Advertisment

ଅଭିନେତା ସାଧୁ ମେହେରଙ୍କ ପରଲୋକ

ଅଙ୍କୁର, ମୃଗୟା, ଭୁବନ ସୋମ୍ ଓ ମନ୍ଥନରେ ସାଧୁ ମେହେର ନିଖୁଣ ଅଭିନୟ କରିଥିଲେ।

ଅଦ୍ୟତନ ହୋଇଛି
Sadhu Meher

Sadhu Meher

Advertisment

ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।  

Advertisment

ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ ମେହେର। ସମାନ୍ତରାଳ ଫିଲ୍ମରେ ସେ ଜଣେ ପ୍ରମୁଖ ଅଭିନେତା ଥିଲେ।  ହିନ୍ଦୀ ଫିଲ୍ମରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଓଡ଼ିଆ ଫିଲ୍ମ କରିଥିଲେ। ଅଙ୍କୁର, ମୃଗୟା, ଭୁବନ ସୋମ୍ ଓ ମନ୍ଥନରେ ସାଧୁ ମେହେର ନିଖୁଣ ଅଭିନୟ କରିଥିଲେ।

୧୯୬୯ରେ ରିଲିଜ୍ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନ ସୋମ ଥିଲା ସାଧୁ ମେହେରଙ୍କ ପ୍ରଥମ ଫିଲ୍ମ। ୧୯୭୪ ମସିହାରେ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ଅଙ୍କୁର। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ପରେ ପରେ ସେ ନିଶାନ୍ତ (ଅତିଥି କଳାକାର), ମନ୍ଥନ, ବାଲି ଘର, ଇନ୍‌କାର, ସଫେଦ ହାତୀ, ଅଭିମାନ, ମୃଗୟା, ଶୀତ ରାତି, ଭୁଖା (ସମ୍ବଲପୁରୀ ଫିଲ୍ମ), ୧୫ଟି ଭାଷାରା ନିର୍ମିତ ଫିଲ୍ମ ଜୟ ଜଗନ୍ନାଥ ଆଦିରେ ଅଭିନୟ କରିଥିଲେ। ଅଭିମାନ ଓ ଆଉ କିଛି ଫିଲ୍ମର ସେ ନିର୍ଦେଶନା ମଧ୍ୟ ଦେଇଥିଲେ। 

Advertisment

୨୦୧୭ ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସାଧୁ ମେହେରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ତା’ ସହିତ ତାଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe