Advertisment

ରିମିକ୍ସ କରୁଥିବା ମ୍ୟୁଜିସିଆନ୍‌ଙ୍କୁ ବିଶାଲ୍‌ଙ୍କ ଚେତାବନୀ

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ରିମିକ୍ସର ଜମାନା। ଏବେ ପର୍ଯ୍ୟନ୍ତ ପ୍ରାୟ ଅନେକ ଗୀତକୁ ପୁଣି ଥରେ ରିକ୍ରିଏଟ୍ ବା ରିମିକ୍ସ କରାଯାଇଛି। ହେଲେ ଏ ଟ୍ରେଣ୍ଡ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନୀଙ୍କୁ ପସନ୍ଦ ଆସିନାହିଁ। ସେ ସୋଶାଲ୍‌ ମିଡିଆ ପୋଷ୍ଟ ଜରିଆରେ ସିଧାସଳଖ ଭାବେ ଚେତାବନୀ ଦେଇଛନ୍ତି ଯେ, ଯଦି କେହି ତାଙ୍କ ଗୀତକୁ ରିମିକ୍ସ କରିବାକୁ ଚେଷ୍ଟା କରେ ତେବେ ସେ ତାଙ୍କ ଉପରେ କେସ୍‌ କରିଦେବେ। https://www.instagram.com/p/B4P0onNlbQz/?utm_source=ig_web_copy_link ପୂର୍ବରୁ ବିଶାଲ-ଶେଖରଙ୍କ ଗୀତ ‘ସାକି […]

ରିମିକ୍ସ କରୁଥିବା ମ୍ୟୁଜିସିଆନ୍‌ଙ୍କୁ ବିଶାଲ୍‌ଙ୍କ ଚେତାବନୀ

VISHAL-DADLANI

Advertisment

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ରିମିକ୍ସର ଜମାନା। ଏବେ ପର୍ଯ୍ୟନ୍ତ ପ୍ରାୟ ଅନେକ ଗୀତକୁ ପୁଣି ଥରେ ରିକ୍ରିଏଟ୍ ବା ରିମିକ୍ସ କରାଯାଇଛି। ହେଲେ ଏ ଟ୍ରେଣ୍ଡ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନୀଙ୍କୁ ପସନ୍ଦ ଆସିନାହିଁ। ସେ ସୋଶାଲ୍‌ ମିଡିଆ ପୋଷ୍ଟ ଜରିଆରେ ସିଧାସଳଖ ଭାବେ ଚେତାବନୀ ଦେଇଛନ୍ତି ଯେ, ଯଦି କେହି ତାଙ୍କ ଗୀତକୁ ରିମିକ୍ସ କରିବାକୁ ଚେଷ୍ଟା କରେ ତେବେ ସେ ତାଙ୍କ ଉପରେ କେସ୍‌ କରିଦେବେ।

Advertisment

https://www.instagram.com/p/B4P0onNlbQz/?utm_source=ig_web_copy_link

ପୂର୍ବରୁ ବିଶାଲ-ଶେଖରଙ୍କ ଗୀତ ‘ସାକି ସାକି’କୁ ରିମିକ୍ସ କରାଯାଇଛି। ଏଥିରେ ସେ ବହୁତ କ୍ଷୋଭ ପ୍ରକାଶ କରିଥିଲେ। ଏବେ ପୁଣି ତାଙ୍କର ଅନ୍ୟ ଗୀତକୁ ରିମିକ୍ସ କରାଯିବା ଯୋଜନା ଚାଲିଥିବା ଶୁଣି ସେ ନିଜ ଇନ୍‌ଷ୍ଟାଗ୍ରମରେ ଏକ  ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଚେତାବନୀ, ଆମ ଅନୁମତି ବିନା କେହି ବିଶାଲ୍‌-ଶେଖର ସଂଗୀତକୁ ରିମିକ୍ସ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି କିଏ ଏପରି କରୁଛି ତେବେ ମୁଁ ସିଧା କୋର୍ଟ ଯିବି। ସେ ମୋର ବନ୍ଧୁ ବି ହେଇଥାନ୍ତୁ ନା କାହିଁକି। ‘ସାକି ସାକି’ ପରେ ମୁଁ ଶୁଣିଲି ଏବେ କିଛି ଲୋକ ମୋ ଗୀତ, ‘ଦଶ ବାହାନେ’, ‘ଦି ଦାର୍‌ ଦେ’, ‘ସଜନା ଜି ୱାରି ୱାରି’ ଓ ‘ଦେଶୀ ଗର୍ଲ’ର ରିମିକ୍ସ ତିଆରି କରିବାକୁ ଯୋଜନା କରୁଛନ୍ତି। ଏପରି ନ କରି ସେମାନେ ନିଜ ଗୀତ ତିଆରି କରନ୍ତୁ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe