ତି ବରୁଣ

ମୁମ୍ବାଇ: ବଲିଉଡ୍‌ରେ ଡବଲ୍ ରୋଲ୍ କିଛି ନୂଆ କଥା ନୁହେଁ। ଅନେକ ଅଭିନେତା ଓ ଅଭିନେତ୍ରୀ ଡବଲ୍ ରୋଲ୍ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ଏବେ ଏହି ଧାରାରେ ସାମିଲ ହେବାକୁ ଯାଉଛନ୍ତି ୟଙ୍ଗ୍ ଆକ୍ଟର୍ ବରୁଣ ଧାୱନ। ‘ଜୁଡୱା-୨‘ରେ ଡବଲ୍ ରୋଲରେ ଆସିବେ ବରୁଣ। ‘ଜୁଡୱା-୨’ ହେଉଛି ୧୯୯୭ର ହିଟ୍ କମେଡି ‘ଜୁଡ୍‌ୱା‘ର ସିକ୍ୱେଲ୍। ‘ଜୁଡ୍‌ୱା‘ ତିଆରି କରିଥିଲେ ବରୁଣଙ୍କ ବାପା ଡାଭିଡ୍ ଧାୱନ୍। ‘ଜୁଡୱା-୨’ ନିର୍ଦ୍ଦେଶକ ବି ରହିଛନ୍ତି ଡାଭିଡ୍ ଧାୱନ। ଏଥିରେ […]

judwaa

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 04:01 AM IST

ମୁମ୍ବାଇ: ବଲିଉଡ୍‌ରେ ଡବଲ୍ ରୋଲ୍ କିଛି ନୂଆ କଥା ନୁହେଁ। ଅନେକ ଅଭିନେତା ଓ ଅଭିନେତ୍ରୀ ଡବଲ୍ ରୋଲ୍ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ଏବେ ଏହି ଧାରାରେ ସାମିଲ ହେବାକୁ ଯାଉଛନ୍ତି ୟଙ୍ଗ୍ ଆକ୍ଟର୍ ବରୁଣ ଧାୱନ। ‘ଜୁଡୱା-୨‘ରେ ଡବଲ୍ ରୋଲରେ ଆସିବେ ବରୁଣ।

‘ଜୁଡୱା-୨’ ହେଉଛି ୧୯୯୭ର ହିଟ୍ କମେଡି ‘ଜୁଡ୍‌ୱା‘ର ସିକ୍ୱେଲ୍। ‘ଜୁଡ୍‌ୱା‘ ତିଆରି କରିଥିଲେ ବରୁଣଙ୍କ ବାପା ଡାଭିଡ୍ ଧାୱନ୍। ‘ଜୁଡୱା-୨’ ନିର୍ଦ୍ଦେଶକ ବି ରହିଛନ୍ତି ଡାଭିଡ୍ ଧାୱନ। ଏଥିରେ ବରୁଣଙ୍କୁ ଯାଆଁଳା ଭୂମିକାରେ ଦେଖିବାକୁ ମିଳିବ।

‘ଜୁଡୱା-୨’ ଦ୍ୱାରା ଡାଭିଡ୍ ଓ ବରୁଣ ପୁଣି ଥରେ ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। ୨୦୧୪ରେ ରୋମାଣ୍ଟିକ୍ କମେଡି ‘ମେଁ ତେରା ହୀରୋ‘ରେ ସେମାନେ ଏକାଠି କାମ କରିଥିଲେ।

‘ଜୁଡୱା‘ରେ ସଲମାନ ଖାଁ ଯାଆଁଳା ଭୂମିକାରେ ଅଭିନୟ କରି ଥିଲା। କରିସ୍ମା କପୁର ଓ ରମ୍ଭା ଏଥିରେ ହୀରୋଇନ୍ ଥିଲେ।

Related story