_31d6f6d4-f1d0-11ea-8bce-519453830254
Advertisment
ମୁମ୍ବାଇ: କଲରସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ 'ବାଳିକା ବଧୂ'ର ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ବ୍ରେନ ଷ୍ଟ୍ରୋକ ହୋଇଛି। ମୁମ୍ବାଇର ୟାରୀ ରୋଡ଼ରେ ରହୁଥିବା ସୁରେଖା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ପୂର୍ବାହ୍ନ ୧୧ ଟାରେ ଜୁସ ପିଇବା ବେଳେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ତେବେ ଅର୍ଥାଭାବରୁ ସେ ବଡ଼ ହସ୍ପିଟାଲରେ ଭର୍ତ୍ତି ହୋଇନପାରି କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Advertisment
୨୦୧୮ ରେ ମଧ୍ୟ ତାଙ୍କର ସୁଟିଂ ସମୟରେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ପରେ ସେ ଭଲ ହୋଇଯାଇଥିଲା। ତାଙ୍କ ଯତ୍ନ ନେବାକୁ ପାଖରେ ଜଣେ ନର୍ସ ରହୁଥିଲେ। ସେହି ନର୍ସ ଏବେ ସୁରେଖାଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଲୋଡ଼ିଛନ୍ତି।
ସୁରେଖା ତାଙ୍କ ଫିଲ୍ମ 'ତମାସ', 'ମମୋ', 'ବଧାଇ ହୋ' ପାଇଁ ଜାତୀୟ ଚଳଚ୍ଚିତ୍ର ପାଇଛନ୍ତି। ସେ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ ମଧ୍ଯ ହାସଲ କରିଥିଲେ।
Advertisment
'ସାଥ ଫେରେ', 'ବାଳିକା ବଧୂ', 'ଏକ ଥା ରାଜା ଏକ ଥି ରାନି' ଆଦି ଧାରାବାହିକରେ କାମ କରିଛନ୍ତି ସୁରେଖା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/31d6f6d4-f1d0-11ea-8bce-519453830254.jpg)