Advertisment

ମୁମ୍ବାଇ ପୁଲିସକୁ ସାହାଯ୍ୟର ହାତ ବଢ଼ାଇଲେ ବିରୁଷ୍କା

ମୁମ୍ବାଇ: ବର୍ତ୍ତମାନ ବିଶ୍ୱବ୍ୟାପୀ କରୋନା ଭୂତାଣୁ ବିରୁଦ୍ଧରେ ଯୁଦ୍ଧ ଚାଲିଛି। ଏଥିଲାଗି ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ସମସ୍ତଙ୍କୁ ଘରେ ରହିବାକୁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି। ହେଲେ ଏଭଳି ପରିସ୍ଥିତିରେ ବି ଡାକ୍ତର ଏବଂ ପୁଲିସ ଦିନରାତି ନିଜ କର୍ତ୍ତବ୍ୟରେ ନିୟୋଜିତ ଅଛନ୍ତି। ଡାକ୍ତରଖାନାରେ ଡାକ୍ତରମାନେ ଯୁଦ୍ଧ କରୁଥିବାବେଳେ, ପୁଲିସ ଲୋକମାନଙ୍କୁ ସଚେତନ କରିବା ପାଇଁ ଦିନ ରାତି ବାହାରେ ଡ୍ୟୁଟି କରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ଅସହାୟ ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି। […]

ଅଦ୍ୟତନ ହୋଇଛି
ମୁମ୍ବାଇ ପୁଲିସକୁ ସାହାଯ୍ୟର ହାତ ବଢ଼ାଇଲେ ବିରୁଷ୍କା

virushka

Advertisment

ମୁମ୍ବାଇ: ବର୍ତ୍ତମାନ ବିଶ୍ୱବ୍ୟାପୀ କରୋନା ଭୂତାଣୁ ବିରୁଦ୍ଧରେ ଯୁଦ୍ଧ ଚାଲିଛି। ଏଥିଲାଗି ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ସମସ୍ତଙ୍କୁ ଘରେ ରହିବାକୁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି। ହେଲେ ଏଭଳି ପରିସ୍ଥିତିରେ ବି ଡାକ୍ତର ଏବଂ ପୁଲିସ ଦିନରାତି ନିଜ କର୍ତ୍ତବ୍ୟରେ ନିୟୋଜିତ ଅଛନ୍ତି। ଡାକ୍ତରଖାନାରେ ଡାକ୍ତରମାନେ ଯୁଦ୍ଧ କରୁଥିବାବେଳେ, ପୁଲିସ ଲୋକମାନଙ୍କୁ ସଚେତନ କରିବା ପାଇଁ ଦିନ ରାତି ବାହାରେ ଡ୍ୟୁଟି କରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ଅସହାୟ ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି। ତେବେ ଏହି କରୋନା ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ୍ କୋହଲି ଆଗେଇ ଆସିଛନ୍ତି। ବିରାଟ୍ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ମୁମ୍ବାଇ ପୁଲିସ୍ ଫଣ୍ଡରେ ଆର୍ଥିକ ସହଯୋଗ କରିଛନ୍ତି।

Advertisment

https://twitter.com/CPMumbaiPolice/status/1259079907755220992?s=20

ଏ ବିଷୟରେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ ସୋଶାଲ୍ ମିଡିଆରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ବିରାଟ୍ କୋହଲି ଏବଂ ଅନୁଷ୍କା ଶର୍ମା ମୁମ୍ବାଇ ପୁଲିସର କଲ୍ୟାଣ ପାଇଁ ଉଭୟ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହୟତା ଦେଇଥିବାରୁ ଧନ୍ୟବାଦ। ଆପଣଙ୍କ ଅବଦାନ ମୁମ୍ବାଇ ପୁଲିସକୁ କରୋନା ଭାଇରସ୍ ବିରୋଧରେ ଲଢ଼ିବାରେ ସାହାଯ୍ୟ କରିବ।’

https://www.instagram.com/p/B-JKXK0Jtt6/?utm_source=ig_web_copy_link

ଏହା ପୂର୍ବରୁ ବିରୁଷ୍କା ପିଏମ୍ କେୟାର୍ ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋଭିଡ -୧୯ ବିରୋଧରେ ଲଢ଼େଇ ପାଇଁ ଅର୍ଥ ଦାନ କରିଥିଲେ। ହେଲେ ସେମାନେ କେତେ ଟଙ୍କା ଦେଇଥିଲେ ତାହା ପ୍ରକାଶ କରି ନ ଥିଲେ। ଏହା ବ୍ୟତୀତ ଏମାନେ କ୍ରମାଗତ ଭାବରେ ସୋଶାଲ୍ ମିଡିଆ ଜରିଆରେ ଲୋକଙ୍କୁ ସଚେତନ କରାଉଛନ୍ତି। ନିକଟରେ କୋହଲି ଅନ୍ୟ ଭାରତୀୟ କ୍ରିକେଟରଙ୍କ ସହ ମାସ୍କ ଫୋର୍ସରେ ମଧ୍ୟ ଭାଗ ନେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe