Advertisment

ଫେରୁଛନ୍ତି ‍‌ଋଷି କପୁର, ଆଲିଆ କଲେ ଲେହେଙ୍ଗା ଅର୍ଡର

ମୁମ୍ବାଇ: କ୍ୟାନ୍‌ସର୍‌ରେ ପୀଡ଼ିତ ଋଷି କପୁର ଏବେ ସୁସ୍ଥ ଅଛନ୍ତି। ସେ ଅଗଷ୍ଟ ମାସରେ ଭାରତ ଫେରିବେ ବୋଲି ଜଣାପଡ଼ିଛି। ଏ ଖବର ସହିତ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳିଛି। ୟା ଭିତରେ କୁଆଡ଼େ  ବଲିଉଡ୍‌ର କ୍ୟୁଟ୍ ଗର୍ଲ ଆଲିଆ ଭଟ୍ଟ ଏକ ଲାଲ୍‌ ଲେହେଙ୍ଗା ଅର୍ଡର କରିଛନ୍ତି। ସେ ପ୍ରସିଦ୍ଧ ଫ୍ୟାଶନ୍‌ ଡିଜାଇନର ସବ୍ୟସାଚୀଙ୍କୁ ଏହି ଅର୍ଡର ଦେଇଛନ୍ତି। ଅନୁଷ୍କା ଶର୍ମା ଓ ଦୀପିକା ପାଦୁକୋନଙ୍କ ଭଳି ଅଭିନେତ୍ରୀ ନିଜ ବାହାଘରରେ ସବ୍ୟସାଚୀଙ୍କ […]

ଫେରୁଛନ୍ତି ‍‌ଋଷି କପୁର, ଆଲିଆ କଲେ ଲେହେଙ୍ଗା ଅର୍ଡର

Rishi_Ranbir_Alia_Feature

Advertisment

ମୁମ୍ବାଇ: କ୍ୟାନ୍‌ସର୍‌ରେ ପୀଡ଼ିତ ଋଷି କପୁର ଏବେ ସୁସ୍ଥ ଅଛନ୍ତି। ସେ ଅଗଷ୍ଟ ମାସରେ ଭାରତ ଫେରିବେ ବୋଲି ଜଣାପଡ଼ିଛି। ଏ ଖବର ସହିତ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳିଛି। ୟା ଭିତରେ କୁଆଡ଼େ  ବଲିଉଡ୍‌ର କ୍ୟୁଟ୍ ଗର୍ଲ ଆଲିଆ ଭଟ୍ଟ ଏକ ଲାଲ୍‌ ଲେହେଙ୍ଗା ଅର୍ଡର କରିଛନ୍ତି। ସେ ପ୍ରସିଦ୍ଧ ଫ୍ୟାଶନ୍‌ ଡିଜାଇନର ସବ୍ୟସାଚୀଙ୍କୁ ଏହି ଅର୍ଡର ଦେଇଛନ୍ତି।

Advertisment

ଅନୁଷ୍କା ଶର୍ମା ଓ ଦୀପିକା ପାଦୁକୋନଙ୍କ ଭଳି ଅଭିନେତ୍ରୀ ନିଜ ବାହାଘରରେ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଲେହେଙ୍ଗା ପିନ୍ଧିଥିଲେ। କେବଳ ସେତିକି ନୁହେଁ, ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ହିନ୍ଦୁ ରୀତିନୀତିରେ ବିବାହ କରିବା ବେଳେ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଲେହେଙ୍ଗା ପିନ୍ଧିଥିଲେ। ତେଣୁ ବି ଟାଉନ୍‌ରେ ଆଲୋଚନା ଚାଲିଛି, ଋଷି ଫେରିବା ପରେ ତାଙ୍କ ପୁଅ ରଣବୀର ଓ ଆଲିଆଙ୍କ ବାହାଘର ହେବ। ଏ ବାହାଘର କଥାକୁ ଆହୁରି ଖୋରାକ ଯୋଗାଇଛି ଆଲିଆଙ୍କ ନୂଆ ଘର। କିଛି ଦିନ ତଳେ ସେ ୧୩ କୋଟି ଟଙ୍କା ଦେଇ ଏହି ଘର କିଣିଛନ୍ତି।

publive-image କ୍ୟାଟ୍ରିନା କୈଫ୍‌ଙ୍କ ସହିତ ବ୍ରେକ୍‌ ଅପ୍‌ ପରେ ଆଲିଆଙ୍କ ପ୍ରେମରେ ପଡ଼ିଯାଇଥିଲେ ରଣବୀର। ଦୁହିଁଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ଏପରିକି  ଉଭୟେ ଉଭୟଙ୍କ ପରିବାର ଲୋକଙ୍କ ସହ ସମୟ କାଟିବା ମଧ୍ୟ ଦେଖିବାକୁ ମିଳିଥିଲା। ରଣବୀରଙ୍କ ମା’ ବି ଆଲିଆଙ୍କୁ ଖୁବ୍ ପସନ୍ଦ କରନ୍ତି। ଦୁହିଁଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଋଷି କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ପରେ ସେମାନଙ୍କ ବାହାଘର କଥା ଚପି ଯାଇଥିଲା। ଆଉ ସେ ବିଷୟରେ ଏତେ ଆଲୋଚନା ହେଉ ନଥିଲା।

Advertisment

publive-image ଋଷି କପୁର ୧୦ ମାସ ହେଲାଣି ଆମେରିକାରେ ଅଛନ୍ତି। ସେ ଗତବର୍ଷ ସେପ୍ଟେମ୍ବର ୨୯ ତାରିଖରେ ସେଠାକୁ ଚିକିତ୍ସା ପାଇଁ ଯାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିଲା। ସେଥିପାଇଁ ସେ ତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ଆସିପାରି ନଥିଲେ। ସେ ଚିକିତ୍ସା ପାଇଁ ଆମେରିକା ଯିବାର ଦୁଇ ଦିନ ପରେ ଅକ୍ଟୋବର ୧ରେ ତାଙ୍କ ମା’ କୃଷ୍ଣା ରାଜ୍ କପୁରଙ୍କ ପରଲୋକ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe