ସୁରେଖା ସିକ୍ରିଙ୍କର ବ୍ରେନ ଷ୍ଟ୍ରୋକ, ଚିକିତ୍ସା ପାଇଁ ମାଗିଲେ ଆର୍ଥିକ ସାହାଯ୍ୟ

ମୁମ୍ବାଇ: କଲରସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୂ’ର ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ବ୍ରେନ ଷ୍ଟ୍ରୋକ ହୋଇଛି। ମୁମ୍ବାଇର ୟାରୀ ରୋଡ଼ରେ ରହୁଥିବା ସୁରେଖା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ପୂର୍ବାହ୍ନ ୧୧ ଟାରେ ଜୁସ ପିଇବା ବେଳେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ତେବେ ଅର୍ଥାଭାବରୁ ସେ ବଡ଼ ହସ୍ପିଟାଲରେ ଭର୍ତ୍ତି ହୋଇନପାରି କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

୨୦୧୮ ରେ ମଧ୍ୟ ତାଙ୍କର ସୁଟିଂ ସମୟରେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ପରେ ସେ ଭଲ ହୋଇଯାଇଥିଲା। ତାଙ୍କ ଯତ୍ନ ନେବାକୁ ପାଖରେ ଜଣେ ନର୍ସ ରହୁଥିଲେ। ସେହି ନର୍ସ ଏବେ ସୁରେଖାଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଲୋଡ଼ିଛନ୍ତି।
ସୁରେଖା ତାଙ୍କ ଫିଲ୍ମ ‘ତମାସ’, ‘ମମୋ’, ‘ବଧାଇ ହୋ’ ପାଇଁ ଜାତୀୟ ଚଳଚ୍ଚିତ୍ର ପାଇଛନ୍ତି। ସେ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ  ମଧ୍ଯ ହାସଲ କରିଥିଲେ।
‘ସାଥ ଫେରେ’, ‘ବାଳିକା ବଧୂ’, ‘ଏକ ଥା ରାଜା ଏକ ଥି ରାନି’ ଆଦି ଧାରାବାହିକରେ କାମ କରିଛନ୍ତି ସୁରେଖା।

ଆହୁରି ପଢ଼ନ୍ତୁ

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ସୁଶାନ୍ତଙ୍କ ଏଭଳି ଭିଡିଓ ଶେୟାର କଲେ ଫ୍ୟାନ୍, ଅଙ୍କିତା କହିଲେ ଡିଲିଟ୍ କର

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!

ଅନୁରାଗଙ୍କ ଅଡ଼ୁଆ ବଢ଼ିଲା, ପାୟଲଙ୍କୁ ମିଳିଲା କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି

ଜାଭେଦ ଅଖତରଙ୍କୁ ଜବାବ ଦେଲେ କଙ୍ଗନା

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା

୬ ଘଣ୍ଟାର ଜେରା ପରେ ଘରକୁ ଫେରିଲେ ଦୀପିକା ପାଦୁକୋଣ, ସାରା ସିଗାରେଟ ଟାଣୁଥିବା କଥା ସ୍ୱୀକାର କଲେ