Advertisment

ଭିକି କହିଲେ ‘ନୋ କଣ୍ଡୋମ୍‌ ପ୍ଲିଜ୍‌’

ମୁମ୍ୱାଇ : ‘ଉରି : ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଓ ‘ରାଜୀ’ ପରି ବଲିଉଡ୍‌ ଫିଲ୍ମରେ କାମ କରି ଭିକି କୌଶଲ୍‌ ବେଶ୍‌ ସଫଳତା ହାସଲ କରିଛନ୍ତି। ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ୁଥିବା ଭିକି ଏବେ କଣ୍ଡୋମ୍‌ ଉପରେ ଆଧାରିତ ଏକ ଫିଲ୍ମକୁ ନା କରି ଚର୍ଚ୍ଚାରେ ରହିଛନ୍ତି। ସୂଚନା ଅନୁସାରେ ଭିକି କଣ୍ଡୋମ୍‌ ଉପରେ କୌଣସି ଫିଲ୍ମ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି କହିଛନ୍ତି ‘ନୋ କଣ୍ଡୋମ୍‌ ପ୍ଲିଜ୍‌।’ ସ୍ପଟ୍‌ବଏର […]

author-image
Puspanjali Panda
ଅଦ୍ୟତନ ହୋଇଛି
ଭିକି କହିଲେ ‘ନୋ କଣ୍ଡୋମ୍‌ ପ୍ଲିଜ୍‌’

vicky2

ମୁମ୍ୱାଇ : ‘ଉରି : ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଓ ‘ରାଜୀ’ ପରି ବଲିଉଡ୍‌ ଫିଲ୍ମରେ କାମ କରି ଭିକି କୌଶଲ୍‌ ବେଶ୍‌ ସଫଳତା ହାସଲ କରିଛନ୍ତି। ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ୁଥିବା ଭିକି ଏବେ କଣ୍ଡୋମ୍‌ ଉପରେ ଆଧାରିତ ଏକ ଫିଲ୍ମକୁ ନା କରି ଚର୍ଚ୍ଚାରେ ରହିଛନ୍ତି।

Advertisment

ସୂଚନା ଅନୁସାରେ ଭିକି କଣ୍ଡୋମ୍‌ ଉପରେ କୌଣସି ଫିଲ୍ମ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି କହିଛନ୍ତି ‘ନୋ କଣ୍ଡୋମ୍‌ ପ୍ଲିଜ୍‌।’

ସ୍ପଟ୍‌ବଏର ରିପୋର୍ଟ ଅନୁସାରେ ନିକଟରେ ସୋନି ଏଣ୍ଟର୍‌ଟେନ୍‌ମେଣ୍ଟ ଟେଲିଭିଜନ କଣ୍ଡୋମ୍‌ ଉପରେ ଆଧାରିତ ଏକ ଫିଲ୍ମକୁ ଭିକିଙ୍କୁ ଅଫର୍‌ କରିଥିଲା। କିନ୍ତୁ ସେ ଏହି ଫିଲ୍ମ କରିବେ ନାହିଁ ବୋଲି ମନା କରିଦେଇଛନ୍ତି।

Advertisment

https://www.instagram.com/p/B4KntcHpd9R/?utm_source=ig_web_copy_link

ଗୋଟିଏ ପଟେ ବଲିଉଡ୍‌ରେ ସ୍ପର୍ମ ଡୋନେସନ୍‌, କଣ୍ଡୋମ୍‌ର ବ୍ୟବହାର, ବୃଦ୍ଧ ବୟସରେ ମା’-ବାପା ହେବା ଓ ମହିଳାଙ୍କ ଋତୁସ୍ରାବକୁ ନେଇ ଫିଲ୍ମ ନିର୍ମାଣ ହୋଇଥିବାବେଳେ ଅନ୍ୟପଟେ ଭିକି କଣ୍ଡୋମ୍‌ ଫିଲ୍ମକୁ ରିଜେକ୍ଟ କରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

କେବଳ ବଲିଉଡ୍‌ ନୁହେଁ, ଭିକି ଲଭ୍‌ଷ୍ଟୋରୀ ଉପରେ ଆଧାରିତ ୱେବ୍‌ ସିରିଜ୍‌ରେ କାମ କରି ମଧ୍ୟ ଅନେକ ପ୍ରଶଂସା ସାଉଁଟିଥିଲେ। ସେ ବର୍ତ୍ତମାନ ‘ଭୂତ ପାର୍ଟ ୱାନ୍‌ : ଦ ହଣ୍ଟେଡ୍‌ ସିପ୍‌’, ଓ ‘ସରଦାର୍‌ ଉଧମ୍‌ ସିଂହ’ ପରି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।