Advertisment

ଫିଲ୍ମ ପାଇଁ ମାତ୍ର ୩ ମାସରେ ୨୦ କିଲୋ ଓଜନ କମାଇଲେ

ମୁମ୍ବାଇ: ଭିକ୍କି କୌଶଲ୍‌ ବର୍ତ୍ତମାନ ଜଣେ ଲୋକପ୍ରିୟ ବଲିଉଡ୍‌ ଅଭିନେତା। ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍’ ଫିଲ୍ମରେ ଜବରଦସ୍ତ ଅଭିନୟ ପରଠୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି। ତା’ସହିତ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ବି ବଢ଼ି ଯାଇଛି। ପ୍ରାୟ ସବୁ ନିର୍ମାତା ଭିକ୍କିଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି। ତେଣୁ ତାଙ୍କ ହାତରେ ଏବେ ଅନେକ ଫିଲ୍ମର ଅଫର୍‌ ରହିଛି। ତା’ଭିତରୁ ଗୋଟିଏ ହେଉଛି ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ୍ ସିଂହଙ୍କ ବାୟୋପିକ୍‌। ଏଥିରେ ଅଭିନୟ […]

ଅଦ୍ୟତନ ହୋଇଛି
ଫିଲ୍ମ ପାଇଁ ମାତ୍ର ୩ ମାସରେ ୨୦ କିଲୋ ଓଜନ କମାଇଲେ

vicky

Advertisment

ମୁମ୍ବାଇ: ଭିକ୍କି କୌଶଲ୍‌ ବର୍ତ୍ତମାନ ଜଣେ ଲୋକପ୍ରିୟ ବଲିଉଡ୍‌ ଅଭିନେତା। ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍’ ଫିଲ୍ମରେ ଜବରଦସ୍ତ ଅଭିନୟ ପରଠୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି। ତା’ସହିତ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ବି ବଢ଼ି ଯାଇଛି। ପ୍ରାୟ ସବୁ ନିର୍ମାତା ଭିକ୍କିଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି। ତେଣୁ ତାଙ୍କ ହାତରେ ଏବେ ଅନେକ ଫିଲ୍ମର ଅଫର୍‌ ରହିଛି। ତା’ଭିତରୁ ଗୋଟିଏ ହେଉଛି ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ୍ ସିଂହଙ୍କ ବାୟୋପିକ୍‌। ଏଥିରେ ଅଭିନୟ କରୁଥିବା ନେଇ କିଛି ଦିନ ତଳେ ସ୍ପଷ୍ଟ କରିଥିଲେ ଭିକ୍କି।

Advertisment

https://www.instagram.com/p/B1TEdatp25Q/?utm_source=ig_web_copy_link

ଏହି ଫିଲ୍ମରେ କାମ କରିବେ ବୋଲି ଚୂଡ଼ାନ୍ତ ହେଲା ପରଠୁ ସେ ବେଶ୍ ପରିଶ୍ରମ କରୁଛନ୍ତି। ଫିଲ୍ମଟି ପାଇଁ ୟା ଭିତରେ ସେ ୨୦ କିଲୋ ଓଜନ କମ୍‌ କରିଛନ୍ତି। ନିଜକୁ ୟଙ୍ଗ ଲୁକ୍‌ ଦେବା ପାଇଁ ଭିକ୍କି ଏଭଳି କରିଛନ୍ତି। ସୂଚନା ଅନୁଯାୟୀ, ଫିଲ୍ମରେ ସେ ଜଣେ ୨୦ ବର୍ଷ ଯୁବକଙ୍କ ଚରିତ୍ରରେ ଅଭିନୟ କରିବେ। ଆଉ ଏଥିପାଇଁ ସେ ଓଜନ କମାଇବା ନିହାତି ଆବଶ୍ୟକ ଥିଲା।

https://www.instagram.com/p/Bovnm1hFHdb/?utm_source=ig_web_copy_link

ଫିଲ୍ମର ନିର୍ଦ୍ଦେଶକ ସୁଜିତ୍‌ ସରକାର୍ ହିଁ  ଭିକ୍କିଙ୍କୁ ଓଜନ କମାଇବାକୁ କହିଥିଲେ। ଏହାପରେ ସେ ମାତ୍ର ୩ ମାସରେ ୨୦ କିଲୋ ଓଜନ କମ୍‌ କରିଛନ୍ତି। ଏହା ଦେଖି ସୁଜିତ୍‌ ତାଙ୍କ ଉପରେ ବହୁତ ଖୁସି ଅଛନ୍ତି। ବାସ୍ତବରେ ଭିକ୍କି ଜଣେ ଖାଦ୍ୟପ୍ରେମୀ। ସେ ସବୁବେଳେ କିଛି ନା କିଛି ଖାଉଥା’ନ୍ତି। ତେଣୁ ଫିଲ୍ମ ପାଇଁ ନିଜ ଡାଏଟକୁ କଣ୍ଟ୍ରାଲ୍‌ କରି ମାତ୍ର ୩ ମାସରେ ୨୦ କିଲୋ ଓଜନ କମାଇବା ତାଙ୍କ ପାଇଁ ଆଦୌ ଛୋଟ କଥା ନୁହେଁ।

Advertisment

https://www.instagram.com/p/B2n5uqppmg_/?utm_source=ig_web_copy_link

ସୂଚନାଯୋଗ୍ୟ, ଏହି ଫିଲ୍ମରେ ଜାଲିୱାନୱାଲା ବାଗ୍‌ ହତ୍ୟାକାଣ୍ଡର ପୂରା ଘଟଣାବଳୀ ଦେଖିବାକୁ ମିଳିବ। ଏଥିରେ ଭିକ୍କି ଲିଡ୍‌ ରୋଲ୍‌ରେ ଅଭିନୟ କରିବେ, ଯାହାକି ଆସନ୍ତା ବର୍ଷ ଅକ୍ଟୋବରରେ ରିଲିଜ୍ ହେବ। ତେବେ ଏହି ଫିଲ୍ମରେ ଭିକ୍କି ‘ଉରି’ ପରି କମାଲ୍‌ କରୁଛନ୍ତି କି ନାହିଁ, ତାହା ଦେଖିବା ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe