Advertisment

ଫାଇନାଲ୍‌ ହେଲାଣି ବରୁନ୍‌-ନତାଶାଙ୍କ ୱେଡିଂ ଡେଷ୍ଟିନେସନ !

ମୁମ୍ବାଇ: ଗତବର୍ଷ ବଲିଉଡ୍‌ରେ ବିବାହ ସିଜନ୍‌ ଚାଲିଥିଲା। ୨୦୧୮ରେ ଅନୁଷ୍କା-ବିରାଟ, ଦୀପିକା- ରଣବୀର ଆଦି ସେଲିବ୍ରିଟି ହାତକୁ ଦି ହାତ ହେଲେ। ଚଳିତ ବର୍ଷ ମଧ୍ୟ ବହୁ ପ୍ରେମ ପକ୍ଷୀ  ଘର ସଂସାର କରିବେ ବୋଲି ଚର୍ଚ୍ଚା ଜୋର ଧରିଲାଣି। ସେମାନଙ୍କ ମଧ୍ୟରେ ଆଲିଆ-ରଣବୀର ଓ ବରୁଣ-ନତାଶା ନାଁ ସାମିଲ୍ ରହିଛି। ତେବେ ସେମାନଙ୍କ ମଧ୍ୟରୁ ବରୁନ ଧୱନ ଏବଂ ନତାଶାଙ୍କ ବିବାହ ଖୁବ୍‌ ଶୀଘ୍ର ହେବ ବୋଲି ଶୁଣାଯାଉଛି। ଏହି ଚର୍ଚ୍ଚିତ ବିବାହ ଲାଗି ମାଲଦୀପକୁ […]

ଫାଇନାଲ୍‌ ହେଲାଣି ବରୁନ୍‌-ନତାଶାଙ୍କ ୱେଡିଂ ଡେଷ୍ଟିନେସନ !

abdskakfd_5c4ff2e134914

Advertisment

ମୁମ୍ବାଇ: ଗତବର୍ଷ ବଲିଉଡ୍‌ରେ ବିବାହ ସିଜନ୍‌ ଚାଲିଥିଲା। ୨୦୧୮ରେ ଅନୁଷ୍କା-ବିରାଟ, ଦୀପିକା- ରଣବୀର ଆଦି ସେଲିବ୍ରିଟି ହାତକୁ ଦି ହାତ ହେଲେ। ଚଳିତ ବର୍ଷ ମଧ୍ୟ ବହୁ ପ୍ରେମ ପକ୍ଷୀ  ଘର ସଂସାର କରିବେ ବୋଲି ଚର୍ଚ୍ଚା ଜୋର ଧରିଲାଣି। ସେମାନଙ୍କ ମଧ୍ୟରେ ଆଲିଆ-ରଣବୀର ଓ ବରୁଣ-ନତାଶା ନାଁ ସାମିଲ୍ ରହିଛି। ତେବେ ସେମାନଙ୍କ ମଧ୍ୟରୁ ବରୁନ ଧୱନ ଏବଂ ନତାଶାଙ୍କ ବିବାହ ଖୁବ୍‌ ଶୀଘ୍ର ହେବ ବୋଲି ଶୁଣାଯାଉଛି। ଏହି ଚର୍ଚ୍ଚିତ ବିବାହ ଲାଗି ମାଲଦୀପକୁ ୱେଡିଂ ଡେଷ୍ଟିନେସନ ଭାବେ ପସନ୍ଦ କରାଯାଇଛି।

Advertisment

publive-imageପିଲାଦିନର ବାନ୍ଧବୀ ନତାଶାଙ୍କୁ ବିବାହ କରିବେ ବରୁନ୍‌। ନତାଶାଙ୍କୁ ନେଇ ବରୁନ୍‌ କେବେବି ଖୋଲାଖୋଲି କଥା ହେଉନଥିବା ବେଳେ ଏବେ ସେ ତାଙ୍କ ସୋଶାଲ୍‌ ମିଡିଆରେ ନତାଶାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଶେୟାର କରୁଛନ୍ତି। ଗତ କିଛି ଦିନ ହେବ ବରୁନ ଏବଂ ନତାଶାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।

ନିକଟରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକାଙ୍କ ରିସେପ୍‌ସନ୍‌ ପାର୍ଟିରେ ନତାଶାଙ୍କୁ ବରୁନଙ୍କ ବାପା ମା’ଙ୍କ ସହ ଅମ୍ବାନୀ ହାଉସ୍‌ରେ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଥିଲା। ଏସମ୍ପର୍କରେ ବରୁନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ‘ମୋ ବାପା ମା’  ମୋତେ ଛାଡି ଆଉ କାହାକୁ ଆଡପ୍ଟ କରିନେଇଛନ୍ତି’ ।

Advertisment

publive-imageସୂଚନା ଅନୁଯାୟୀ, ଫିଲ୍ମ ‘କଲଙ୍କ’ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ବରୁନ ଧୱନଙ୍କୁ ଏକ ଦମ୍‌ଦାର ଭୂମିକାରେ ଦେଖିବାକୁ ମିଳିବ। ବରୁନଙ୍କ ବ୍ୟତୀତ ଫିଲ୍ମରେ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ଆଦିତ୍ୟ କପୁର ଏବଂ ଆଲିୟା ଭଟ୍ଟଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe