Advertisment

ସନ୍ନ୍ୟାସ ନେଲେ ବିନୋଦ ଖାନ୍ନାଙ୍କ ପୁଅ ସାକ୍ଷୀ !

ମୁମ୍ୱାଇ : ୭୦ ଦଶକର ଦିବଙ୍ଗତ ଅଭିନେତା ବିନୋଦ ଖାନ୍ନା ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ ବି ତାଙ୍କ ଅଭିନୟର ଛାପ ଏବେ ବି ଲୋକଙ୍କ ମନରେ ଜୀବିତ ହୋଇରହିଛି। ସେହି ସମୟରେ ବିନୋଦ ଅଭିନୟ ଜୀବନ ଛାଡ଼ି ଅଧ୍ୟାତ୍ମିକ ଗୁରୁ ଓଶୋଙ୍କର ଶରଣ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ବର୍ତ୍ତମାନ ବିନୋଦଙ୍କ ପୁଅ ସାକ୍ଷୀ ଖାନ୍ନା ମଧ୍ୟ ତାଙ୍କ ପଥ ଅନୁସରଣ କରିଛନ୍ତି ଏବଂ ସନ୍ନ୍ୟାସ ନେଇଛନ୍ତି। ସୂଚନା ମୁତାବକ ସାକ୍ଷୀ ସନ୍ନ୍ୟାସୀ ହେବା ପାଇଁ […]

ସନ୍ନ୍ୟାସ ନେଲେ ବିନୋଦ ଖାନ୍ନାଙ୍କ ପୁଅ ସାକ୍ଷୀ !

b444

Advertisment

ମୁମ୍ୱାଇ : ୭୦ ଦଶକର ଦିବଙ୍ଗତ ଅଭିନେତା ବିନୋଦ ଖାନ୍ନା ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ ବି ତାଙ୍କ ଅଭିନୟର ଛାପ ଏବେ ବି ଲୋକଙ୍କ ମନରେ ଜୀବିତ ହୋଇରହିଛି। ସେହି ସମୟରେ ବିନୋଦ ଅଭିନୟ ଜୀବନ ଛାଡ଼ି ଅଧ୍ୟାତ୍ମିକ ଗୁରୁ ଓଶୋଙ୍କର ଶରଣ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

Advertisment

ବର୍ତ୍ତମାନ ବିନୋଦଙ୍କ ପୁଅ ସାକ୍ଷୀ ଖାନ୍ନା ମଧ୍ୟ ତାଙ୍କ ପଥ ଅନୁସରଣ କରିଛନ୍ତି ଏବଂ ସନ୍ନ୍ୟାସ ନେଇଛନ୍ତି। ସୂଚନା ମୁତାବକ ସାକ୍ଷୀ ସନ୍ନ୍ୟାସୀ ହେବା ପାଇଁ ଓଶୋ ଇଣ୍ଟରନ୍ୟାସନାଲ୍‌ରେ ଯୋଗ ଦେଇଛନ୍ତି। ସାକ୍ଷୀ ହେଉଛନ୍ତି ବିନୋଦଙ୍କ ଦ୍ୱିତୀୟ ସ୍ତ୍ରୀ କବିତାଙ୍କ ପୁଅ।

ସାକ୍ଷୀ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ୪ ବର୍ଷ ତଳେ ଶୁଣିବାକୁ ମିଳିଥିଲା। କିନ୍ତୁ ସେ କାହିଁକି ବଲିଉଡ୍‌ରେ ଡେବ୍ୟୁ କଲେ ନାହିଁ, ଏହାର କାରଣ ଜଣାପଡ଼ିନଥିଲା। ଅନ୍ୟପଟେ ବିନୋଦଙ୍କ ବଡ଼ ପୁଅ ଅକ୍ଷୟ ଖାନ୍ନା ବର୍ତ୍ତମାନ ବଲିଉଡ୍‌ରେ ସକ୍ରିୟ ଭାବରେ ଅଭିନୟ କରୁଛନ୍ତି।

Advertisment

ସୂଚନାଯୋଗ୍ୟ, ୭୦ ଦଶକରେ କ୍ୟାରିୟର୍‌ ଓ ପରିବାରର ଭାର ସମ୍ଭାଳିବା କଷ୍ଟ ହେବାରୁ ବିନୋଦ ସନ୍ନ୍ୟାସ ଗ୍ରହଣ କରିଥିଲେ। ଲମ୍ୱା ସମୟ ବ୍ୟବଧାନ ପରେ ସେ ପୁଣି ବଲିଉଡ୍‌କୁ ଫେରି ଆସିଥିଲେ। କିନ୍ତୁ ବଲିଉଡ୍‌କୁ ଫେରିବା ପରେ ପୂର୍ବପରି ସଫଳତା ହାସଲ କରିପାରିନଥିଲେ।

କ୍ୟାନସର୍‌ରେ ପୀଡ଼ିତ ହୋଇ ଅନେକ ଦିନ ଅସୁସ୍ଥ ରହିବା ପରେ ୨୦୧୭ରେ ବିନୋଦ ଖାନ୍ନାଙ୍କର ମୃତ୍ୟୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe