Advertisment

'ନାଗିନ୍ ୪'ରେ ନଜର ଆସିବେ ଏହି ଏକ୍ସ କପଲ୍

ମୁମ୍ବାଇ: ଏକତା କପୁରଙ୍କ ସିରିଏଲ୍‌ ‘ନାଗିନ୍‌ ୪’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବେଶ୍‌ କିଛି ଦିନ ହେବ ‘ନାଗିନ୍ ୪’ରେ କିଏ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ, ତାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଥର ଲିଡ୍‌ ରୋଲ୍‌ରେ ନିୟା ଶର୍ମା ଅଭିନୟ କରିବେ। ଏକତା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ ଏହା ପରେ ‘ନାଗିନ୍-୪’କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ […]

'ନାଗିନ୍ ୪'ରେ ନଜର ଆସିବେ ଏହି ଏକ୍ସ କପଲ୍

vishal-madhurima

Advertisment

ମୁମ୍ବାଇ: ଏକତା କପୁରଙ୍କ ସିରିଏଲ୍‌ 'ନାଗିନ୍‌ ୪'କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବେଶ୍‌ କିଛି ଦିନ ହେବ 'ନାଗିନ୍ ୪'ରେ କିଏ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ, ତାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଥର ଲିଡ୍‌ ରୋଲ୍‌ରେ ନିୟା ଶର୍ମା ଅଭିନୟ କରିବେ। ଏକତା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ ଏହା ପରେ ‘ନାଗିନ୍-୪’କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ଏଥର ଶୋ’ରେ ଏକ ଏକ୍ସ କପଲ୍‌ ମଧ୍ୟ ନଜର ଆସିପାରନ୍ତି। ଏହି ଏକ୍ସ କପଲ୍ ଆଉ କେହି ନୁହଁନ୍ତି, ସେମାନେ ହେଉଛନ୍ତି  'ନଚ୍‌ ବଲିୟେ ୯'ର ବିଶାଲ୍‌ ଆଦିତ୍ୟ ଓ ମଧୁରିମା ତୁଲୀ।

Advertisment

https://www.instagram.com/p/B1ydhEVFu8a/?utm_source=ig_web_copy_link

ସୂଚନା ଅନୁଯାୟୀ, ଶୋ’ର ନିର୍ମାତା ବିଶାଲ୍‌ ଓ ମଧୁରିମାଙ୍କୁ ଏଥିରେ ଅଭିନୟ କରିବା ପାଇଁ ଅଫର୍‌ ଦେଇଛନ୍ତି।। ବିଶାଲଙ୍କୁ ମେଲ୍‌ ଲିଡ୍‌ ଓ ମଧୁରିମାଙ୍କୁ ନେଗେଟିଭ୍ ନାଗୁଣୀ ଚରିତ୍ରରେ ଅଭିନୟ କରିବାକୁ ଅଫର୍ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ଏକ୍ସ କପଲ୍‌ ଏବେ ‘ନଚ୍‌ ବଲିୟେ-୯’ରେ ଭାଗ ନେଇଛନ୍ତି। ଦୁହେଁ ଶୋ’ରେ ନିଜ ଧମାକାଦାର ଡ୍ୟାନ୍ସ ସହ ଝଗଡ଼ା ପାଇଁ ମଧ୍ଯ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହା ପୂର୍ବରୁ ଦୁହେଁ  ‘ଚନ୍ଦ୍ରକାନ୍ତା’ ଧାରାବାହିକରେ ଅଭିନୟ କରିଥିଲେ। ଏହି ଧାରାବାହିକରୁ ହିଁ ଦୁହିଁଙ୍କ ପ୍ରେମ ଆରମ୍ଭ ହୋଇଥିଲା। ହେଲେ ବେଶି ସମୟ ପର୍ଯ୍ୟନ୍ତ ଏହା ଚାଲିପାରି ନଥିଲା। ପରେ ଦୁହେଁ ଅଲଗା ହୋଇଯାଇଥିଲେ। ଏବେ ସେମାନେ ଏକ୍ସ କପଲ୍‌ ହିସାବରେ 'ନଚ୍‌ ବଲିୟେ-୯' ରେ ଭାଗ ନେଇଛନ୍ତି।

Advertisment

https://www.instagram.com/p/B29MJyTluTA/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe