/odisha-reporter/media/post_attachments/uploadimage/library/16_9/16_9_0/film_Jawan_1693904433.jpg)
film Jawan
'ପଠାନ'ର ଅପୂର୍ବ ସଫଳତା ପରେ ପରଦାକୁ ଆସୁଛି ‘ଯବାନ’। ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଯାଉଛି ‘ଯବାନ’। ଏଥିରେ ଦେଖିବାକୁ ମିଳିବ ସୁପରଷ୍ଟାର ଶାହରୁଖ ଖାନଙ୍କ ଦମଦାର ଆକ୍ସନ୍। ତା ସହିତ ଫିଲ୍ମରେ ରହିଛି ଶାହାରୁଖ ଓ ସାଉଥ ସୁନ୍ଦରୀ ନୟନତାରାଙ୍କ ରୋମାଣ୍ଟିକ ସିନ୍। ବିଜୟ ସେତୁପତି ଓ ଦୀପିକା ପାଦୁକୋନ ମଧ୍ୟ ଫିଲ୍ମରେ ନଜର ଆସିବେ।
ଆସନ୍ତାକାଲି ଫିଲ୍ମ ରିଲିଜ ହେବ। କିନ୍ତୁ ଏହାପୂର୍ବରୁ ସିନେପ୍ରେମୀଙ୍କ ମଧ୍ୟରେ ଫିଲ୍ମକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତାକାଲି ୱାର୍କିଂ ଡେ’ ହୋଇଥିଲେ ମଧ୍ୟ ଫିଲ୍ମ ପାଇଁ ବିଭିନ୍ନ ହଲ୍ରେ ଆଗୁଆ ବୁକିଂ ଶେଷ ହୋଇଛି। କୋଲକାତାର ମୀରାଜ ହଲ୍ରେ ସକାଳ ୫ଟାରେ ଶୋ’ ଆରମ୍ଭ ହେବ। ଆଉ କିଛି ସ୍ଥାନରେ ମଧ୍ୟ ଶାହରୁଖଙ୍କ ସିନେମା ପାଇଁ ମର୍ଣ୍ଣିଂ ଶୋ’ର ବ୍ୟବସ୍ଥା ହୋଇଛି।
ସାରାଦେଶରେ ‘ଯବାନ' ଫିଲ୍ମକୁ ଦେଖିବାକୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଗଲାଣି। ଏହି ଫିଲ୍ମ ପାଇଁ ଆଗୁଆ ସାଢେ ୭ ଲକ୍ଷ ଟିକେଟ ବିକ୍ରି ସରିଥିବା ଜଣାପଡ଼ିଛି। ସିନେ ସମୀକ୍ଷକଙ୍କ ମତରେ ପ୍ରଥମ ଦିନରେ କେବଳ ଭାରତରେ ଯବାନ ୭୦ କୋଟି ଟଙ୍କା ଓ ବିଦେଶରେ ୫୦ କୋଟି ଟଙ୍କାର ଆୟ କରିବାର ସମ୍ଭାବନା ରହିଛି। ଯଦି ଏମିତି ହୁଏ, ତା’ହେଲେ ଯବାନ ଫିଲ୍ମ ସବୁ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହେବ।
‘ଯବାନ'ର ସଫଳତା ପାଇଁ ଶାହରୁଖ ଦେଶର ବିଭିନ୍ନ ମନ୍ଦିରକୁ ଯାଇ ପ୍ରାର୍ଥନା କରୁଛନ୍ତି। ନିକଟରେ ଶାହରୁଖ ଓ ତାଙ୍କ ଟିମ୍ ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିରରେ ପ୍ରାର୍ଥନା କରିଛନ୍ତି।
ତାଙ୍କ ସହ ଝିଅ ସୁହାନା ଖାନ ଏବଂ ସାଉଥ ସୁନ୍ଦରୀ ନୟନତାରାଙ୍କୁ ମଧ୍ୟ ମନ୍ଦିରରେ ଦେଖିବାକୁ ମିଳିଥିଲା। ପୂର୍ବରୁ ସେ ଜମ୍ମୁ କଶ୍ମୀର ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର ପରିଦର୍ଶନ କରିଥିଲେ।
You Will Not Believe All Religion are Equal We are not Going to be Super Power":- @iamsrk
Hindustan ka Real Zinda Bandda ❤️#ShahRukhKhan𓀠#JawanAdvanceBookings#Jawan7thSeptember2023pic.twitter.com/wgF5J07alE
— S U B H A N K A R 𓀠 (@AttitudeimSRK12) September 5, 2023
ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶିତ ‘ଯବାନ’ ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ୍, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଏବଂ ତା’ ସହିତ ବିଜୟ ସେତୁପତିଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିବ। ୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି।
SRK dressed in a traditional veshti seeks Lord Venkateshwara’s blessings in Tirupati… taking a lesson or two from South superstars 😊
pic.twitter.com/Atqo6VzAle— Akshita Nandagopal (@Akshita_N) September 5, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
