Advertisment

ପରଲୋକରେ ବଲିଉଡ୍‌ର ଆଉଜଣେ ଅଭିନେତା

ମୁମ୍ବାଇ: ୨୦୨୦ ବର୍ଷ ଫିଲ୍ମ ଜଗତ ପାଇଁ ଆଣି ଦେଇଛି ଆଉଏକ ଦୁଃଖ। ଭେଟେରାନ୍ ଅଭିନେତା ରବି ପଟବର୍ଦ୍ଧନଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଶନିବାର ରାତିରେ ରବି ପଟବର୍ଦ୍ଧନଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା, ଯାହା ପରେ ତାଙ୍କୁ ସ୍ଥାନୀୟ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା ଏବଂ ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଚଳିତ ବର୍ଷ […]

author-image
Ranjit Kumar Jena
ପରଲୋକରେ ବଲିଉଡ୍‌ର ଆଉଜଣେ ଅଭିନେତା

ravi

ମୁମ୍ବାଇ: ୨୦୨୦ ବର୍ଷ ଫିଲ୍ମ ଜଗତ ପାଇଁ ଆଣି ଦେଇଛି ଆଉଏକ ଦୁଃଖ। ଭେଟେରାନ୍ ଅଭିନେତା ରବି ପଟବର୍ଦ୍ଧନଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଶନିବାର ରାତିରେ ରବି ପଟବର୍ଦ୍ଧନଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା, ଯାହା ପରେ ତାଙ୍କୁ ସ୍ଥାନୀୟ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା ଏବଂ ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ତାଙ୍କୁ ହୃଦଘାତ ହୋଇଥିଲା, ଯାହା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇଥିଲେ। ଲକଡାଉନ୍ ବେଳେ ରବି ପଟବର୍ଦ୍ଧନ ସେଟ୍‌ରେ କାମ ବନ୍ଦ କରିବା ମଧ୍ୟ କରିଦେଇ ଥିଲେ। କରୋନା ଭାଇରସ୍ କାରଣରୁ ନିଜ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ସେ ଏହି ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ଏହି ଦିବଙ୍ଗତ ଅଭିନେତା ଜଣକ ନିଜ କ୍ୟାରିୟରରେ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ପେସାରେ ଜଣେ ମରାଠୀ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିବା ପଟବର୍ଦ୍ଧନ ହିନ୍ଦୀ ଫିଲ୍ମରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଛନ୍ତି। ସେ ୟେଶୱନ୍ତ (୧୯୯୭), ତେଜାବ ଓ ଅଙ୍କୁଶ ଭଳି ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ଏହାବ୍ୟତୀତ ଜଣାଶୁଣା ମରାଠୀ ଫିଲ୍ମ ଆଶା ଅସଭ୍ୟ ସନ୍ (୧୯୮୧), ଉମବର୍ତା (୧୯୮୨), ଝାଞ୍ଜାର (୧୯୮୭) ଓ ଜ୍ୟୋତିବା ଫୁଲେ (୨୦୧୯)ରେ ଅଭିନୟ କରିଛନ୍ତି।

Advertisment