ଭୁଟାନରେ ଜନ୍ମଦିନ ପାଳିବେ ବିରାଟ !

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ଭୁଟାନରେ ଛୁଟି କାଟୁଛନ୍ତି। ଦୁହେଁ ଭୁଟାନରେ ଉଠାଇଥିବା କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଆସନ୍ତାକାଲି ଅର୍ଥାତ୍‌ ୫ ନଭେମ୍ୱରରେ ବିରାଟଙ୍କର ଜନ୍ମଦିନ। ତେଣୁ ବିରାଟ ଏଥର ତାଙ୍କ ଜନ୍ମଦିନ ଭୁଟାନରେ ପାଳନ କରିବେ ବୋଲି ଚର୍ଚ୍ଚା ହେଉଛି। https://www.instagram.com/p/B4UguwypnOX/?utm_source=ig_web_copy_link ସୋଶାଲ ମିଡିଆରେ ଭୁଟାନର ପରିବା ମାର୍କେଟ୍‌ର ଫଟୋକୁ ଶେଆର୍‌ କରି ଅନୁଷ୍କା ଲେଖିଛନ୍ତି, ‘ପରିବା […]

virat

virat

Puspanjali Panda
  • Published: Monday, 04 November 2019
  • Updated: 04 November 2019, 01:28 PM IST

Sports

Latest News

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ଭୁଟାନରେ ଛୁଟି କାଟୁଛନ୍ତି। ଦୁହେଁ ଭୁଟାନରେ ଉଠାଇଥିବା କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ଆସନ୍ତାକାଲି ଅର୍ଥାତ୍‌ ୫ ନଭେମ୍ୱରରେ ବିରାଟଙ୍କର ଜନ୍ମଦିନ। ତେଣୁ ବିରାଟ ଏଥର ତାଙ୍କ ଜନ୍ମଦିନ ଭୁଟାନରେ ପାଳନ କରିବେ ବୋଲି ଚର୍ଚ୍ଚା ହେଉଛି।

https://www.instagram.com/p/B4UguwypnOX/?utm_source=ig_web_copy_link

ସୋଶାଲ ମିଡିଆରେ ଭୁଟାନର ପରିବା ମାର୍କେଟ୍‌ର ଫଟୋକୁ ଶେଆର୍‌ କରି ଅନୁଷ୍କା ଲେଖିଛନ୍ତି, ‘ପରିବା ମଣ୍ଡିରେ ମୁଁ ସତ ଖୁସି ଅନୁଭବ କଲି। ପିଲାଦିନର ସ୍ମୃତି ମନେ ପଡ଼ିଗଲା।’

ବିରାଟଙ୍କ ଫ୍ୟାନ୍‌ ପେଜ୍‌ରେ ଫଟୋଗୁଡ଼ିକ ଭାଇରାଲ୍‌ ହେଉଛି। ଏହି ଫଟୋରେ ଅନୁଷ୍କା ପିଙ୍କ୍‌ ସ୍ୱେଟସାର୍ଟ ଓ ବିରାଟ ବ୍ଲାକ୍‌ ଟ୍ରାକ୍‌ସୁଟ୍‌ ପିନ୍ଧିଛନ୍ତି।

ସୂଚନାଯୋଗ୍ୟ, ଶାହରୁଖ୍‌ଙ୍କ ଫିଲ୍ମ ‘ଜିରୋ’ ପରେ ଅନୁଷ୍କା ଅନ୍ୟ କୌଣସି ପ୍ରୋଜେକ୍ଟରେ କାମ କରିନାହାନ୍ତି। ଏଥିରେ ସେ ଶାହରୁଖ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ସହିତ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos