Advertisment

ଗଧର ନାତ ଖାଇ ଅଭିନେତା ହେଲେ ମିହିର ଦାସ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ କେମିତି ଭଲ ଅଭିନେତା ବା ଅଭିନେତ୍ରୀ ହୋଇପାରିବେ? ଗଧର ନାତ ଖାଇଲେ! ଏକଥା ଆମେ କହୁନାହୁଁ। ଏକଥା କହିଛନ୍ତି, ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ମିହିର ଦାସ। ପିଲାଦିନେ ସେ ଗଧର ନାତ ଖାଇଥିଲେ ବୋଲି ଜଣେ ଅଭିନେତା ହୋଇପାରିଛନ୍ତି ଏବଂ ଦୀର୍ଘ ବର୍ଷ ଧରି ଅଭିନୟ ଜଗତରେ ରହିଛନ୍ତି ବୋଲି ସେ କହିଛନ୍ତି। ଏହାକୁ ପଢ଼ି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ନୁହେଁ କି? ତେବେ କଥାଟିକୁ ଏତେ ଗୁରୁତ୍ୱର ସହ ନିଅନ୍ତୁ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଗଧର ନାତ ଖାଇ ଅଭିନେତା ହେଲେ ମିହିର ଦାସ!

mihir

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ କେମିତି ଭଲ ଅଭିନେତା ବା ଅଭିନେତ୍ରୀ ହୋଇପାରିବେ? ଗଧର ନାତ ଖାଇଲେ! ଏକଥା ଆମେ କହୁନାହୁଁ। ଏକଥା କହିଛନ୍ତି, ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ମିହିର ଦାସ। ପିଲାଦିନେ ସେ ଗଧର ନାତ ଖାଇଥିଲେ ବୋଲି ଜଣେ ଅଭିନେତା ହୋଇପାରିଛନ୍ତି ଏବଂ ଦୀର୍ଘ ବର୍ଷ ଧରି ଅଭିନୟ ଜଗତରେ ରହିଛନ୍ତି ବୋଲି ସେ କହିଛନ୍ତି। ଏହାକୁ ପଢ଼ି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ନୁହେଁ କି? ତେବେ କଥାଟିକୁ ଏତେ ଗୁରୁତ୍ୱର ସହ ନିଅନ୍ତୁ ନାହିଁ। କାରଣ ମିହିରି ଦାସ ମଜାରେ ଏହା କହିଛନ୍ତି। ‘ଓଟିଭି’ର ‘ଗପସପ’ କାର୍ଯ୍ୟକ୍ରମରେ ସେ ଏ କଥା କହିଛନ୍ତି। କିନ୍ତୁ ସେ ଗଧଠୁ ନାତ ଖାଇବା କଥା ପୂରା ସତ। ପିଲା ଦିନେ ସେ ଗଧଠାରୁ ନାତ ଖାଇଥିଲେ।

Advertisment

publive-imageଏ ‘ଗଧ’ ବିଷୟରେ ସୂଚନା ଦେବାକୁ ଯାଇ ମିହିର ଦାସ କହିଛନ୍ତି ଯେ, ସେ ପିଲାଦିନେ ବହୁତ ଦୁଷ୍ଟ ଥିଲେ। ଚାଲିଲା ଶଗଡ଼ରେ ହାତ ମାରିବା ଥିଲା ତାଙ୍କ ସ୍ୱଭାବ। ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ନଥିଲା। ଏଣେତେଣେ ବୁଲୁଥିଲେ ଓ ସାଙ୍ଗମାନଙ୍କ ସହ ମିଶି ଦୁଷ୍ଟାମି କରୁଥିଲେ। ଦିନେ ସେ ଗାଁ ପଡ଼ିଆରେ ଖେଳୁଥିବା ବେଳେ ଏକ ଗଧକୁ ଦେଖିଲେ। ଗଧଟିକୁ ଗୋଟେ ଗଛରେ ବନ୍ଧା ଯାଇଥିଲା। ସେ ଗଧ ପାଖକୁ ଯାଇ ତାକୁ ବିରକ୍ତ କରିବାକୁ ଲାଗିଲେ। ବାରମ୍ବାର ଲାଗିବା ପରେ ଗଧ ତାଙ୍କୁ ଭଲ କି ଗୋଟେ ନାତ ମାରିଥିଲା। ଆଉ ସେହି ନାତକୁ ସେ ଆଜି ଯାଏ ଭୁଲି ପାରି ନାହାନ୍ତି। ସେ ନାତ ଖୁବ୍ ଯନ୍ତ୍ରଣାଦାୟ ଥିଲା।

publive-imageପିଲାଦିନର ସ୍ମୃତିକୁ ମନେ ପକାଇ ଏହି ଲୋକପ୍ରିୟ ଅଭିନେତା ଆହୁରି କହିଛନ୍ତି ଯେ, ସେ ସ୍କୁଲ୍‌ ଯିବାକୁ ଜମାରୁ ମଙ୍ଗୁ ନଥିଲେ। ସେଥିପାଇଁ ଘର ଲୋକେ ତାଙ୍କୁ ବାନ୍ଧିକି ସ୍କୁଲ୍ ନେଉଥିଲେ। ତେବେ ଧୀରେ ଧୀରେ ବଡ଼ ହେବା ପରେ ସେ ଶିକ୍ଷାର ମହତ୍ତ୍ୱ ବୁଝିଥିଲେ ଓ ପାଠପଢ଼ାରେ ମନ ଦେଇଥିଲେ।

Advertisment

ଏଥିପାଇଁ ମଜାରେ ମିହିର ଦାସ କହନ୍ତି, ବନ୍ଧା ହୋଇ ସ୍କୁଲ୍‌ ଯାଉଥିଲେ ବୋଲି ଉଚ୍ଚ ଶିକ୍ଷା କଲେ। ଆଉ ଗଧଠୁ ନାତ ଖାଇଥିଲେ ବୋଲି ଅଭିନେତା ହେଲେ।

ସୂଚନାଯୋଗ୍ୟ, ମିହିର ଦାସ ଏମ୍‌ଏ ଏବଂ ଏଲ୍‌ଏଲ୍‌ବି କରିଛନ୍ତି। ସେ ୧୯୭୯ ମସିହାରେ ‘ସ୍କୁଲ୍‌ ମାଷ୍ଟର’ ଫିଲ୍ମ ମାଧ୍ୟମରେ ଓଲିଉଡ୍‌ରେ ପାଦ ଥାପିଥିଲେ। ଏହା ଏକ କଳାତ୍ମକ ଫିଲ୍ମ ଥିଲା। ଏପର୍ଯ୍ୟନ୍ତ ସେ ୧୨୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି।