Advertisment

'ବିଗ୍‌ବସ୍‌ ୧୩'ରୁ ବାହାରିଲେ ଏହି ଦମ୍‌ଦାର୍‌ ପ୍ରତିଯୋଗୀ

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୩’ରେ ଏବେ ଚାଲିଛି ଜବରଦସ୍ତ ଡ୍ରାମା। ଶୋ’କୁ ଅଧିକରୁ ଅଧିକ ରୋମାଞ୍ଚକ କରିବା ପାଇଁ ନିର୍ମାତା ପ୍ରତିଦିନି ନୂଆ ନୂଆ ଟ୍ୱିଷ୍ଟ ଆଣ୍ଡ ଟର୍ନସ୍‌ ଆଣୁଛନ୍ତି। ଗତ ଏପିସୋଡ୍‌ରେ ଶୋ’ର ଦୁଇ ପ୍ରତିଯୋଗୀ ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟରେ ଜୋର୍‌ଦାର୍‌ ଝଗଡ଼ା ଦେଖିବାକୁ ମିଳିଥିଲା। ଧୀରେ ଧୀରେ ସେମାନଙ୍କ ଝଗଡ଼ା ଥଣ୍ଡା ପଡ଼ି ଘରର ମାହୋଲ୍‌ ଭଲ ହୋଇଆସୁଥିବାବେଳେ ପୁଣି ଥରେ ବିଗ୍‌ବସ୍‌ ଘରର ସଦସ୍ୟଙ୍କୁ ଦେଇଛନ୍ତି ଆଉ […]

'ବିଗ୍‌ବସ୍‌ ୧୩'ରୁ ବାହାରିଲେ ଏହି ଦମ୍‌ଦାର୍‌ ପ୍ରତିଯୋଗୀ

salman

Advertisment

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୩’ରେ ଏବେ ଚାଲିଛି ଜବରଦସ୍ତ ଡ୍ରାମା। ଶୋ’କୁ ଅଧିକରୁ ଅଧିକ ରୋମାଞ୍ଚକ କରିବା ପାଇଁ ନିର୍ମାତା ପ୍ରତିଦିନି ନୂଆ ନୂଆ ଟ୍ୱିଷ୍ଟ ଆଣ୍ଡ ଟର୍ନସ୍‌ ଆଣୁଛନ୍ତି। ଗତ ଏପିସୋଡ୍‌ରେ ଶୋ’ର ଦୁଇ ପ୍ରତିଯୋଗୀ ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟରେ ଜୋର୍‌ଦାର୍‌ ଝଗଡ଼ା ଦେଖିବାକୁ ମିଳିଥିଲା। ଧୀରେ ଧୀରେ ସେମାନଙ୍କ ଝଗଡ଼ା ଥଣ୍ଡା ପଡ଼ି ଘରର ମାହୋଲ୍‌ ଭଲ ହୋଇଆସୁଥିବାବେଳେ ପୁଣି ଥରେ ବିଗ୍‌ବସ୍‌ ଘରର ସଦସ୍ୟଙ୍କୁ ଦେଇଛନ୍ତି ଆଉ ଏକ ଝଟକା।

Advertisment

https://www.instagram.com/p/B6ICGtnHLwU/?utm_source=ig_web_copy_link

ସୂଚନା ଅନୁଯାୟୀ ଘରେ କ୍ରିସ୍‌ମାସ୍‌ ସେଲେବ୍ରେସନ୍‌ରେ ସମସ୍ତେ ମସଗୁଲ୍‌ ଥିବାବେଳେ ‘ବିଗ୍‌ବସ୍‌’ ଦେଇଛନ୍ତି ଏକ ବଡ଼ ଝଟକା।  ‘ବିଗ୍‌ବସ୍‌ ୧୨’ର ଫାଇନାଲିଷ୍ଟ ବିକାଶ ଗୁପ୍ତା ଶୋ’ରୁ ବାହାରି ଯାଇଛନ୍ତି। ଏଥର କିନ୍ତୁ ଭୋଟିଂ କମ୍‌ ହେବା କାରଣରୁ ସେ ଆଉଟ ହୋଇନାହାଁନ୍ତି। ବାସ୍ତବରେ ଦେବୋଲିନା ଭଟାଚାର୍ଜି ଆହତ ହୋଇ କିଛିଦିନ ପାଇଁ ଶୋ’ରୁ ବାହାରିବା ପରେ ବିକାଶ ତାଙ୍କ ପାଇଁ ଖେଳିବାକୁ ଆସିଥିଲେ। ସେ ଦୋବୋଲିନା ଠିକ୍‌ ହୋଇ ଫେରିବା ପର୍ଯ୍ୟନ୍ତ ଘରେ ରହିଥାନ୍ତେ। ହେଲେ ଏବେ ତାଙ୍କୁ ବାହାର କରିଦିଆଯାଇଛି। ଆଉ ସବୁଠୁ ବଡ଼ କଥା ହେଉଛି ବିକାଶଙ୍କ ବଦଳରେ ଦେବୋଲିନାଙ୍କର ଏଣ୍ଟ୍ରି ହୋଇନାହିଁ।

https://www.instagram.com/p/B54ny_rJ5mR/?utm_source=ig_web_copy_link

ସୂଚନା ଅନୁଯାୟୀ ଦୋବୋଲିନା ଟାସ୍କ କରିବା ସମୟରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ଡାକ୍ତର ତାଙ୍କୁ କିଛିଦିନ ବେଡ୍‌ ରେଷ୍ଟ ନେବାକୁ ପରାମର୍ଶ ଦେଇଥିଲେ। ଫଳରେ ତାଙ୍କୁ ଶୋ’ ଅଧାରୁ ଛାଡ଼ି ଯିବାକୁ ପଡ଼ିଥିଲା। ହେଲେ କୁହାଯାଇଥିଲା ଯେ ସେ ଭଲ ହୋଇ ପୁଣି ଶୋ’କୁ ଫେରିବେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଏବେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ଠିକ୍‌ ହୋଇନାହିଁ। ତେଣୁ ଡାକ୍ତର ତାଙ୍କୁ ଘରେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ଘରେ ଟାସ୍କ କରିବା ସମୟରେ ଅନେକ ଲୋକ ଆହତ ହେଉଛନ୍ତି। ଏଥିପାଇଁ ‘ବିଗ୍‌ବସ୍‌’ର ନିର୍ମାତା ଶୋ’ରେ ସେମାଙ୍କୁ ନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe