Advertisment

ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ମିଛ, ପତ୍ନୀ କହିଲେ- ଅବସ୍ଥା ଗୁରୁତର

ମୁମ୍ବାଇ: ବଲିଉଡର ଭେଟେରାନ ଆକ୍ଟର ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ଗତ ରାତିରେ ସୋଶାଲ ମିଡିଆରେ ପ୍ରଚାରିତ ହେବା ପରେ ବଲିଉଡରେ ଶୋକର ଛାୟା ଖେଳି ଯାଇଥିଲା। ହେଲେ ଏହି ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ଖବରକୁ  ଖଣ୍ଡନ କରିଛନ୍ତି ତାଙ୍କ ପରିବାର ଲୋକେ । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ ଏବେ କୋମାରେ ଅଛନ୍ତି, ତାଙ୍କ ମୃତ୍ୟୁ ହୋଇ ନାହିଁ ବୋଲି ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି।  ନ୍ୟୁଜ୍ ଏଜେନ୍ସୀ ଏଏନଆଇ ପକ୍ଷରୁ ଏକ […]

author-image
Niharika Rout
ଅଦ୍ୟତନ ହୋଇଛି
ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ମିଛ, ପତ୍ନୀ କହିଲେ- ଅବସ୍ଥା ଗୁରୁତର

vikram-gokhale

ମୁମ୍ବାଇ: ବଲିଉଡର ଭେଟେରାନ ଆକ୍ଟର ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ଗତ ରାତିରେ ସୋଶାଲ ମିଡିଆରେ ପ୍ରଚାରିତ ହେବା ପରେ ବଲିଉଡରେ ଶୋକର ଛାୟା ଖେଳି ଯାଇଥିଲା। ହେଲେ ଏହି ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ଖବରକୁ  ଖଣ୍ଡନ କରିଛନ୍ତି ତାଙ୍କ ପରିବାର ଲୋକେ । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ ଏବେ କୋମାରେ ଅଛନ୍ତି, ତାଙ୍କ ମୃତ୍ୟୁ ହୋଇ ନାହିଁ ବୋଲି ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି।  ନ୍ୟୁଜ୍ ଏଜେନ୍ସୀ ଏଏନଆଇ ପକ୍ଷରୁ ଏକ ଟ୍ୱିଟ କରାଯାଇ ଏହି ସୂଚନା ଦିଆଯାଇଛି।

Advertisment

ବିକ୍ରମଙ୍କ ଝିଅଙ୍କ ସୂତ୍ରରୁ ପ୍ରକାଶ, ତାଙ୍କ ପିତାଙ୍କ ବହୁ ଅଙ୍ଗପ୍ରତ୍ୟେଙ୍ଗ ଅଚଳ ହୋଇ ପଡ଼ିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛ। ସେ ଏବେ କୋମାରେ ଅଛନ୍ତି। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖା ଯାଇଥିବା ବେଳେ ତାଙ୍କ ଚେତା ଫେରୁନି । ତେଣୁ ତାଙ୍କ ଲାଗି ପ୍ରାର୍ଥନା କରିବାକୁ ତାଙ୍କ ଝିଅ ସମସ୍ତଙ୍କୁ ନିବେଦନ କରିଛନ୍ତି।

ଗତକାଲି ରାତିରେ ବିକ୍ରମଙ୍କ ମୃତ୍ୟୁ ଖବର ସୋଶାଲ ମିଡିଆରେ ପ୍ରଚାରିତ ହେବା ପରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅଗଣିତ ଫ୍ୟାନ୍ସ ବି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାରେ ଲାଗିପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଅଜୟ ଦେବଗନ, ରିତେଶ ଦେଶମୁଖ, ନବାଜୁଦ୍ଦିନ ସିଦ୍ଦିକି ଓ ମଧୁର ଭଣ୍ଡାକର ବି ସାମିଲ ଅଛନ୍ତି।

Advertisment

ବିକ୍ରମଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଏବେବି ଜୀବିତ ଅଛନ୍ତି।  ଗତ ୫ ତାରିଖରୁ ସେ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର କିଡନୀ, ହାର୍ଟ ଆଦି ସମ୍ବନ୍ଧୀୟ ସମସ୍ୟା ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି।  ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି । ମିଡିଆରେ ବିକ୍ରମ ଗୋଖଲେଙ୍କ ବୟସ  ୮୨ ବୋଲି ଉଲ୍ଲେଖ ହେଉଥିବା ବେଳେ ତାଙ୍କ ବୟସ ୭୨ ବୋଲି କହିଛନ୍ତି ତାଙ୍କ ପତ୍ନୀ।

ବିକ୍ରମ ଗୋଖଲେ ମାତ୍ର ୨୬ ବର୍ଷ ବୟସରେ ୧୯୭୧ ମସିହାରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରବାନା’ରେ ଡେବ୍ୟୁ କରିଥିଲେ। ସେବେଠୁ ଆଉ ପଛକୁ ଚାହିଁ ନ ଥିବା ବିକ୍ରମ ନିଜ ୪୦ ବର୍ଷର କ୍ୟାରିଅରରେ ହିନ୍ଦୀ ଓ ମରାଠି ଭାଷା ଫିଲ୍ମରେ କାମ କରି ବହୁ ହିଟ୍ସ ଦେଇଛନ୍ତି। ‘ହମ ଦିଲ ଦେ ଚୁକେ ସନମ’, ‘ହିଚ୍‌କୀ’, ‘ମିଶନ ମଙ୍ଗଲ’, ‘ବ୍ୟାଙ୍ଗ ବ୍ୟାଙ୍ଗ’, ‘ଭୁଲ ଭୁଲେୟା’, ‘ଦେ ଦନା ଦନ’ ଓ ‘ଅଗ୍ନିପଥ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।